କଟକରେ ୩୦ଟି ସ୍ଥାନରେ ବିକ୍ରି ହେବ ବାଣ: ସ୍ଥାନ ଚିହ୍ନଟ କଲା ପୋଲିସ

କଟକ (ଓଡ଼ିଶା ରିପୋର୍ଟର): ବାଣ ବିକ୍ରି ଉପରେ କଟକଣା କଡାକଡି ହେବ। ବାଣ ବିକ୍ରି କରୁଥିବା ବ୍ୟବସାୟୀମାନେ ରାସ୍ତା କଡରେ ମନଇଚ୍ଛା ବାଣ ଦୋକାନ ଖୋଲିବେ ନାହିଁ। ଜନବସତିଠାରୁ ଦୂରରେ ଓ ଖୋଲା ସ୍ଥାନରେ ବାଣ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯିବ। ବିଭିନ୍ନ ଥାନା ଅଞ୍ଚଳରେ ଥିବା ଖାଲି ସ୍ଥାନକୁ ଚିହ୍ନଟ କରି ଥାନା ଅଧିକାରୀମାନେ ଦୋକାନ ପାଇଁ ଅନୁମତି ଦେବେ। ଏନେଇ କଟକ ସହରରେ ୩୦ ଅଞ୍ଚଳ ଚିହ୍ନଟ କରାଯାଇଛି। ଏଥିସହ କେବଳ ଲାଇସେନ୍ସପ୍ରାପ୍ତ […]

bana shop

Rakesh Mallick
  • Published: Friday, 13 October 2017
  • , Updated: 13 October 2017, 09:48 PM IST

କଟକ (ଓଡ଼ିଶା ରିପୋର୍ଟର): ବାଣ ବିକ୍ରି ଉପରେ କଟକଣା କଡାକଡି ହେବ। ବାଣ ବିକ୍ରି କରୁଥିବା ବ୍ୟବସାୟୀମାନେ ରାସ୍ତା କଡରେ ମନଇଚ୍ଛା ବାଣ ଦୋକାନ ଖୋଲିବେ ନାହିଁ। ଜନବସତିଠାରୁ ଦୂରରେ ଓ ଖୋଲା ସ୍ଥାନରେ ବାଣ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯିବ। ବିଭିନ୍ନ ଥାନା ଅଞ୍ଚଳରେ ଥିବା ଖାଲି ସ୍ଥାନକୁ ଚିହ୍ନଟ କରି ଥାନା ଅଧିକାରୀମାନେ ଦୋକାନ ପାଇଁ ଅନୁମତି ଦେବେ। ଏନେଇ କଟକ ସହରରେ ୩୦ ଅଞ୍ଚଳ ଚିହ୍ନଟ କରାଯାଇଛି। ଏଥିସହ କେବଳ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀମାନେ ଦୋକାନ କରିପାରିବେ।

Related story