ଇନ୍‌ଷ୍ଟା ଭିଡିଓ ପାଇଁ ବୁଲାଉଥିଲେ ଖଣ୍ଡା ଓ ବନ୍ଧୁକ!

କଟକ(ଓଡ଼ିଶା ରିପୋର୍ଟର): ଦମଦାର ଡାଏଲଗ ସାଙ୍ଗକୁ  ହାତରେ ଖଣ୍ଡା ଓ ବନ୍ଧୁକ। ଏପରିକି ବିଭିନ୍ନ ଆକ୍ସନରେ ଯୁବକମାନେ ଦେଉଛନ୍ତି ଖୁଲମଖୁଲା ଧମକ।  ରାଜଧାନରେ ଏପରି ଭିଡିଓ ଭାଇରାଲ ହେବା ପରେ ଏବେ ସିଲିଭର ସିଟି ଛାତି ଉପରେ ଏପରି ଉତ୍ପାତ ଚଳାଇ ଏହାର ଭିଡିଓ ଭାଇରାଲ କରୁଛନ୍ତି ଯୁବ ଗୋଷ୍ଠି। ଏହା ଦେଖି କଟକବାସୀଙ୍କ ଛାତିରେ ଛନକା ପଶି ଯାଇଛି। ହେଲେ, ଏହି ଯୁବକଙ୍କର ଉଦ୍ଦେଶ୍ୟ ସେପରି ସାଂଘାତିକ ନ ଥିଲା। କେବଳ ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର ବଢ଼ାଇବା […]

viral video

Niharika Rout
  • Published: Thursday, 11 November 2021
  • , Updated: 11 November 2021, 02:06 PM IST

କଟକ(ଓଡ଼ିଶା ରିପୋର୍ଟର): ଦମଦାର ଡାଏଲଗ ସାଙ୍ଗକୁ  ହାତରେ ଖଣ୍ଡା ଓ ବନ୍ଧୁକ। ଏପରିକି ବିଭିନ୍ନ ଆକ୍ସନରେ ଯୁବକମାନେ ଦେଉଛନ୍ତି ଖୁଲମଖୁଲା ଧମକ।  ରାଜଧାନରେ ଏପରି ଭିଡିଓ ଭାଇରାଲ ହେବା ପରେ ଏବେ ସିଲିଭର ସିଟି ଛାତି ଉପରେ ଏପରି ଉତ୍ପାତ ଚଳାଇ ଏହାର ଭିଡିଓ ଭାଇରାଲ କରୁଛନ୍ତି ଯୁବ ଗୋଷ୍ଠି। ଏହା ଦେଖି କଟକବାସୀଙ୍କ ଛାତିରେ ଛନକା ପଶି ଯାଇଛି।

ହେଲେ, ଏହି ଯୁବକଙ୍କର ଉଦ୍ଦେଶ୍ୟ ସେପରି ସାଂଘାତିକ ନ ଥିଲା। କେବଳ ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର ବଢ଼ାଇବା ସହ ଲୋକପ୍ରିୟତା ହାସଲ କରିବାକୁ  ଯୁବକମାନେ ଏପରି କରିଥିବା  ସଫେଇ ଦେଇଛି  ମାଲଗୋଦାମ ଥାନା ପୁଲିସ୍।

କଟକର ଏକ ଗ୍ରୁପ୍‌ର ଏପରି ସାଂଘାତିକ ଭିଡିଓ ଭାଇରାଲ ହେବା ପରେ ଆକ୍ସନ୍ ମୁଡକୁ ଚାଲି ଆସିଛି ପୁଲିସ୍। ଏହି ଗୋଷ୍ଠୀର ୩ ଜଣଙ୍କୁ ଆଜି ମାଲଗୋଦାମ ଥାନାକୁ ଡାକି ପଚରାଉଚରା କରିଛି ପୁଲିସ୍‌।  ପଚରାଉଚରା ପରେ  ସେମାନେ ଧରିଥିବା ବନ୍ଧୁକ ଖେଳନା ବୋଲି ଜଣାପଡ଼ିଛି । ଭିଡିଓରେ ଜଣେ ଯୁବତୀ ବି ନଜର ଆସିଛନ୍ତି।

କେବିଏନ୍‌ ଗ୍ରୁପ୍‌ର  ଭିଡିଓ ଭାଇରାଲ ହେବା ପରେ ଭୁବନେଶ୍ୱର ପୁଲିସ୍‌ ବିଭିନ୍ନ ସ୍ଥାନରେ ତୁହାକୁ ତୁହା ଚଢ଼ାଉ ଜାରି ରଖିଛି। ଜଣ ଜଣ କରି ଭିଡିଓରେ ଥିବା ଯୁବକଙ୍କ ଘରେ ଚଢ଼ାଉ କରି ଖୋଳତାଡ଼ ଭଙ୍ଗାରୁଜା ବି କରି ଦେଉଛି। ଏପରି କରି ଗ୍ରୁପ୍‌ର ୨୯ ସଦସ୍ୟଙ୍କ ମଧ୍ୟରୁ ପୁଲିସ୍‌ ଏ ଯାଏ ୯ ଜଣଙ୍କୁ ବାନ୍ଧି ସାରିଲାଣି ପୁଲିସ୍‌। ତେଣୁ କଟକ ପୁଲିସ୍‌ ଆକ୍ସନ ମୁଡକୁ ଆସିବା ପୂର୍ବରୁ ଖବର ପାଇ ସଙ୍ଗେ ସଙ୍ଗେ ମାଲଗୋଦାମ ଥାନାରେ ଆଜି ପହଞ୍ଚି ଯାଇଛନ୍ତି ୩ ଜଣ।

