Advertisment

ବାରବାଟୀ ଟି-20; ଆଜିଠୁ ଅଫ୍‌ଲାଇନ୍‌ରେ ଟିକେଟ୍ ବିକ୍ରି

କଟକ(ଓଡ଼ିଶା ରିପୋର୍ଟର): ଆଜିଠୁ ବାରବାଟୀ ଟି-ଟ୍ୱେଣ୍ଟି  ମ୍ୟାଚପାଇଁ ଅଫ୍‌ଲାଇନ୍‌ରେ ଟିକେଟ ବିକ୍ରି ହେବ।  ଓସିଏ ସହିତ ଅନୁବନ୍ଧିତ ଥିବା ସଂଘ, ସ୍କୁଲ, କଲେଜ, କ୍ଲବ ଓ ଅନୁଷ୍ଠାନ ଆଜି ଟିକେଟ କିଣିପାରିବେ। ଏହି ବର୍ଗରେ ୮ ହଜାର ଟିକେଟ ବିକ୍ରି ହେବ।  ଓସିଓ କନ୍‌ଫରେନ୍ସ ହଲରେ ସକାଳ ୧୦ ଟାରୁ ମିଳିବ ଟିକେଟ। ଏଥିପାଇଁ କାଉଣ୍ଟର କରାଯାଇଛି। ନିଜ ନିଜ କୋଟା ଅନୁସାରେ ଅନୁବନ୍ଧିତ ସଂସ୍ଥାଗୁଡ଼ିକୁ ଟିକେଟ ମିଳିବ। ଏହାପରେ ୯ ଓ ୧୦ ତାରିଖରେ ଷ୍ଟାଡିୟମର […]

author-image
Tapaswini Nayak
ଅଦ୍ୟତନ ହୋଇଛି
ବାରବାଟୀ ଟି-20; ଆଜିଠୁ ଅଫ୍‌ଲାଇନ୍‌ରେ ଟିକେଟ୍ ବିକ୍ରି

cuttack

କଟକ(ଓଡ଼ିଶା ରିପୋର୍ଟର): ଆଜିଠୁ ବାରବାଟୀ ଟି-ଟ୍ୱେଣ୍ଟି  ମ୍ୟାଚପାଇଁ ଅଫ୍‌ଲାଇନ୍‌ରେ ଟିକେଟ ବିକ୍ରି ହେବ।  ଓସିଏ ସହିତ ଅନୁବନ୍ଧିତ ଥିବା ସଂଘ, ସ୍କୁଲ, କଲେଜ, କ୍ଲବ ଓ ଅନୁଷ୍ଠାନ ଆଜି ଟିକେଟ କିଣିପାରିବେ। ଏହି ବର୍ଗରେ ୮ ହଜାର ଟିକେଟ ବିକ୍ରି ହେବ।  ଓସିଓ କନ୍‌ଫରେନ୍ସ ହଲରେ ସକାଳ ୧୦ ଟାରୁ ମିଳିବ ଟିକେଟ। ଏଥିପାଇଁ କାଉଣ୍ଟର କରାଯାଇଛି।

Advertisment

ନିଜ ନିଜ କୋଟା ଅନୁସାରେ ଅନୁବନ୍ଧିତ ସଂସ୍ଥାଗୁଡ଼ିକୁ ଟିକେଟ ମିଳିବ। ଏହାପରେ ୯ ଓ ୧୦ ତାରିଖରେ ଷ୍ଟାଡିୟମର ବିଭିନ୍ନ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ବିକ୍ରି ହେବ ୧୬ ହଜାର ୧୫୪ଟି ଟିକେଟ।  ଆଗରୁ ଅନ୍‌ଲାଇନରେ ୫ ହଜାର ଟିକେଟ ବିକ୍ରି ହୋଇଛି

ଗତକାଲି ଅଫ୍‌ଲାଇନରେ ପ୍ରଥମ ଟିକେଟ କିଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓସିଏର ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ପ୍ରମୁଖ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ଦେବା ସହ ତାଙ୍କ ହାତରୁ ଟଙ୍କା ନେଇଥିଲେ।  ଏହି ଅବସରରେ ଟିକେଟ ବିକ୍ରି ପାଇଁ କରାଯାଇଥିବା ସୁବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ ଓସିଏ ସମ୍ପାଦକ। ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବ ଇଣ୍ଡିଆ - ସାଉଥ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ।

Advertisment
India Vs South Africa