Advertisment

ବାହାନଗା ଟ୍ରେନ୍ ଟ୍ରାଜେଡି; ଏସସିବିରେ ଚିକିତ୍ସାଧୀନଙ୍କ ମଧ୍ୟରୁ ଗଲା ପ୍ରଥମ ଜୀବନ

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଗୁରୁତର ହୋଇଥିବା ୮୧ ଜଣ କଟକ ଏସସିବିରେ ଚିକିତ୍ସାଧୀନ ଅଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
SCB

SCB

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଗୁରୁତର ହୋଇ କଟକ ଏସସିବିରେ ଚିକିତ୍ସାଧୀନ ଥିବା ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବିଜୟ ପାଶୱାନ। ତାଙ୍କ ଘର ବିହାରର ବୋଲି ଜଣାଯାଇଛି।

Advertisment

ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ବିଜୟଙ୍କ ଅବସ୍ଥା ଗୁରୁତର ଥିଲା। ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ବିଜୟଙ୍କୁ ସେଣ୍ଟ୍ରାଲ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି। ଏସସିବିରେ ଚିକିତ୍ସାଧୀନ ଆହତଙ୍କ ମଧ୍ୟରେ ଏହା ପ୍ରଥମ ମୃତ୍ୟୁ ବୋଲି ଜଣାପଡିଛି।

ବିଜୟଙ୍କର ଜଣେ ସମ୍ପର୍କୀୟ କହିଛନ୍ତି, ଚିକିତ୍ସା ପରେ ଭାଇଙ୍କ ଅବସ୍ଥା ଭଲ ଥିଲା। ଗତକାଲି ରାତିରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିବା ଡାକ୍ତର କହିଥିଲେ। ଆଜି ସକାଳେ ଭାଇଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଆମକୁ ସୂଚନା ଦେଇଥିଲେ।

Advertisment

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଗୁରୁତର ଥିବା ୮୧ ଜଣ ଏବେ କଟକ ଏସସିବିରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଅନ୍ୟ ଆହତମାନେ ଭୁବନେଶ୍ୱର ଏମ୍ସ ସମେତ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

ସୂଚନାଯୋଗ୍ୟ, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ କେତେକ ଯାତ୍ରୀ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଆଉ କେତେକ ଯାତ୍ରୀ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି।

Cuttack Train Accident Scb Medical