Advertisment

‘୨୨ ବର୍ଷ ହେଲା ସେ ଘରକୁ ଫେରି ନାହାନ୍ତି, କିଛି ଟଙ୍କା ଦେଇନାହାନ୍ତି’

କଟକ (ଓଡ଼ିଶା ରିପୋର୍ଟର): “୨୨ ବର୍ଷ ଧରି ବିବନ୍‌ଙ୍କ ସହ ସମ୍ପର୍କ ନ ଥିଲା। ସେ ଘରକୁ ଫେରି ନାହାନ୍ତି। ୨୨ ବର୍ଷ ହେଲା ସେ ଯାଇଥିବା ବେଳେ କେବେ ବି ଘରକୁ ଆସିନାହାନ୍ତି। ତାଙ୍କ ସହ ସମ୍ପର୍କ ତିକ୍ତ କରି ସାରିଛୁ।”  ୧୯୯୯ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ୍ ବିଶ୍ୱାଳର ଗିରଫଦାରୀ ପରେ ଏପରି ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ପତ୍ନୀ ଗୀତାଞ୍ଜଳି ବିଶ୍ୱାଳ । ସେ କହିଛନ୍ତି, “୨୨ ବର୍ଷ ହେଲା ଘର […]

ଅଦ୍ୟତନ ହୋଇଛି
‘୨୨ ବର୍ଷ ହେଲା ସେ ଘରକୁ ଫେରି ନାହାନ୍ତି, କିଛି ଟଙ୍କା ଦେଇନାହାନ୍ତି’

biban-1

Advertisment

କଟକ (ଓଡ଼ିଶା ରିପୋର୍ଟର): “୨୨ ବର୍ଷ ଧରି ବିବନ୍‌ଙ୍କ ସହ ସମ୍ପର୍କ ନ ଥିଲା। ସେ ଘରକୁ ଫେରି ନାହାନ୍ତି। ୨୨ ବର୍ଷ ହେଲା ସେ ଯାଇଥିବା ବେଳେ କେବେ ବି ଘରକୁ ଆସିନାହାନ୍ତି। ତାଙ୍କ ସହ ସମ୍ପର୍କ ତିକ୍ତ କରି ସାରିଛୁ।”  ୧୯୯୯ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ୍ ବିଶ୍ୱାଳର ଗିରଫଦାରୀ ପରେ ଏପରି ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ପତ୍ନୀ ଗୀତାଞ୍ଜଳି ବିଶ୍ୱାଳ ।

Advertisment

ସେ କହିଛନ୍ତି, “୨୨ ବର୍ଷ ହେଲା ଘର ସହ ତାଙ୍କର କୌଣସି ସମ୍ପର୍କ ନଥିଲା । ସେ ମୋତେ କେବେ କିଛି ବି ଟଙ୍କା ଦେଇ ନାହାନ୍ତି। ମୋ ପିଲାଛୁଆଙ୍କୁ ବଡ଼ କରିବାକୁ ମୁଁ ଚେଷ୍ଟା ଚଳାଇଛି। ଜାଗାବାଡ଼ି ବିକି ମୁଁ ପିଲାଙ୍କୁ ବଞ୍ଚାଇଛି।”

ଏଥିସହ  ସ୍ୱାମୀଙ୍କ ଡେଥ୍ ସାର୍ଟିଫିକେଟ ନୁହେଁ ବରଂ ଶ୍ୱଶୁରଙ୍କ ଡେଥ୍‌ ସାର୍ଟିଫିକେଟ ପାଇଁ ଆବେଦନ କରିଥିଲୁ ବୋଲି ଗଣମାଧ୍ୟମକୁ ଆଜି ପ୍ରତିକ୍ରିୟା ରଖିଛନ୍ତି ବିବନଙ୍କ ପତ୍ନୀ। ସୂଚନାଯୋଗ୍ୟ, ଗତକାଲି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ ଯେ ବିବନ ତାଙ୍କ ପରିବାର ଲୋକଙ୍କୁ ତାଙ୍କ ଡେଥ୍ ସାର୍ଟିଫିକେଟ୍ ଯୋଗାଡ଼ କରିବା ପାଇଁ କହିଥିଲେ। ଆଉ ତାଙ୍କ ପରିବାର ଲୋକେ ଏଥିପାଇଁ ଉଦ୍ୟମ ମଧ୍ୟ କରିଥିଲେ।

Advertisment

କେଉଁଠି ଥିଲା ଓ କେମିତି ଧରାପଡ଼ିଲା ବିବନ

ସୂଚନାଯୋଗ୍ୟ, ୧୯୯୯ ଜାନୁଆରୀ ୯ରେ ଅଞ୍ଜନା ମିଶ୍ରଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାରେ ପ୍ରଦୀପ ସାହୁ ଓ ଧୀରେନ୍ଦ୍ର ମହାନ୍ତି ଧରା ପଡ଼ିଥିବା ବେଳେ ବିବନ ଫେରାର ହୋଇଯାଇଥିଲା। ଏହି ଘଟଣାରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ।

ମେ’ ୫, ୧୯୯୯ରେ ସିବିଆଇ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା। ଏପ୍ରିଲ ୨୯, ୨୦୦୨ରେ ଖୋର୍ଦ୍ଧା ଜିଲ୍ଲା ଜଜ୍ ରାୟ ଶୁଣାଇ ଦୁଇ ଦୋଷୀ ପ୍ରଦୀପ ଏବଂ ଧିରେନ୍ଦ୍ରଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଥିଲେ। ଅନ୍ୟପକ୍ଷରେ ଓଡ଼ିଶା ଖସି ପଳାଇ ମହାରାଷ୍ଟ୍ରର ପୁନେରେ ନାମ ବଦଳାଇ ରହୁଥିଲା ବିବନ। ସେ ତା’ ନାଁ ଜଳନ୍ଧର ସ୍ୱାଇଁ ରଖିଥିଲା ଓ ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କରୁଥିଲା।

ବିବନ ସେଠାରେ ଜଳନ୍ଧର ନାଁରେ ଆଧାର କାର୍ଡ ଓ ବ୍ୟାଙ୍କ୍ ପାସ୍‌ବୁକ୍ ଆଦି ବି କରିଥିଲା। ତେବେ ତାକୁ ଧରିବାକୁ  ୩ ମାସ ତଳେ ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ‘ ସାଇଲେଣ୍ଟ ଭାଇପର’ ଅଭିଯାନ।  ପୁନେ ପୁଲିସ୍‌ ସହ ଯୋଗାଯୋଗ କରି କମିଶନରେଟ ପୁଲିସ୍‌ ତାକୁ ସେଠାରୁ କାବୁ କରି ଓଡ଼ିଶା ଆଣିବାରେ ସଫଳ ହୋଇଥିଲା।

Anjana Mishra Gang Rape Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe