କଟକ ଶିଶୁ ଭବନ ଶିଶୁ ମୃତ୍ୟୁ ଘଟଣା: ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଟିମ୍

ଭୁବନେଶ୍ୱର: କଟକ ଶିଶୁଭବନରେ ଶିଶୁମୃତ୍ୟୁ ଘଟଣାର ତଦନ୍ତ ପାଇଁ କେନ୍ଦ୍ରର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ଟିମ୍ ଆଜି ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସ୍ୱାସ୍ଥ୍ୟ ସଚିବଙ୍କ ନେତୃତ୍ୱରେ ଏହି ଟିମ୍ କଟକ ଯିବ। ଏହି ଟିମରେ ୩ଜଣ ବିଶେଷଜ୍ଞ ଡାକ୍ତର ଶିଶୁଭବନକୁ ଯାଇ ସ୍ଥିତିର ଅନୁଧ୍ୟାନ କରିବେ। ଗୁରୁବାର ଶିଶୁମୃତ୍ୟୁ ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡାଙ୍କୁ ଏକ ଚିଠି ଲେଖିଥିଲେ। ଆଜି କଟକ ଶିଶୁଭବନ ଯାଇ ସେ ମଧ୍ୟ ସ୍ଥିତିର ଅନୁଧ୍ୟାନ […]

sisu

Rakesh Mallick
  • Published: Saturday, 29 August 2015
  • , Updated: 29 August 2015, 10:03 AM IST

ଭୁବନେଶ୍ୱର: କଟକ ଶିଶୁଭବନରେ ଶିଶୁମୃତ୍ୟୁ ଘଟଣାର ତଦନ୍ତ ପାଇଁ କେନ୍ଦ୍ରର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ଟିମ୍ ଆଜି ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସ୍ୱାସ୍ଥ୍ୟ ସଚିବଙ୍କ ନେତୃତ୍ୱରେ ଏହି ଟିମ୍ କଟକ ଯିବ। ଏହି ଟିମରେ ୩ଜଣ ବିଶେଷଜ୍ଞ ଡାକ୍ତର ଶିଶୁଭବନକୁ ଯାଇ ସ୍ଥିତିର ଅନୁଧ୍ୟାନ କରିବେ।

ଗୁରୁବାର ଶିଶୁମୃତ୍ୟୁ ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡାଙ୍କୁ ଏକ ଚିଠି ଲେଖିଥିଲେ। ଆଜି କଟକ ଶିଶୁଭବନ ଯାଇ ସେ ମଧ୍ୟ ସ୍ଥିତିର ଅନୁଧ୍ୟାନ କରିବେ। ସେପଟେ ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ ଫେଡେରେସନ୍ ଓଡ଼ିଶା ଶାଖାର ଏକ ୩ଜଣିଆ ଟିମ୍ ଗତକାଲି ଶିଶୁଭବନ ପରିଦର୍ଶନ କରିଥିଲା। ଚିକିତ୍ସା ଅବହେଳା ଓ କୌଣସି ପ୍ରକାର ସକ୍ରମଣରୁ ଶିଶୁଙ୍କୁ ମୃତ୍ୟୁ ହେଉଥିବା ଅଭିଯୋଗକୁ ଟିମର ସଦସ୍ୟ ଖଣ୍ଡନ କରିଛନ୍ତି। ଅନ୍ୟ ପକ୍ଷରେ ଶିଶୁଭବନର ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ଯଥାସମ୍ଭବ ଉଦ୍ୟମ କରାଯାଉଥିବା ଜିଲ୍ଲାପାଳ କହିଛନ୍ତି।

Related story