ବାତ୍ୟା ‘ଗୁଲାବ’: ୧୧ ଜିଲ୍ଲାକୁ ବିପଦ ଆଶଙ୍କା, ପ୍ରବଳ ବର୍ଷା ଓ ୯୫ କିମି ବେଗରେ ବୋହିବ ପବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟାର ରୂପ ନେଇଥିବା ସାମୁଦ୍ରିକ ଝଡ଼ ‘ଗୁଲାବ’ ସ୍ଥଳଭାଗ ଛୁଇଁ ଆସନ୍ତାକାଲି ରବିବାର ସନ୍ଧ୍ୟାସୁଦ୍ଧା କଳିଙ୍ଗପଟ୍ଟନମ ଓ ଗୋପାଳପୁର ମଧ୍ୟ ଦେଇ ଗତି କରିବାର ଆଶଙ୍କା ଥିବାରୁ ଏହାର ପ୍ରଭାବରେ ଓଡ଼ିଶାର ୧୧ଟି ଜିଲ୍ଲା ପ୍ରତି ବିପଦ ଦେଖାଦେଇଛି। ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୯୫କିମି ପର୍ଯ୍ୟନ୍ତ ପବନ ବୋହିବାର ଆଶଙ୍କା ରହିଛି। କଚ୍ଚା ଘର ଓ କାନ୍ଥ ଭୁଷୁଡ଼ିବା, ଗଛ ଭାଙ୍ଗିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ […]

Weather

Weather

Ordigital Desk
  • Published: Saturday, 25 September 2021
  • Updated: 25 September 2021, 10:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟାର ରୂପ ନେଇଥିବା ସାମୁଦ୍ରିକ ଝଡ଼ ‘ଗୁଲାବ’ ସ୍ଥଳଭାଗ ଛୁଇଁ ଆସନ୍ତାକାଲି ରବିବାର ସନ୍ଧ୍ୟାସୁଦ୍ଧା କଳିଙ୍ଗପଟ୍ଟନମ ଓ ଗୋପାଳପୁର ମଧ୍ୟ ଦେଇ ଗତି କରିବାର ଆଶଙ୍କା ଥିବାରୁ ଏହାର ପ୍ରଭାବରେ ଓଡ଼ିଶାର ୧୧ଟି ଜିଲ୍ଲା ପ୍ରତି ବିପଦ ଦେଖାଦେଇଛି। ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୯୫କିମି ପର୍ଯ୍ୟନ୍ତ ପବନ ବୋହିବାର ଆଶଙ୍କା ରହିଛି। କଚ୍ଚା ଘର ଓ କାନ୍ଥ ଭୁଷୁଡ଼ିବା, ଗଛ ଭାଙ୍ଗିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଫସଲ ନଷ୍ଟ ଓ ଯାତାୟତ ପ୍ରଭାବିତ ହେବ । ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି ହୋଇଛି।

ଆଜି ରାତି ୯ଟାରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ସ୍ୱତନ୍ତ୍ର ବୁଲେଟିନରେ କୁହାଯାଇଛି ଯେ, ବାତ୍ୟା ‘ଗୁଲାବ’ ଆଜି ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଗୋପାଳପୁରର ପୂର୍ବ-ଦକ୍ଷିଣପୂର୍ବର ୩୭୦କିମି ଓ କଳିଙ୍ଗପଟ୍ଟନମର ୪୪୦କିମି ପୂର୍ବରେ ବଙ୍ଗୋପାସାଗରରେ ରହିଛି । ଏହା ଘଣ୍ଟା ପ୍ରତି ୭କିମି ବେଗରେ ଗତି କରୁଛି। ଏହା ୨୬ତାରିଖ ସନ୍ଧ୍ୟାରେ କଳିଙ୍ଗପଟ୍ଟନମ ଓ ଗୋପାଳପୁର ମଧ୍ୟ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ଗଞ୍ଜାମ, ଗଜପତି ଓ ପୁରୀ, କୋରାପୁଟ, ମାଲକାନଗିରି,ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ବୋହିବାର ଆଶଙ୍କା ରହିଛି । ଏଥିପାଇଁ ଏସବୁ ଜିଲ୍ଲାର ଲୋକମାନଙ୍କୁ ପାହାଡ଼ିଆ ଅଂଚଳରେ ଥିବା ଗୁମ୍ପା ଓ ସମ୍ବେଦନଶୀଳ ସ୍ଥାନରେ ଆଶ୍ରୟ ନନେବା ପାଇଁ ପରାମର୍ଶ ଦିଆଯାଇଛି ।

ଏସବୁ ଜିଲ୍ଲାରେ ମାଟି ରାସ୍ତା ଓ କାନ୍ଥ ଭୁଷୁଡ଼ିବା ସହ, ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି, ସହରାଂଚଳରେ ଜଳ ନିଷ୍କାସନରେ ସମସ୍ୟା, ଫସଲ ନଷ୍ଟ, ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ଓ ପାହାଡ଼ିଆ ଅଂଚଳରେ ଭୂସ୍ଖଳନ ଭଳି ସମସ୍ୟା ଉପୁଜିପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ଏହାସହିତ ଅନ୍ୟ ଦୁଇଟି ଜିଲ୍ଲା ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ମଧ୍ୟ ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି, ଜଳବନ୍ଦୀ ଅବସ୍ଥା, ମାଟି ରାସ୍ତା ଧୋଇଯିବା, କାନ୍ଥ ଭୁଷୁଡ଼ିବା, ସହରଗୁଡ଼ିକରେ ଜଳ ନିଷ୍କାସନରେ ସମସ୍ୟା ସହ ନଦୀର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏହି ସମସ୍ତ ୧୧ଟି ଜିଲ୍ଲାରେ ଯାତାୟତବେଳେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନେ ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ପାରାଦୀପ ଓ ଧାମରା ବନ୍ଦରରେ ୩ ନମ୍ବର ସତର୍କ ସୂଚନା ଲାଗୁ କରାଯାଇଥିବାବେଳେ ଗୋପାଳପୁର ବନ୍ଦରରେ ୪ ନମ୍ବର ସତର୍କ ସୂଚନା ଦିଆଯାଇଛି । ବାତ୍ୟା ଯୋଗୁ ଗଞ୍ଜାମ ଜିଲ୍ଲାର ତଳିଆ ଅଂଚଳରେ ଜୁଆର ମାଡ଼ି ଆସିବାର ସମ୍ଭାବନା ରହିଛି ।

ସେହିପରି ବାତ୍ୟା ପ୍ରଭାବରେ ଓଡ଼ିଶାରେ ଘଣ୍ଟା ପ୍ରତି ୮୦ରୁ ୯୫କିମି ପର୍ଯ୍ୟନ୍ତ ପବନ ବୋହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୯୫କିମି ବେଗରେ ପବନ ବୋହିବାର ଥିବାବେଳେ ପୁରୀ, ଖୋର୍ଦ୍ଧା, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘଣ୍ଟାପ୍ରତି ୭୫କିମି ପର୍ଯ୍ୟନ୍ତ ପଦବ, ନବରଙ୍ଗପୁର ଓ ମାଲକାନଗିରିରେ ୭୦କିମି ପର୍ଯ୍ୟନ୍ତ ପବନ ବୋହିବାର ସମ୍ଭାବନା ରହିଛି । ଓଡ଼ିଶା ଉପକୂଳରେ ୨୭ତାରିଖରେ ପବନର ବେଗ ପ୍ରାୟ ୬୦କିମି ରହିବ ।

ଏପଟେ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏବେ ୪୨ଟି ଓଡ୍ରାଫ ଟିମ, ୨୪ଟି ଏନଡିଆରଏଫ ଟିମ ଓ ୧୦୨ଟି ଅଗ୍ନିଶମ ବାହିନୀ ଟିମକୁ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାରେ ମୁତୟନ କରାଯାଇଛି । ଭାରତୀ ପାଣିପାଗ ବିଭାଗ ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରବିବାର ଓ ସୋମବାର ଦୁଇଦିନ ଧରି ହେବ ବୋଲି ପୂର୍ବାନୁମାନ କରିଛନ୍ତି । ତେଣୁ ଋଷିକୁଲ୍ୟା, ନାଗାବଳୀ ଓ ବଂଶଧାରା ନଦୀରେ ବନ୍ୟା ଆସିବାର ଆଶଙ୍କା ରହିଛି ତଥା ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଛୋଟଛୋଟ ଗଛ ଉପୁଡ଼ିବା ସହ ଭୂସ୍ଖଳନର ଆଶଙ୍କା ଅଛି । ୨୦୧୮ ମସିହାରେ ତିତିଲି ବାତ୍ୟା ସମୟରେ ଗଜପତି ଜିଲ୍ଲାରେ ଭୂସ୍ଖଳନ ହୋଇଥିଲା । ତେଣୁ ଗଜପତି ଓ ରାୟଗଡ଼ା ଜିଲ୍ଲା ପ୍ରଶାସନକୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଅତିକ୍ରମ କରିବାକୁ ଥିବା ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଜାରି ହୋଇଛି ।

ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଭଦ୍ରକ, ବାଲେଶ୍ୱ ଆଦି ଜିଲ୍ଲାରେ ବି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏସବୁ ଜିଲ୍ଲାରେ ୱେଲୋ ଓାର୍ଣ୍ଣିଂ ଜାରି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story