କଟକ: ୧୫ ବଖରା ଭସ୍ମୀଭୂତ

କଟକ: ଆଜି କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ନଖରା ପଞ୍ଚାୟତ ବଡ଼ଚାଞ୍ଚୁଅ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୫ ବଖରା ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ପାଉଁଶ ହୋଇଯାଇଛି। ଖବର ପାଇ ଚୌଦ୍ୱାର ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରଶାସନ ପକ୍ଷରୁ ବିପନ୍ନ ପରିବାରକୁ ଶିଖିଲା ଖାଦ୍ୟ ଓ ଶୀତ ବସ୍ତ୍ର ଯୋଗାଇ ଦିଆଯାଇଛି। ଆସନ୍ତାକାଲିଠାରୁ ବିପନ୍ନ ପରିବାରଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ। ଅଗ୍ନିକାଣ୍ଡ ସମ୍ପର୍କରେ ପ୍ରକୃତ […]

fire

Rakesh Mallick
  • Published: Sunday, 11 December 2016
  • , Updated: 12 December 2016, 11:43 AM IST

କଟକ: ଆଜି କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ନଖରା ପଞ୍ଚାୟତ ବଡ଼ଚାଞ୍ଚୁଅ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୫ ବଖରା ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ପାଉଁଶ ହୋଇଯାଇଛି। ଖବର ପାଇ ଚୌଦ୍ୱାର ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରଶାସନ ପକ୍ଷରୁ ବିପନ୍ନ ପରିବାରକୁ ଶିଖିଲା ଖାଦ୍ୟ ଓ ଶୀତ ବସ୍ତ୍ର ଯୋଗାଇ ଦିଆଯାଇଛି। ଆସନ୍ତାକାଲିଠାରୁ ବିପନ୍ନ ପରିବାରଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ।

ଅଗ୍ନିକାଣ୍ଡ ସମ୍ପର୍କରେ ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଧୂପ ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇଁ ସ୍ଥାନୀୟ ବିଧାୟକ ପ୍ରଭାତ ବିଶ୍ୱାଳ ଗାଁରେ ପହଞ୍ଚି ବିପନ୍ନ ପରିବାରଙ୍କୁ ସମବେଦନା ଜଣାଇଥିଲେ।

Related story