Advertisment

ସିଲ୍ ହେଲା ମୁଣ୍ଡଳି ଟୋଲ ଗେଟ୍‌

ଗତକାଲି ସନ୍ଧ୍ୟାରେ ପୁଲିସ ଉପସ୍ଥିତିରେ ପ୍ରଶାସନର ଅଧିକାରୀ ଟୋଲ୍ ଗେଟକୁ ସିଲ୍ କରିଛନ୍ତିା

ଅଦ୍ୟତନ ହୋଇଛି
Toll Gate

Toll Gate

Advertisment

ମୁଣ୍ଡଳି ଟୋଲ ଗେଟ୍‌ରେ ପର୍ଯ୍ୟଟକ ଓ ଟୋଲ କର୍ମଚାରୀଙ୍କ ସଂଘର୍ଷ ପରେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କଟକ ମୁଣ୍ଡଳି ଟୋଲ୍ ଗେଟକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସିଲ୍ କରିଛି ଜିଲ୍ଲା ପ୍ରଶାସନ। ଗତକାଲି ସନ୍ଧ୍ୟାରେ ପୁଲିସ ଉପସ୍ଥିତିରେ ପ୍ରଶାସନର ଅଧିକାରୀ ଟୋଲ୍ ଗେଟକୁ ସିଲ୍ କରିଛନ୍ତିା ଏହି ଘଟଣାରେ ୪ଜଣ ଟୋଲ କର୍ମଚାରୀଙ୍କୁ ଗିରଫ କରାଯାଇଛି।

Advertisment

ସୂଚନାଅନୁସାରେ, ଛତିଶଗଡରୁ ୨ଟି ବସ୍‌ରେ ଟୁରିଷ୍ଟମାନେ ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲିବାକୁ ଆସିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ପୁରୀ ଓ ନନ୍ଦନକାନନ ବୁଲି ପର୍ଯ୍ୟଟକ ମାନେ ଛତିଶଗଡ଼ ଫେରୁଥିଲେ। ମୁଣ୍ଡଳି ଟୋଲ ଗେଟ୍‌ରେ କର୍ମଚାରୀମାନେ ବସ୍‌ ଡ୍ରାଇଭରକୁ ଗେଟରେ ପାରି ହେବା ପାଇଁ ଅର୍ଥ ରାଶି ମାଗିଥିଲେ। ଧାର୍ଯ୍ୟ ରାଶି ଠାରୁ ଟୋଲ ଗେଟ୍‌ କର୍ମଚାରୀ ଅଧିକ ଟଙ୍କା ମାଗିଥିବା ବସ୍‌ ଡ୍ରାଇଭର ଅଭିଯୋଗ କରିଥିଲେ। ପଇସା ନ ଦେଲେ ବସ୍‌ ଛଡ଼ାଯିବ ନାହିଁ ଟୋଲ ଗେଟ୍‌ କର୍ମଚାରୀ ବସ୍ ଡ୍ରାଇଭରକୁ କହିଥିଲେ। ପରେ ଏହି କଥାକୁ ନେଇ ଟୋଲ ଗେଟ୍‌ କର୍ମଚାରୀ ଓ ବସ୍ ଡ୍ରାଇଭର ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୁପ ନେଇଥିଲା।

ଟୋଲ ଗେଟ୍‌ କର୍ମଚାରୀ ଓ ବସ୍ ଡ୍ରାଇଭରଙ୍କ ଝଗଡ଼ା ଦେଖି ଟୁରିଷ୍ଟମାନେ ମଧ୍ୟ ବସ୍‌ରୁ ଓହ୍ଲାଇ ଆସିଥିଲେ। ସେମାନଙ୍କର ମଧ୍ୟ ଟୋଲ ଗେଟ୍‌ କର୍ମଚାରୀ ସହିତ ଝଗଡ଼ା ହୋଇଥିଲା। ପରେ ଟୁରିଷ୍ଟ, ଡ୍ରାଇଭର ଓ କର୍ମଚାରୀଙ୍କ ମଧ୍ୟରେ ଠେଙ୍ଗାବାଡ଼ି ମାଡପିଟ୍‌ ହୋଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।

Advertisment

ଛତିଶଗଡର ଟୁରିଷ୍ଟମାନଙ୍କୁ ଆଠଗଡ଼ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଦିଆଯିବା ସହ ଆଠଗଡ଼ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ରହିବାର ସମସ୍ତ ବନ୍ଦୋବସ୍ତ କରାଯାଇଥିଲା। ଗତକାଲି ପ୍ରାଶସନ ପକ୍ଷରୁ ବନ୍ଦୋବସ୍ତ କରାଯାଇ ସେମାନଙ୍କୁ  ଛତିଶଗଡ଼ ପଠାଯାଇଥିଲା। 

Cuttack Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe