ଅଜଣା ନମ୍ୱରରୁ କଲ୍‌ ଆସିଲା…ପରେ ଆକାଉଣ୍ଟରୁ ୫୦,୦୦୦ ଗାଏବ

ସୁବର୍ଣ୍ଣପୁର(ଓଡ଼ିଶା ରିପୋର୍ଟର): ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ୍‌ ବେଶ୍‌ ଲୋକାଦୃତ ହେଉଥିବା ବେଳେ, ଦିନକୁ ଦିନ ବଢୁଛି ସାଇବର୍‌ କ୍ରାଇମ୍‌। ଅନ୍‌ଲାଇନ୍‌ ବ୍ୟବସ୍ଥାରେ ଟଙ୍କା ଠକେଇ ଘଟଣା ଏବେ ନିତିଦିନିଆ ହୋଇଗଲାଣି। ନିକଟରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମେଣ୍ଡାମାଳରେ ଜଣେ ବ୍ୟକ୍ତି ଏଭଳି ଠକେଇର ଶିକାର ହୋଇଛନ୍ତି। ଗୋବିନ୍ଦ କ୍ଷେତୀ ନାମକ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ଗାଏବ ହୋଇଯାଇଛି ୫୦ ହଜାର ଟଙ୍କା। ନିଜକୁ ବ୍ୟାଙ୍କ୍‌ ମ୍ୟାନେଜର ପିରଚୟ ଦେଇ ଜଣେ ଦୁର୍ବୃତ୍ତ ତାଙ୍କ ଆକାଉଣ୍ଟରୁ ୫୦ […]

p-90

Tapas Behera
  • Published: Sunday, 23 June 2019
  • , Updated: 23 June 2019, 05:52 PM IST

ସୁବର୍ଣ୍ଣପୁର(ଓଡ଼ିଶା ରିପୋର୍ଟର): ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ୍‌ ବେଶ୍‌ ଲୋକାଦୃତ ହେଉଥିବା ବେଳେ, ଦିନକୁ ଦିନ ବଢୁଛି ସାଇବର୍‌ କ୍ରାଇମ୍‌। ଅନ୍‌ଲାଇନ୍‌ ବ୍ୟବସ୍ଥାରେ ଟଙ୍କା ଠକେଇ ଘଟଣା ଏବେ ନିତିଦିନିଆ ହୋଇଗଲାଣି। ନିକଟରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମେଣ୍ଡାମାଳରେ ଜଣେ ବ୍ୟକ୍ତି ଏଭଳି ଠକେଇର ଶିକାର ହୋଇଛନ୍ତି। ଗୋବିନ୍ଦ କ୍ଷେତୀ ନାମକ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ଗାଏବ ହୋଇଯାଇଛି ୫୦ ହଜାର ଟଙ୍କା। ନିଜକୁ ବ୍ୟାଙ୍କ୍‌ ମ୍ୟାନେଜର ପିରଚୟ ଦେଇ ଜଣେ ଦୁର୍ବୃତ୍ତ ତାଙ୍କ ଆକାଉଣ୍ଟରୁ ୫୦ ହଜାର ଗାଏବ କରି ଦେଇଛନ୍ତି।

ଗୋବିନ୍ଦଙ୍କ କହିବା ଅନୁସାରେ ଗତ ୧୫ ତାରିଖରେ ତାଙ୍କ ଫୋନ୍‌କୁ ଏକ ଅଜଣା ନମ୍ୱରରୁ କଲ୍‌ ଆସିଥିଲା। ଫୋନ୍‌ କରିଥିବା ଯୁବକ ଜଣକ ଗୋବିନ୍ଦଙ୍କୁ ବ୍ୟାଙ୍କ୍‌ ମ୍ୟାନେଜର ବୋଲି ପରିଚୟ ଦେଇଥିଲେ। ଏହାପରେ ଗୋବିନ୍ଦଙ୍କୁ ତାଙ୍କର ଆଧାର ନମ୍ୱର, ଏଟିଏମ୍‌ ନମ୍ୱର ମାଗିବା ସହ ଫୋନ୍‌କୁ ଯାଇଥିବା ଓଟିପି ନ ଦେଲେ ଆକାଉଣ୍ଟ ବନ୍ଦ ହୋଇଯିବ ବୋଲି କହିଥିଲେ।

ଆକାଉଣ୍ଟ ବନ୍ଦ ହୋଇଯିବା ଭୟରେ ଗୋବିନ୍ଦ ସମସ୍ତ ସୂଚନା ଦେବା ପରେ ତାଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଗାଏବ ହୋଇଯାଇଥିଲା। ଏନେଇ ଗୋବିନ୍ଦ ବ୍ୟାଙ୍କ୍‌ ସହ ଯୋଗାଯୋଗ କରିବା ପରେ ସେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ତେବେ ବ୍ୟାଙ୍କ୍‌ ମ୍ୟାନେଜର କହି ଫୋନ କରିଥିବା ବ୍ୟକ୍ତି ଜଣକ କିଏ ତାହା ଜଣାପଡ଼ିନାହିଁ। ପୁଲିସ ଏହାର ତଦନ୍ତ କରୁଛି।

Related story