Advertisment

୨୦୨୨ରେ ୧ ଲକ୍ଷ ୩୬ ହଜାର ୫୯୯ ମାମଲାର ଶୁଣାଣି ଶେଷ କରିଛି ହାଇକୋର୍ଟ

୨୦୨୧ ତୁଳନାରେ ୨୦୨୨ରେ କେସ୍ ଫଇସଲା ୨୯.୮୬ ପ୍ରତିଶତ ବୃଦ୍ଧି ପାଇଥିବା ଆଜି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର କହିଛନ୍ତି।

meeting

meeting

Advertisment

କୋର୍ଟରେ ମାମଲା ସଂଖ୍ୟା ଯେଉଁ ଅନୁପାତରେ ବଢ଼ୁଛି, ସମାଧାନ ପ୍ରକ୍ରିୟା ମଧ୍ୟ ପୂର୍ବ ତୁଳନାରେ ଅଧିକ ତ୍ୱରାନ୍ୱିତ ହୋଇଛି। ଓଡିଶା ହାଇକୋର୍ଟ ମଧ୍ୟ ମାମଲା ସମାଧାନ କରିବାରେ ଶୀଘ୍ରତା ଆଣି ପାରିଛି। ୨୦୨୧ ତୁଳନାରେ ୨୦୨୨ରେ କେସ୍ ଫଇସଲା ୨୯.୮୬ ପ୍ରତିଶତ ବୃଦ୍ଧି ପାଇଥିବା ଆଜି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର କହିଛନ୍ତି। ହାଇକୋର୍ଟରେ ୨୦୨୧ ମସିହାରେ ୧ ଲକ୍ଷ ୫ ହଜାର ୧୮୨ଟି ମାମଲାର ଶୁଣାଣି ପ୍ରକ୍ରିୟା ଶେଷ ହୋଇଥିବା ବେଳେ ୨୦୨୨ରେ ୧ ଲକ୍ଷ ୩୬ ହଜାର ୫୯୯ ଟି ମାମଲାର ଶୁଣାଣି ପ୍ରକ୍ରିୟା ଶେଷ ହୋଇଛି। ଆଜି ରାଜ୍ୟସ୍ତରୀୟ ଦୁଇ ଦିନିଆ ଜିଲ୍ଲାଜଜ୍ ସମ୍ମିଳନୀ ଓଡିଶା ଜୁଡିସିଆଲ ଏକାଡେମୀର ଉଦ୍‌ଘାଟିତ ଉତ୍ସବରେ ଯୋଗଦେଇ ହାଇକୋର୍ଟର ମୁଖ୍ୟ ବିଚାରପତି ଏହା କହିଛନ୍ତି।

Advertisment

ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଜିଲ୍ଲାଜଜ ଏବଂ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ(CJM) ଯୋଗ ଦେଇଛନ୍ତି। ଜିଲ୍ଲା ଅଦାଲତ ସ୍ତରରେ କିଭଳି ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ, ବିଚାର ବ୍ୟବସ୍ଥାରେ ଅତ୍ୟାଧୁନିକ ବୈଷୟିକ ସୁବିଧା କିଭଳି ବ୍ୟବହାର କରାଯାଇପାରିବ, ବାର ବେଞ୍ଚ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦୁଇ ଦିନ ଧରି ଆଲୋଚନା ହେବ।

ଏହି ଉତ୍ସବରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଯୋଗଦେଇ ଜିଲ୍ଲାଜଜ୍ ସମ୍ମିଳନୀର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ ଏବଂ ଓଡିଶା ଜୁଡିସିଆରୀ କିଭଳି ଆହୁରି ସୁଦୃଢ଼ କରାଯାଇପାରିବ ସେନେଇ ମତବ୍ୟକ୍ତ କରିଥିଲେ। ଏହି ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି ଏବଂ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Advertisment

ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର କହିଥିଲେ, ଜିଲ୍ଲା ଅଦାଲତଗୁଡିକରେ ମଧ୍ୟ ମାମଲା ଶୁଣାଣି ପ୍ରକ୍ରିୟା ତ୍ୱରିତ ବେଗରେ କରାଯାଉଛି। ୨୦୨୧ ମସିହାରେ ରାଜ୍ୟର ସମସ୍ତ ଜିଲ୍ଲା ଅଦାଲତ ଗୁଡିକରେ ୨ଲକ୍ଷ ୩୮ ହଜାର ୫୮୮ଟି ମାମଲାର ଶୁଣାଣି ପ୍ରକ୍ରିୟା ଶେଷ କରାଯାଇଥିବା ବେଳେ ୨୦୨୨ ମସିହାରେ ୫ ଲକ୍ଷ ୧୫ ହଜାର ୩୯୨ ମାମଲାର ଫଇସଲା ହୋଇଛି। ଯାହାର ସିସିଆର ୯୩.୨୦ ପ୍ରତିଶତ ରହିଛି।

କେବଳ ସେତିକି ନୁହେଁ, ଜିଲ୍ଲା ଅଦାଲତଗୁଡିକରେ କିଭଳି ମାମଲାର ତ୍ୱରିତ ବିଚାର କରାଯିବ ସେନେଇ ହାଇକୋର୍ଟ ସର୍ବୋତ୍ତମ ପ୍ରଦର୍ଶନ ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ଭଲ ପ୍ରଦର୍ଶନ କରିଥିବା ଅଦାଲତଗୁଡିକୁ ପୁରସ୍କୃତ କରାଯାଉଛି। ଏହି କ୍ରମରେ ରାଜ୍ୟର ୩ଟି ଜିଲ୍ଲା ବଲାଙ୍ଗୀର, ନୟାଗଡ଼ ଏବଂ ଦେଓଗଡ଼ ଯଥାକ୍ରମେ A, B ଏବଂ C ଜୋନ୍‌ରେ ପୁରସ୍କୃତ କରାଯାଇଛି।

High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe