ଜୱାଦ ବାତ୍ୟା: ୧୨ ଜିଲ୍ଲାର ୫.୭୮ ଲକ୍ଷ ହେକ୍ଟର ଖରିଫ ଫସଲ କ୍ଷତିଗ୍ରସ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତମାସ ପ୍ରଥମ ସପ୍ତାହରେ ଆସିଥିବା ‘ଜୱାଦ’ ବାତ୍ୟା ଓ ବର୍ଷାରେ ୧୨ଟି ଜିଲ୍ଲାର ୧୩୧ଟି ବ୍ଲକର ୫.୭୮ଲକ୍ଷ ହେକ୍ଟର ଖରିଫ ଫସଲ କ୍ଷତିଗ୍ରସ୍ତ ହୋଇଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି। ତେବେ ପ୍ରକୃତ କ୍ଷୟକ୍ଷତି ଆକଳନ ରିପୋର୍ଟ ଆସନ୍ତା ୭ଦିନ ମଧ୍ୟରେ ଶେଷ ହେବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି। ଜୱାଦ ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ୬ଜଣିଆ କେନ୍ଦ୍ର ଆନ୍ତଃ-ମନ୍ତ୍ରଣାଳୟ ଟିମ୍ ଗତ ଦୁଇଦିନ […]

Croup

Croup

Ordigital Desk
  • Published: Monday, 13 December 2021
  • Updated: 13 December 2021, 09:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତମାସ ପ୍ରଥମ ସପ୍ତାହରେ ଆସିଥିବା ‘ଜୱାଦ’ ବାତ୍ୟା ଓ ବର୍ଷାରେ ୧୨ଟି ଜିଲ୍ଲାର ୧୩୧ଟି ବ୍ଲକର ୫.୭୮ଲକ୍ଷ ହେକ୍ଟର ଖରିଫ ଫସଲ କ୍ଷତିଗ୍ରସ୍ତ ହୋଇଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି। ତେବେ ପ୍ରକୃତ କ୍ଷୟକ୍ଷତି ଆକଳନ ରିପୋର୍ଟ ଆସନ୍ତା ୭ଦିନ ମଧ୍ୟରେ ଶେଷ ହେବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି।

ଜୱାଦ ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ୬ଜଣିଆ କେନ୍ଦ୍ର ଆନ୍ତଃ-ମନ୍ତ୍ରଣାଳୟ ଟିମ୍ ଗତ ଦୁଇଦିନ ଧରି ୬ଟି ଜିଲ୍ଲାର କ୍ଷତିଗ୍ରସ୍ତ ଅଂଚଳ ଅନୁଧ୍ୟାନ କରିବା ପରେ ଆଜି ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଟିମ୍ ଆଜି ସରକାରଙ୍କ ସହ ଆଲୋଚନାବେଳେ ତୃଣମୂଳସ୍ତରରେ ବାତ୍ୟା ଓ ବର୍ଷାରେ ଫସଲ ଅଧିକ ପରିମାଣର କ୍ଷତିଗ୍ରସ୍ତ ହୋଇଥିବା ଏବଂ ଚାଷୀଙ୍କୁ ସରକାରୀ ସହାୟତା ଆବଶ୍ୟକ ଥିବା ନେଇ ମତ ଦେଇଥିଲେ।
ଆଲୋଚନାବେଳେ ପ୍ରାଥମିକ ଆକଳନ ଅନୁସାରେ ୧୨ଟି ଜିଲ୍ଲା ଯଥା- ଗଞ୍ଜାମ, ଭଦ୍ରକ, ପୁରୀ, କଟକ, ବାଲେଶ୍ୱର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ଼, ଯାଜପୁର ଓ ମୟୂରଭଞ୍ଜର ୧୩୧ଟି ବ୍ଲକର ୫.୭୮ଲକ୍ଷ ହେକ୍ଟର ଖରିଫ ଫସଲ ବର୍ଷା ଓ ବାତ୍ୟାରେ ପ୍ରଭାବିତ ହୋଇଛି। ଏବେ କ୍ଷୟକ୍ଷତି ଆକଳନ ଚାଲିଛି ଓ ଖୁବଶୀଘ୍ର ଚୂଡ଼ାନ୍ତ ଆକଳନ ଶେଷ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଅବସରରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର କହିଥିଲେ ଯେ, ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଚାଷୀଙ୍କୁ ପାଚିଲା ଧାନକୁ ନିରାପଦ ସ୍ତାନରେ ରଖିବାକୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଏତେ କମ ସମୟ ମଧ୍ୟରେ ସମସ୍ତ ଧାନ, ପନିପରିବା ଓ ଅନ୍ୟାନ୍ୟ ଖରିଫ ଫସଲ ଅମଳ କରି ନିରାପଦ ସ୍ଥାନକୁ ଆଣିବା ସମ୍ଭବପର ହୋଇଥିଲା।

ସେହିପରି ଜମିରେ ପାଣି ରହିବାରୁ ଚାଷୀମାନେ ରବି ଫସଲ ପାଇଁ ମଧ୍ୟ ମଞ୍ଜି ବୁଣିବାରୁ ବଂଚିତ ହୋଇଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି।
ଏହି କେନ୍ଦ୍ରୀୟ ଟିମରେ ଶ୍ରୀ ରାୟଙ୍କ ବ୍ୟତୀତ କୃଷି ମନ୍ତ୍ରଣାଳୟର ଡଃ ମାନ ସିଂ, ଡଃ ମାନସ କୁମାର ସିହ୍ନା, ଆରବି କୌଲ, ଶାଶ୍ୱତ ମହାପାତ୍ର, ପୁନମ ଜୈନ ସାମିଲ ଥିଲେ। ଏହି ଅଫିସରମାନେ ଆଜି ସନ୍ଧ୍ୟାରେ ଦିଲ୍ଳୀ ଅଭିମୁଖେ ଫେରି ଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story