Advertisment

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପହଞ୍ଚିଲା କରୋନା

କଟକ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ୟୁଟର୍ଣ୍ଣ ଏବେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ବିଶେଷକରି ରାଜ୍ୟର କିଛି ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ବ୍ୟାପିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଆଜି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶ୍ୱବିଦ୍ୟାଳୟର ପିଜି କାଉନସିଲ୍ ଚେୟାରମ୍ୟାନ୍ ସ୍ମୃତିପ୍ରଭା ଦାସ ଏହି ସୂଚନା ଦେଇଛନ୍ତି। ଚେୟାରମ୍ୟାନଙ୍କ କହିବା ଅନୁଯାୟୀ, ଯେଉଁ ତିନିଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ୨ ଜଣ ଅଧ୍ୟାପିକା […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପହଞ୍ଚିଲା କରୋନା

Ravenshaw-University

କଟକ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ୟୁଟର୍ଣ୍ଣ ଏବେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ବିଶେଷକରି ରାଜ୍ୟର କିଛି ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ବ୍ୟାପିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଆଜି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶ୍ୱବିଦ୍ୟାଳୟର ପିଜି କାଉନସିଲ୍ ଚେୟାରମ୍ୟାନ୍ ସ୍ମୃତିପ୍ରଭା ଦାସ ଏହି ସୂଚନା ଦେଇଛନ୍ତି।

Advertisment

ଚେୟାରମ୍ୟାନଙ୍କ କହିବା ଅନୁଯାୟୀ, ଯେଉଁ ତିନିଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ୨ ଜଣ ଅଧ୍ୟାପିକା ଓ ଜଣେ ବିଦ୍ୟାର୍ଥୀ ଅଛନ୍ତି। କରୋନା ସଂକ୍ରମିତ ଚିହ୍ନଟ ହେବା ସତ୍ତ୍ୱେ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ା ଜାରି ରହିବ। କ୍ଲାସ୍ ଗୁଡ଼ିକ ଯଦି ଅଫଲାଇନରେ ନହୋଇ ପାରିଲା, ତା’ହେଲେ ଅନଲାଇନରେ ହେବ ବୋଲି ସେ କହିଛନ୍ତି।

ଚେୟାରମ୍ୟାନ୍ ଆହୁରି କହିଛନ୍ତି, ସଂକ୍ରମଣକୁ ଦୃଷ୍ଟିରେ ରଖି ଆମେ ପରୀକ୍ଷାକୁ ଦୁଇ ସପ୍ତାହ ଘୁଞ୍ଚାଇବା ପାଇଁ କୁଳପତିଙ୍କୁ ପ୍ରସ୍ତାବ ଦେଇଛୁ। କୁଳପତିଙ୍କ ସହ ଆଲୋଚନା ହେବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

Advertisment

ସୂଚନାଯୋଗ୍ୟ, ଏହା ପୂର୍ବରୁ କଟକର ଦୁଇଟି ଘରୋଇ ଶିକ୍ଷାନୁଷ୍ଠାନରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗୋଟିଏରୁ ୨୫ ଜଣ ଓ ଅନ୍ୟଟିରୁ ୧୭ ଜଣ ଚିହ୍ନଟ ହୋଇଥିଲେ।

ଗାୟତ୍ରୀ ଫାମାର୍ସୀ କଲେଜ ବନ୍ଦ

ସମ୍ବଲପୁରର ଗାୟତ୍ରୀ ଫାର୍ମାସୀ କଲେଜରୁ ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହାକୁ ବନ୍ଦ କରି ଦିଆଯାଇଛି। ଏହି ଦୁଇ ଜଣଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା। ଏବେ ସେମାନଙ୍କର ଆରଟିପିସିଆର୍ ଟେଷ୍ଟ କରାଯାଇଥିବା ବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଛି। ସେଥିପାଇଁ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ କଲେଜକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ନିଟ୍‌ରୁ ୩ କରୋନା ପଜିଟିଭ୍

ରାଉରକେଲା ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜି (ଏନ୍‌ଆଇଟି)ର ୩ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆଜି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହି ସୂଚନା ଦେଇଛନ୍ତି। ସଂକ୍ରମିତ ଛାତ୍ରମାନଙ୍କୁ ସ୍ୱତନ୍ତ୍ର ଭାବେ ଆଇସୋଲେସନରେ ରଖାଯାଇଛି। ନିଟ୍‌ କ୍ୟାମ୍ପସରେ ଯେଭଳି ସଂକ୍ରମଣ ଆଉ ନ ବ୍ୟାପିବ ସେ ନେଇ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି।

ରାଜଧାନୀର କେନ୍ଦ୍ରୀୟ ବିଦ୍ୟାଳୟ-୧ରୁ ବି କରୋନା ଚିହ୍ନଟ

ରାଜଧାନୀ ଭୁବନେଶ୍ୱରର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପହଞ୍ଚିଗଲାଣି କରୋନା। ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ XIMBରୁ ଏକା ଥରେ ୪୫ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଖବର ଚହଳ ପକାଇ ଦେଇଥିବା ବେଳେ ଆଜି କେନ୍ଦ୍ରୀୟ ବିଦ୍ୟାଳୟ-୧ର ଜଣେ ଛାତ୍ର କରୋନା ପଜିଟିଭ୍ ଥିବା ସୂଚନା ମିଳିଛି।