ରାଜ୍ୟରେ ୫୯୫୦ ଭିକାରି, କଟକରେ ସବୁଠୁ ଅଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ରାଜ୍ୟରେ ସବୁଠୁ ଅଧିକ ଭିକାରି ଅଛନ୍ତି କଟକ ଜିଲ୍ଲାରେ । ଆଉ ଏହି ତାଲିକାର ସବୁଠୁ ତଳେ ରହିଛି ଖୋର୍ଦ୍ଧା ଜିଲ୍ଲା। କଟକ ଜିଲ୍ଲାରେ ସର୍ବାଧିକ ୧୦୬୦ ଜଣ ଭିକାରି ଅଛନ୍ତି। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା। ସେ କହିଛନ୍ତି ଯେ ରାଜ୍ୟରେ ମୋଟ  ୫୯୫୦ ଜଣ ଭିକାରି ଚିହ୍ନଟ ହୋଇଛନ୍ତି। ତାଲିକାରେ କଟକ ପ୍ରଥମ ସ୍ଥାନରେ ଥିବା ବେଳେ ଗଞ୍ଜାମ ଜିଲ୍ଲା ଦ୍ୱିତୀୟ […]

beggar-1

Tapaswini Nayak
  • Published: Saturday, 15 February 2020
  • , Updated: 15 February 2020, 01:11 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ରାଜ୍ୟରେ ସବୁଠୁ ଅଧିକ ଭିକାରି ଅଛନ୍ତି କଟକ ଜିଲ୍ଲାରେ । ଆଉ ଏହି ତାଲିକାର ସବୁଠୁ ତଳେ ରହିଛି ଖୋର୍ଦ୍ଧା ଜିଲ୍ଲା। କଟକ ଜିଲ୍ଲାରେ ସର୍ବାଧିକ ୧୦୬୦ ଜଣ ଭିକାରି ଅଛନ୍ତି। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା।

ସେ କହିଛନ୍ତି ଯେ ରାଜ୍ୟରେ ମୋଟ  ୫୯୫୦ ଜଣ ଭିକାରି ଚିହ୍ନଟ ହୋଇଛନ୍ତି। ତାଲିକାରେ କଟକ ପ୍ରଥମ ସ୍ଥାନରେ ଥିବା ବେଳେ ଗଞ୍ଜାମ ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି। ସୁନ୍ଦରଗଡ଼ରେ ୪୨୩ ଭିକାରି ଥିବା ବେଳେ ପୁରୀରେ ଅଛନ୍ତି ୩୬୬ ଜଣ ଭିକାରି।

ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ କଟକରେ ସର୍ବାଧିକ ଭିକାରି ଥିଲେ। ହେଲେ ସବୁଠୁ କମ୍‌ ଭିକାରି ଦେବଗଡ଼ ଜିଲ୍ଲାରେ ଥିବା ବିଧାନସଭାରେ ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ।

Related story