Advertisment

ASO ପରୀକ୍ଷା ଅନିୟମିତତା ମାମଲା: ମେରିଟ ଲିଷ୍ଟକୁ ଖାରଜ କଲେ ହାଇକୋର୍ଟ, ୨ ମାସ ମଧ୍ୟରେ ନୂଆ ତାଲିକା ବାହାର କରିବାକୁ ନିର୍ଦ୍ଦେଶ

ମୋଟ ମାର୍କ ଆଧାରରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
HighCourt

HighCourt

Advertisment

ଗତ ବର୍ଷ ଅଗଷ୍ଟ ମାସରେ ୭୯୬ଟି ASO ପଦବୀ ପାଇଁ ପରୀକ୍ଷା କରି ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଯେଉଁ ମେରିଟ ଲିଷ୍ଟ ପ୍ରକାଶ କରାଯାଇଥିଲା ତାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଏହା ସହିତ ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ଓପିଏସ୍‌ସିକୁ ନିର୍ଦ୍ଦେଶ ଦେଇଛନ୍ତି। ଲିଖିତ ପରୀକ୍ଷାରେ ପିଲାମାନେ ପାଇଥିବା ମୋଟ ମାର୍କ ଆଧାରରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ହାଇକୋର୍ଟଙ୍କ ଏହି ରାୟକୁ ଆବେଦନକାରୀମାନେ ସ୍ୱାଗତ କରିଥିବା ବେଳେ ଓପିଏସ୍‌ସି ଏହା ବିରୋଧରେ ପୁନଃ ଆବେଦନ କରିପାରେ କିମ୍ବା ଉପରକୋର୍ଟକୁ ଯାଇପାରେ ବୋଲି କୁହାଯାଉଛି।

ଆବେଦନକାରୀମାନଙ୍କ ଓକିଲ ମନୋଜ କୁମାର ମିଶ୍ର କହିଛନ୍ତି, ସେକ୍ସନ ଅଫିସର ନିଯୁକ୍ତି ପାଇଁ ଯେଉଁ ନିୟମ ରହିଛି, ତାହା ଅନୁଯାୟୀ ଓପିଏସ୍‌ସି କେବଳ ସର୍ଟଲିଷ୍ଟ କରିପାରିବ। କିନ୍ତୁ ତା’ମାନେ ନୁହେଁ ଯେ ଓପିଏସ୍‌ସି ନିଜେ ତାଙ୍କ ଆଡୁ ପ୍ରତି ବିଷୟରେ ୪୦% କଟ୍‌ଅଫ୍ ମାର୍କ ରଖିପାରିବେ। ଓପିଏସ୍‌ସିର ସେହି କ୍ଷମତା ନାହିଁ। ଓପିଏସ୍‌ସି ତାଙ୍କ ବିଜ୍ଞପ୍ତିରେ କହିଥିଲେ ଯେ ସେମାନେ କଟ୍‌ଅଫ୍ ମାର୍କ ରଖିବେ। କିନ୍ତୁ କେତେ କଟ୍‌ଅଫ୍ ମାର୍କ ରଖିବେ ତାହା କହିନଥିଲେ। ତେଣୁ ପରୀକ୍ଷା ଦେବା ବେଳେ ପିଲାମାନେ ଜାଣି ପାରି ନଥିଲେ ଯେ ସେମାନଙ୍କ କଟଅଫ ମାର୍କ ୪୦% ରହିବ। ତା’ ପୂର୍ବଥର ଓପିଏସ୍‌ସି ଏଏସ୍‌ଓ ନିଯୁକ୍ତି ପାଇଁ ଯେଉଁ ପରୀକ୍ଷା କରିଥିଲେ ସେଥିରେ ବି ସମାନ ନିୟମ ରଖାଯାଇଥିଲା, କିନ୍ତୁ କଟ୍‌ଅଫ୍ ବ୍ୟବସ୍ଥା ନଥିଲା। ମୋଟ୍ ମାର୍କ ଆଧାରରେ ମେରିଟ ଲିଷ୍ଟ ପ୍ରକାଶ କରାଯାଇଥିଲା।

