କଟକ: ବାଇକ ଡିକି ଭାଙ୍ଗି ଲୁଟିନେଲେ ୫ ଲକ୍ଷ

କଟକ: ଜଣେ ଫିଲ୍ମ ପ୍ରଯୋଜକଙ୍କ ଘରୁ ଝରକା ଭାଙ୍ଗି ଲୁଟ ଘଟଣାର ଦୁଇ ଦିନ ପରେ କଟକରେ  ପୁଣି ଲୁଟ ଅଭିଯୋଗ ହୋଇଛି। ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟା ୪୫ ସମୟରେ ଏକ ଘରୋଇ ସଂସ୍ଥାର କର୍ମଚାରୀଙ୍କ ବାଇକ ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୫ ଲକ୍ଷ ଟଙ୍କ। ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ବାଦାମବାଡିସ୍ଥିତ ଏକ ବ୍ୟାଙ୍କରୁ  ଘରୋଇ ସଂସ୍ଥାର କର୍ମଚାରୀ କିଶୋର ଚନ୍ଦ୍ର ରାଉଳ ଟଙ୍କ। ଉଠାଇ ଅଫିସକୁ ଫେରୁଥିଲେ । ସେ […]

ctc loot

Rakesh Mallick
  • Published: Tuesday, 21 July 2015
  • , Updated: 21 July 2015, 01:25 PM IST

କଟକ: ଜଣେ ଫିଲ୍ମ ପ୍ରଯୋଜକଙ୍କ ଘରୁ ଝରକା ଭାଙ୍ଗି ଲୁଟ ଘଟଣାର ଦୁଇ ଦିନ ପରେ କଟକରେ  ପୁଣି ଲୁଟ ଅଭିଯୋଗ ହୋଇଛି। ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟା ୪୫ ସମୟରେ ଏକ ଘରୋଇ ସଂସ୍ଥାର କର୍ମଚାରୀଙ୍କ ବାଇକ ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୫ ଲକ୍ଷ ଟଙ୍କ। ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ବାଦାମବାଡିସ୍ଥିତ ଏକ ବ୍ୟାଙ୍କରୁ  ଘରୋଇ ସଂସ୍ଥାର କର୍ମଚାରୀ କିଶୋର ଚନ୍ଦ୍ର ରାଉଳ ଟଙ୍କ। ଉଠାଇ ଅଫିସକୁ ଫେରୁଥିଲେ । ସେ ମଙ୍ଗଳାବାଗ ଛକ ନିକଟରେ ଏକ ହୋଟେଲ ସମ୍ମୁଖରେ ବାଇକ ରଖି ଖାଇବାକୁ ଯାଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ଡିକି ଭାଙ୍ଗି ଟଙ୍କ। ଲୁଟି ନେଇଥିଲେ। ହୋଟେଲରୁ ଫେରି କିଶୋର ବାଇକ ଡକି ଭଙ୍ଗାଯାଇଥିବା ଓ ଟଙ୍କା ନ ଥିବା ଦେଖି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ମଙ୍ଗଳାବାଗ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story