ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ‘ଜଓ୍ୱାଦ’ । ଆଜି ରାତିରେ ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟାହ୍ନରେ ଏହା ପୁରୀ ଛୁଇଁବ । ବାତ୍ୟା ଦୁର୍ବଳ ହେଲେ ମଧ୍ୟ ବର୍ଷାର ପ୍ରକୋପ ରହିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି।
ପାଣିପାଗ ବିଭାଗ ତରଫରୁ ଆଉ କ’ଣ କୁହାଯାଇଛି, ଚୁମ୍ବକରେ ଜାଣନ୍ତୁ-
-ଆଜି ସକାଳୁ ଉତ୍ତର ଦିଗକୁ ଗତି କରୁଛି ଜୱାଦ
-ପରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି ପରିବର୍ତ୍ତନ କରିବ
-ଗତି ପରିବର୍ତ୍ତନ କରି ଓଡ଼ିଶା ଉପକୂଳମୁହାଁ ହେବ
-ପରେ କ୍ରମଶଃ ଦୁର୍ବଳ ହେବ ବାତ୍ୟା
-କାଲି ମଧ୍ୟାହ୍ନରେ ଗଭୀର ଅବପାତ ହୋଇ ପୁରୀରେ ପହଞ୍ଚିବ
-ସର୍ବାଧିକ ୭୦ କିମି ବେଗରେ ପବନ ବହିବା ସମ୍ଭାବନା
- ବାତ୍ୟା ଜୱାଦ ଏବେ ଗୋପାଳପୁରଠୁ ୩୪୦ କିମି ଦୂରରେ
-ବିଶାଖାପାଟଣାଠାରୁ ୨୩୦ କିମି ଦୂରରେ ରହିଛି ଜୱାଦ
-ପୁରୀଠୁ ୪୦୦ ଓ ପାରାଦୀପଠୁ ୪୯୦ କିମି ଦୂରରେ ଜୱାଦ
-ଗତ ୬ ଘଣ୍ଟା ହେଲା ଘଣ୍ଟାକୁ ୪ କିମି ବେଗରେ ଗତି କରୁଛି ଜୱାଦ
-ବାତ୍ୟା ଦୁର୍ବଳ ହେଲେ ବି ବର୍ଷାର ପ୍ରକୋପ ବିଶେଷ କମିବନି
-ବର୍ତ୍ତମାନ ସୁଦ୍ଧା ପାରାଦୀପରେ ସର୍ବାଧିକ ୮୨ ମିମି ବର୍ଷା ରେକର୍ଡ
-ପୁରୀ, ଗୋପାଳପୁରରେ ୪୫ ମିମି ବର୍ଷା ରେକର୍ଡ
-ଆଜି ଗଞ୍ଜାମ, ଜଗତସିଂହପୁର, ପୁରୀରେ ଅଧିକ ବର୍ଷା ହେବ
-କାଲି ଉତ୍ତର ଉପକୂଳ ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିବ
-ଟୁଇନ୍ ସିଟିରେ ଆଜି ଓ ଆସନ୍ତାକାଲି ମେଘୁଆ ପାଗ ରହିବ । ମଝିରେ ମଝିରେ ବର୍ଷା ହେବ ।