Advertisment

ଓପିଏସ୍‌ସି କେବଳ ପ୍ରାର୍ଥୀ ଚୟନ କରିପାରିବେ। ନିୟମ ଆଧାରରେ ସେମାନେ ପ୍ରାର୍ଥୀ ଚୟନ କରିପାରିବେ। ନିୟମ ବାହାରକୁ ଯାଇ ପ୍ରାର୍ଥୀ ଚୟନ କରିବାର କ୍ଷମତା ସେମାନଙ୍କର ନାହିଁ। ଆମେ ଏହି ଯୁକ୍ତି କୋର୍ଟରେ ଉପସ୍ଥାପନ କରିଥିଲୁ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଓପିଏସ୍‌ସି ପକ୍ଷରୁ ମାମଲା ଲଢ଼ୁଥିବା ସରକାରୀ ଓକିଲ କହିଛନ୍ତି, କୋର୍ଟ କହିଲେ ଯେ ପ୍ରତି ସବ୍‌ଜେକ୍ଟ ପାଇଁ ଯେଉଁ କ୍ୱାଲିଫାଇଂ ମାର୍କ ଚୂଡ଼ାନ୍ତ କରାଯାଇଛି ଓ ସେହି ଅନୁସାରେ ଯେଉଁ ମେରିଟ୍ ଲିଷ୍ଟ ପ୍ରକାଶ କରାଯାଇଛି, ତାହା ଠିକ୍ ନୁହେଁ। କାରଣ କ୍ୱାଲିଫାଇଂ ମାର୍କ କେତେ ରହିବ, ତାହା ଓଡ଼ିଶା ସେକ୍ରେଟେରିଏଟ ସର୍ଭିସ୍ ରିକ୍ର୍ୟୁଟମେଣ୍ଟ ରୁଲ୍‌ସରେ ନାହିଁ। ଏହା ସହିତ କୋର୍ଟ ନିର୍ଦ୍ଦେଶ ଦେଲେ ଯେ ଯଦି ପୁଣି ଥରେ ମେରିଟ ଲିଷ୍ଟ ପ୍ରକାଶ କରାଯାଏ, ତା’ହେଲେ ମୋର୍ଟ ମାର୍କ ଆଧାରରେ କରାଯାଉ। ତେବେ ପୂରା ଜଜ୍‌ମେଣ୍ଟ ରିପୋର୍ଟ ଆସିଲେ ଜଣାପଡ଼ିବ ଯେ କୋର୍ଟ କାହିଁକି ଏମିତି ଏକ ନିଷ୍ପତ୍ତି ଶୁଣାଇଲେ।

ଏଏସ୍‌ଓ ନିଯୁକ୍ତି ପାଇଁ ଗତ ବର୍ଷ ମୋଟ ୧ଲକ୍ଷ ୪୮ହଜାର ୮୮୮ ପ୍ରାର୍ଥୀ ଲିଖିତ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୧୦୪ ଜଣଙ୍କ ନାଁ ମେରିଟ ଲିଷ୍ଟରେ ପ୍ରକାଶ କରାଯାଇଥିଲା, ଯାହା ମୋଟ ବିଜ୍ଞାପିତ ହୋଇଥିବା ପଦବୀ ୭୯୬ର ଦେଢ଼ଗୁଣ।

ଗତ ନଭେମ୍ବର ମାସରେ ଏହି ମେରିଟ ଲିଷ୍ଟ ପ୍ରକାଶ ପାଇବା ପରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସେମାନେ ଅଭିଯୋଗ କରିଥିଲେ। ଏହା ପରେ ଓପିଏସ୍‌ସି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଥିଲା ଯେ ପ୍ରତ୍ୟେକ ପେପର ଓ ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ କଟଅଫ୍ ମାର୍କ ଚୂଡ଼ାନ୍ତ କରିବା କମିଶନଙ୍କ କ୍ଷମତା ପରିସରଭୁକ୍ତ । ସେହି ଆଧାରରେ ସର୍ବନିମ୍ନ ମାର୍କ ସ୍ଥିର କରାଯାଇଛି। ଏହା ପରେ ଅନେକ ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

High Court Opsc Aso Exam Aso Scam Aso
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe