୮ରେ ବାତ୍ୟା, ୧୦ରେ ଛୁଇଁବ ଉପକୂଳ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ  ହୋଇପାରେ।  ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏପରି ଆକଳନ କରାଯାଇଛି। ଆଜି ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ । ଏହାପରେ ୮ ତାରିଖ ସନ୍ଧ୍ୟା ସୁଦ୍ଧା  ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ବିଭାଗ । ସେହିପରି ଏହି ସମ୍ଭାବ୍ୟ ବାତ୍ୟା ୧୦ ତାରିଖ ସୁଦ୍ଧା […]

cyclone

cyclone

Niharika Rout
  • Published: Friday, 06 May 2022
  • Updated: 06 May 2022, 05:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ  ହୋଇପାରେ।  ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏପରି ଆକଳନ କରାଯାଇଛି। ଆଜି ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ । ଏହାପରେ ୮ ତାରିଖ ସନ୍ଧ୍ୟା ସୁଦ୍ଧା  ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ବିଭାଗ । ସେହିପରି ଏହି ସମ୍ଭାବ୍ୟ ବାତ୍ୟା ୧୦ ତାରିଖ ସୁଦ୍ଧା ଉପକୂଳ ଛୁଇଁପାରେ । କିନ୍ତୁ ଏହା କେଉଁଠି ଲ୍ୟାଣ୍ଡଫଲ୍‌ କରିବ ତାହା ଏ ଯାଏ ସ୍ପଷ୍ଟ ହୋଇନି ।

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଲଘୁଚାପ କ୍ଷେତ୍ରଟି  ବାତ୍ୟାରେ ପରିଣତ ହେବା ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ତାହା  ୧୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହେବ । ଯାହାକି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ସମୁଦ୍ର।  ବାତ୍ୟାର କେନ୍ଦ୍ରସ୍ଥଳରେ ୮୦ରୁ ୯୦ କିମି ବେଗରେ ପବନ ବହିପାରେ ।  ତେବେ ବାତ୍ୟା କେଉଁଠି ଉପକୂଳ ଛୁଇଁବ, କେବେ ଛୁଇଁବ ଓ ଏହାର ତୀବ୍ରତା କେତେ ରହିବ ତାହା ସ୍ପଷ୍ଟ ହୋଇନି।

ସେହିପରି ଲଘୁଚାପ ପ୍ରଭାବରେ ଆଣ୍ଡାମାନ ସାଗର ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆକାଶ ମେଘାଚ୍ଛନ୍ନ ରହିଛି। ଏବେ ସେଠାରେ ପବନ ୪୦ରୁ ୫୦ କିମି ବେଗରେ ବହୁଛି। ଏହା ମତ୍ସ୍ୟଜୀବୀଙ୍କ ପାଇଁ ନିରାପଦ ନୁହେଁ। ତେଣୁ ମତ୍ସ୍ୟଜୀବୀ ସେଠାକୁ ଯିବା ଉଚିତ ନୁହେଁ ବୋଲି ପରାମର୍ଶ ଦେଇଛନ୍ତି ଆଇଏମ୍‌ଡି ଡିଜି ।

ଏହା ପ୍ରଭାବରେ ଓଡ଼ିଶା ଉପକୂଳକୁ ଲାଗିକି ଥିବା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ  ସମୁଦ୍ର ୯ ତାରିଖରୁ ଅଶାନ୍ତ ରହିବ ।  ତେଣୁ ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀ ଉପକୂଳକୁ ଫେରି ଆସିବା ଉଚିତ  ବୋଲି କହିଛନ୍ତି ଆଇଏମ୍‌ଡି ଡିଜି ।

ଅନ୍ୟପକ୍ଷେ ଯଦି ବାତ୍ୟା ହୁଏ, ତା’ହେଲେ ତା’ର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ଲୋକମାନେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ କୁମାର ଜେନା । ରାଜ୍ୟରେ ଏବେ ୧୭ଟି ଏନଡିଆରଏଫ ଟିମ୍ , ୨୦ଟି ଓଡ୍ରାଫ ଟିମ୍ (୬୦ଟି ସବ୍ ଟିମ ହୋଇପାରିବ) ଓ ୧୭୫ଟି ଅଗ୍ନିଶମ ଟିମ୍ ଅଛନ୍ତି । ସେମାନଙ୍କୁ ଯେକୌଣସି ମୁହୂର୍ତ୍ତରେ ସେବା ଯୋଗାଇ ଦେବା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏହାସହିତ ଏନଡିଆରଏଫକୁ ମଧ୍ୟ ଆବଶ୍ୟକ ସ୍ଥଳେ ଅଧିକ ସହାୟତା ଦେବାକୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି ଏସ୍‌ଆରସି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos