ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା 'ତିତ୍‌ଲି' !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଉପରେ ବାତ୍ୟାର ଭୟ ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, ଡିପ୍ରେସନରେ ପରିଣତ ହୋଇ ଧୀରେ ଧୀରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।ଏହି ସମ୍ଭାବ୍ୟ ବାତ୍ୟାର ନାମ ‘ତିତଲି’ ରଖାଯାଇଛି ଆଜି ସଂଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପନେବ। ଏବେ ଏହା ଗୋପାଳପୁରଠାରୁ ୬୦୦ କିଲୋମିଟର ଦୂର ଦକ୍ଷିଣପୂର୍ବରେ ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି। ଏହା ପ୍ରଭାବରେ ଆସନ୍ତା ୧୦ ଓ ୧୧ତାରିଖରେ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ […]

cyo,,lone

Tapaswini Nayak
  • Published: Tuesday, 09 October 2018
  • , Updated: 09 October 2018, 12:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଉପରେ ବାତ୍ୟାର ଭୟ ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, ଡିପ୍ରେସନରେ ପରିଣତ ହୋଇ ଧୀରେ ଧୀରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।ଏହି ସମ୍ଭାବ୍ୟ ବାତ୍ୟାର ନାମ 'ତିତଲି' ରଖାଯାଇଛି

ଆଜି ସଂଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପନେବ। ଏବେ ଏହା ଗୋପାଳପୁରଠାରୁ ୬୦୦ କିଲୋମିଟର ଦୂର ଦକ୍ଷିଣପୂର୍ବରେ ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି।

ଏହା ପ୍ରଭାବରେ ଆସନ୍ତା ୧୦ ଓ ୧୧ତାରିଖରେ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୬୦ରୁ ୯୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।

ଆଜିଠାରୁ ବର୍ଷା ହେବା ସହ ପ୍ରବଳ ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ବର୍ଷା ସହିତ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ରହିବ। ସେହିପରି ୧୦ ଓ ୧୧ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ।

ଆସନ୍ତାକାଲି ଅପରାହ୍ଣରୁ ଓଡ଼ିଶା ଉପକୂଳରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ରହିବ। ୧୦ ତାରିଖ ରାତିରେ ପବନର ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏହାର ପ୍ରଭାବରେ ଓଡ଼ିଶା ସମେତ ଉତ୍ତର ଆନ୍ଧ୍ରରେ ଆସନ୍ତାକାଲିଠାରୁ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି।ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ବାତ୍ୟା ଆଶଙ୍କାକୁ ଦେଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆବଶ୍ୟକ ଅନୁସାରେ ପ୍ରସ୍ତୁତି ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। କାହାରିକୁ ଛୁଟିରେ ଯିବାକୁ ଅନୁମତି ନ ଦେବାକୁ ଡେପୁଟି ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

Related story