ଆଇପିଏସଙ୍କ ପତ୍ନୀଙ୍କୁ ଛାଡ଼ିଲେନି ସାଇବର ଠକ, ଲୁଟିନେଲେ ୧୦ଲକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ୟାଡ଼ରର ୧୯୯୩ ବ୍ୟାଚ ଆଇପିଏସ୍ ସୁଶାନ୍ତ କୁମାର ନାଥଙ୍କ ପତ୍ନୀ ଅନୁଜା ତ୍ରିପାଠୀଙ୍କଠୁ ସାଇବର ଠକାମିର ଶିକାର ହେବାକୁ ପଡ଼ିଛି । ତାଙ୍କର ବ୍ୟାଙ୍କ ଆକାଉଣ୍ଟରୁ ୧୦.୧୦ଲକ୍ଷ ଟଙ୍କା ଲୁଟ୍ ହୋଇଛି। ଏନେଇ ଶ୍ରୀମତୀ ତ୍ରିପାଠୀ କଟକସ୍ଥିତ କ୍ରାଇମବ୍ରାଂଚର ସାଇବର ସେଲରେ ଏକ ଅଭିଯୋଗ ରୁଜୁ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ପେଷାରେ ଡାକ୍ତର ଥିବା ଶ୍ରୀମତୀ ତ୍ରିପାଠୀଙ୍କ ଦରମା ଆସୁଥିବା ବ୍ୟାଙ୍କ ଆକାଉଣ୍ଟରୁ ଗତ ୨ବର୍ଷ ମଧ୍ୟରେ ୩୧ଥର ବେଆଇନ […]

Cyber Loot

Cyber Loot

Ordigital Desk
  • Published: Friday, 17 December 2021
  • Updated: 17 December 2021, 10:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ୟାଡ଼ରର ୧୯୯୩ ବ୍ୟାଚ ଆଇପିଏସ୍ ସୁଶାନ୍ତ କୁମାର ନାଥଙ୍କ ପତ୍ନୀ ଅନୁଜା ତ୍ରିପାଠୀଙ୍କଠୁ ସାଇବର ଠକାମିର ଶିକାର ହେବାକୁ ପଡ଼ିଛି । ତାଙ୍କର ବ୍ୟାଙ୍କ ଆକାଉଣ୍ଟରୁ ୧୦.୧୦ଲକ୍ଷ ଟଙ୍କା ଲୁଟ୍ ହୋଇଛି। ଏନେଇ ଶ୍ରୀମତୀ ତ୍ରିପାଠୀ କଟକସ୍ଥିତ କ୍ରାଇମବ୍ରାଂଚର ସାଇବର ସେଲରେ ଏକ ଅଭିଯୋଗ ରୁଜୁ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ପେଷାରେ ଡାକ୍ତର ଥିବା ଶ୍ରୀମତୀ ତ୍ରିପାଠୀଙ୍କ ଦରମା ଆସୁଥିବା ବ୍ୟାଙ୍କ ଆକାଉଣ୍ଟରୁ ଗତ ୨ବର୍ଷ ମଧ୍ୟରେ ୩୧ଥର ବେଆଇନ ଭାବେ ୧୦.୧୦ଲକ୍ଷ ଟଙ୍କା ଲୁଟ୍ ହୋଇଛି । ୨୦୧୯ ମସିହାରୁ ଏହି ଟଙ୍କା ଲୁଟ୍ ହେଉଥିଲେ ମଧ୍ୟ ଶ୍ରୀମତୀ ତ୍ରିପାଠୀ ଗତ ମଙ୍ଗଳବାର ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ ଓ ତା’ପରେ କ୍ରାଇମବ୍ରାଂଚରେ ଅଭିଯୋଗ କରିଥିବା ସୂଚନା ମିଳିଛି । ଶ୍ରୀମତୀ ତ୍ରିପାଠୀ ଏନେଇ ତାଙ୍କ ଅଭିଯୋଗରେ ଉଲ୍ଲେଖ କରି କହିଛନ୍ତି ଯେ, ତାଙ୍କର ଷ୍ଟେଟବ୍ୟାଙ୍କ ଆକାଉଣ୍ଟରୁ ଏଭଳି ଜାଲିଆତି ହୋଇଛି । ତାଙ୍କ ଏସବିଆଇ ଡେବିଟ୍ କାର୍ଡରୁ କେହି ବହୁଥର ଟଙ୍କା ଉଠାଣ କରୁଥିଲେ ମଧ୍ୟ ତାଙ୍କର ପଞ୍ଜିକୃତ ମୋବାଇଲ ଫୋନକୁ କୌଣସି ମେସେଜ୍ ଆସିନଥାଏ ।

୨୦୧୫ ମାର୍ଚ୍ଚ ୧୫ତାରିଖରେ ତାଙ୍କ ଆକାଉଣ୍ଟରୁ ୨ହଜାର ଟଙ୍କାର ବେଆଇନ ଦେଣନେଣ ହେବା ପରେ ସେ ବ୍ୟାଙ୍କକୁ ତତ୍କାଳ ତାଙ୍କ କାର୍ଡକୁ ବ୍ଲକ ପାଇଁ ଅନୁରୋଧ କରିଥିଲେ । ତାଙ୍କ କାର୍ଡକୁ ବ୍ୟାଙ୍କ ଆବଶ୍ୟକ ଯାଂଚ ପରେ ୨୦୧୯ ଏପ୍ରିଲ ୨୬ତାରିଖରେ ପୁଣିଥରେ ଅନବ୍ଲକ୍ କରିଥିଲେ । ଯେହେତୁ ସେ ଏହି ଆକାଉଣ୍ଟକୁ ନିୟମିତ ଅପରେଟ୍ କରନ୍ତି ନାହିଁ, ଏଥିରେ କେବଳ ତାଙ୍କର ଦରମା ଟଙ୍କା ଆସେ, ତେଣୁ ସେ ଏନେଇ ବିଶେଷ କିଛି ଜାଣିପାରିନଥିଲେ । ଏହି ବେଆଇନ ଟଙ୍କା କିଭଳି ଉଠିଛି ସେବାବଦରେ କିଛି ଜାଣନ୍ତି ନାହିଁ କିମ୍ବା ତା’ର ଟେର ପାଉନଥିବା ସେ କହିଛନ୍ତି । ସେ ଏବାବଦରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ସହ ତାଙ୍କ ଟଙ୍କା ଫେରସ୍ତ ନିମନ୍ତେ ଦାବି କରିଛନ୍ତି । କ୍ରାଇମବ୍ରାଂଚ ମଧ୍ୟ ଏହି ସାଇବର ଠକେଇର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଆଇପିଏସ୍ ଶ୍ରୀ ନାଥ ଏବେ କେନ୍ଦ୍ରୀୟ ଡେପୁଟେସନରେ ବିଏସଏଫରେ କାର୍ଯ୍ୟ କରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story