Advertisment

ଅଚ୍ୟୁତାନନ୍ଦ ପୀଠରେ ୧୪୪ ଧାରା, ଭକ୍ତ ନିରାଶ

ସାଲେପୁର(ମନୋଜ ଆଚାର୍ଯ୍ୟ): ପୁଣି ଥରେ କରୋନା ଫେରୁଥିବାରୁ ଏହାକୁ ନେଇ ବେଶ୍‌ ସଜାଗ ରହିଛି ପ୍ରଶାସନ। ଏପରିକି ବିଭିନ୍ନ ସ୍ଥାନରେ ଗହଳିକୁ ନେଇ କିଛି ଦିନ ପୂର୍ବରୁ କଟକଣା କୋହଳ ହୋଇଥିବା ବେଳେ ଏବେ ପୁଣି ଥରେ ତାକୁ କଡ଼ାକଡ଼ି କରିଛି ପ୍ରଶାସନ।  ଏହି ପରିପ୍ରେକ୍ଷୀରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠ ନେମାଳ ବଟରେ ଜାରି ହୋଇଛି ୧୪୪ ଧାରା । ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ସ୍ୱନକ୍ଷତ୍ର ଉତ୍ସବ ଆଜି ପାଳିତ ହେବାର ଥିଲା। ଏହି ଅବସରରେ ବିଭିନ୍ନ […]

author-image
Niharika Rout
ଅଦ୍ୟତନ ହୋଇଛି
ଅଚ୍ୟୁତାନନ୍ଦ ପୀଠରେ ୧୪୪ ଧାରା, ଭକ୍ତ ନିରାଶ

achyutananda

ସାଲେପୁର(ମନୋଜ ଆଚାର୍ଯ୍ୟ): ପୁଣି ଥରେ କରୋନା ଫେରୁଥିବାରୁ ଏହାକୁ ନେଇ ବେଶ୍‌ ସଜାଗ ରହିଛି ପ୍ରଶାସନ। ଏପରିକି ବିଭିନ୍ନ ସ୍ଥାନରେ ଗହଳିକୁ ନେଇ କିଛି ଦିନ ପୂର୍ବରୁ କଟକଣା କୋହଳ ହୋଇଥିବା ବେଳେ ଏବେ ପୁଣି ଥରେ ତାକୁ କଡ଼ାକଡ଼ି କରିଛି ପ୍ରଶାସନ।  ଏହି ପରିପ୍ରେକ୍ଷୀରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠ ନେମାଳ ବଟରେ ଜାରି ହୋଇଛି ୧୪୪ ଧାରା ।

Advertisment

ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ସ୍ୱନକ୍ଷତ୍ର ଉତ୍ସବ ଆଜି ପାଳିତ ହେବାର ଥିଲା। ଏହି ଅବସରରେ ବିଭିନ୍ନ ଆଡ଼ୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି  ପ୍ରଶାସନ ପକ୍ଷରୁ ୧୪୪ ଧାରା କରାଯାଇଛି।

ଗତକାଲି ସନ୍ଧ୍ୟାରୁ ଲାଗୁ ହୋଇଥିବା ୧୪୪ ଧାରା ଆସନ୍ତାକାଲି ସନ୍ଧ୍ୟା ୬ ଟା ଯାଏଁ ପୀଠରେ ବଳବତ୍ତର ରହିବ।  ତେବେ ମନ୍ଦିର ପ୍ରଶାସନ ପକ୍ଷରୁ ବିଧି ମୁତାବକ ସ୍ୱନକ୍ଷତ୍ର ଉତ୍ସବ ପାଳିତ ହେବ। କେବଳ ଭକ୍ତ ମାନଙ୍କୁ ଦର୍ଶନର ସୁଯୋଗ  ମିଳିବନି ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।

Advertisment

[caption id="attachment_621652" align="aligncenter" width="650"]nemal pitha. ନେମାଳ ସ୍ଥିତ ଏହି ପୀଠରେ ଲୋକଙ୍କ ଗହଳିଚହଳି ନାହିଁ।[/caption]

ଏ ସମ୍ପର୍କରେ ମନ୍ଦିରର ପୂଜାରୀ କହିଛନ୍ତି, ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ସ୍ୱନକ୍ଷତ୍ର ଉତ୍ସବ ନିମନ୍ତେ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିଲା। ମାତ୍ର କରୋନା ପ୍ରତ୍ୟାବର୍ତ୍ତନ କରୁଥିବାରୁ ପ୍ରଶାସନିକ ସ୍ତରରେ ନିଆଯାଇଥିବା ନିଷ୍ପତ୍ତି ଗ୍ରହଣଯୋଗ୍ୟ।

ଜଣେ ଭକ୍ତ କହିଛନ୍ତି,  ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ଦର୍ଶନ କରି ନ ପାରି  ଦୁଃଖ ଲାଗୁଥିଲେ ବି କରୋନାର ମୁକାବିଲା ପାଇଁ ପ୍ରଶାସନ ନେଉଥିବା ପଦକ୍ଷେପକୁ ଆମେମାନେ ମାନିନେବାକୁ ପ୍ରସ୍ତୁତ ଅଛୁ।

Covid Rule