ମାଲଗୋଦାମ ଥାନା ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦମଦାର ଡାଏଲଗ ସାଙ୍ଗକୁ  ହାତରେ ଖଣ୍ଡା ଓ ବନ୍ଧୁକ ଧରିଥିବା ଯୁବକଙ୍କର ଉଦ୍ଦେଶ୍ୟ ସେପରି ସାଂଘାତିକ ନ ଥିଲା। କେବଳ ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର ବଢ଼ାଇବା ସହ ଲୋକପ୍ରିୟତା ହାସଲ କରିବାକୁ ଏପରି କରିଥିବା କହିଛନ୍ତି।

ଏନେଇ ମାଲଗୋଦାମ ଥାନା ଆଇଆଇସି କହିଛନ୍ତି, ଇନଷ୍ଟାରେ ଲାଇକ୍‌, କମେଣ୍ଟ, ଶେଆର ବଢ଼ାଇବାକୁ ଉକ୍ତ ଯୁବକମାନେ ଏପରି କରିଛନ୍ତି। ସେମାନେ ଭିଡିଓରେ ଖେଳନା ବନ୍ଧୁକ, ପୁରୁଣା ଖଣ୍ଡା ବ୍ୟବହାର କରିଛନ୍ତି। ଖବର ଦେଉ ଦେଉ ଆସି ଥାନାରେ ହାଜର ହୋଇଗଲେ। ହେଲେ ସେମାନଙ୍କର କିଛି ଅପରାଧିକ ରେକର୍ଡ ଅଛି କି ନାହିଁ ତାହାର ଯାଞ୍ଚ ଚାଲିଛି।

ଏନେଇ ଭିଡିଓରେ ନଜର ଆସିଥିବା ଜଣେ ଯୁବତୀ କହିଛନ୍ତି, “ମୁଁ ଦୀପାବଳି ଦିନ ଉକ୍ତ ପିଲାଙ୍କ ସହ ଭିଡିଓ କରିଥିଲି। ଆଉ କିଛି ଜାଣିନି। ଏଥିପାଇଁ ଆମେ ସୋଶାଲ ମିଡିଆରେ ଭୁଲ୍‌ ମାଗୁଛୁ। ୩ ମାସ ହେବ  ସୋଶାଲ ମିଡିଆ ବ୍ୟବହାର କରିଛି।  ୧୫ ଦିନ ହେବ ସେମାନଙ୍କୁ ଚିହ୍ନିଛି। ଜୋବ୍ରା ଛୁଆ ବୋଲି କହିବାରୁ ଭିଡିଓ କଲି। ଅଲଗା ଏରିଆ ପିଲା ହୋଇଥିଲେ ଭିଡିଓ କରି ନ ଥାନ୍ତି।”

ସୂଚନାଯୋଗ୍ୟ, ଭାଇରାଲ ଭିଡିଓଟି କଟକର ତାଳଦଣ୍ଡା କେନାଲ ନିକଟବର୍ତ୍ତି ଅଞ୍ଚଳରେ ସୁଟ କରାଯାଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି। ହାତରେ ବନ୍ଧୁକ ଧରି ସର୍ବସାଧାରଣ ସ୍ଥାନରେ କିଛି ଯୁବକ କରିଛନ୍ତି ଭିଡିଓ। କେବଳ ବନ୍ଧୁକ ନୁହେଁ ଖଣ୍ଡା ଧରି ସର୍ବସାଧାରଣରେ ପ୍ରଦର୍ଶନ କରିବା ଭିଜୁଆଲ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏନେଇ ଖବର ମିଳିବା ପରେ କଟକ କମିଶନରେଟ ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରି ୩ ଜଣଙ୍କୁ ପଚରାଉଚରା କରୁଛି।

ଭୁବନେଶ୍ୱରରେ ଏପରି ଭିଡିଓ ଭାଇରାଲ କରୁଥିବା ଗ୍ୟାଙ୍ଗର ସଦସ୍ୟଙ୍କୁ ଖୋଜି ଖୋଜି ପୁଲିସ୍‌ ବାନ୍ଧୁଥିବା ବେଳେ କଟକ ପୁଲିସ୍‌ର ଏପରି ସଫେଇ ସାଧାରଣ ଲୋକଙ୍କ ହଜମ ହେଉ ନାହିଁ। ଉଦ୍ଦେଶ୍ୟ ଯାହା ବି ଥାଉ,  ଆତଙ୍କରାଜ ଚଳାଇବା ପରି ଭିଡିଓ କରି ଭାଇରାଲ କରିବା ସଭ୍ୟ ସମାଜରେ କେତେ ଦୂର ଗ୍ରହଣୀୟ ତାକୁ ନେଇ ଆରମ୍ଭ ହୋଇଗଲାଣି ତର୍ଜମା ।

 

Related story