ବସ୍ତିରୁ କଟକ ଡେପୁଟି ମେୟର୍‌; ଯାତ୍ରା ଥିଲା ସଂଘର୍ଷମୟ...

କଟକ (ଓଡ଼ିଶା ରିପୋର୍ଟର): ବସ୍ତିରୁ କଟକ ମହାନଗର ନିଗମ(ସିଏମ୍‌ସି) ଡେପୁଟି ମେୟର୍‌। ଏ ଯାତ୍ରା ନଥିଲା ଏତେ ସହଜ। ଉଠାଣ ଗଡ଼ାଣି ରାସ୍ତାରେ ପ୍ରତି ମୋଡରେ କରିଥିଲେ ସଂଘର୍ଷ। ଆଉ ତାହାରି ଭିତରେ ନିଜକୁ ଗଢ଼ିଥିଲେ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତି କରିଥିଲେ ରାସ୍ତା। ସେ ହେଉଛନ୍ତି ଜଗତପୁର ବାଲିସାହି ବସ୍ତିରେ ୪୯ ନମ୍ବର ୱାର୍ଡର ଦମୟନ୍ତୀ ମାଝୀ। ଆଜି ସେ ୫୨ ବଜାର ୫୩ ଗଳିର ସହର କଟକରେ ହୋଇଛନ୍ତି ଡେପୁଟି ମେୟର୍‌। ଜଗତପୁର ବାଲିସାହି […]

Damayant-Majhi

Damayant-Majhi

Manoranjan Sial
  • Published: Thursday, 07 April 2022
  • Updated: 07 April 2022, 06:58 PM IST

କଟକ (ଓଡ଼ିଶା ରିପୋର୍ଟର): ବସ୍ତିରୁ କଟକ ମହାନଗର ନିଗମ(ସିଏମ୍‌ସି) ଡେପୁଟି ମେୟର୍‌। ଏ ଯାତ୍ରା ନଥିଲା ଏତେ ସହଜ। ଉଠାଣ ଗଡ଼ାଣି ରାସ୍ତାରେ ପ୍ରତି ମୋଡରେ କରିଥିଲେ ସଂଘର୍ଷ। ଆଉ ତାହାରି ଭିତରେ ନିଜକୁ ଗଢ଼ିଥିଲେ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତି କରିଥିଲେ ରାସ୍ତା। ସେ ହେଉଛନ୍ତି ଜଗତପୁର ବାଲିସାହି ବସ୍ତିରେ ୪୯ ନମ୍ବର ୱାର୍ଡର ଦମୟନ୍ତୀ ମାଝୀ। ଆଜି ସେ ୫୨ ବଜାର ୫୩ ଗଳିର ସହର କଟକରେ ହୋଇଛନ୍ତି ଡେପୁଟି ମେୟର୍‌।

ଜଗତପୁର ବାଲିସାହି ବସ୍ତିରେ ୪୯ ନମ୍ବର ୱାର୍ଡର ଦମୟନ୍ତୀ ମାଝୀ। ବାଲିସାହି ବସ୍ତିରେ ତାଙ୍କର ଭଙ୍ଗା ଅଜବେଷ୍ଟସ୍‌ ଘର। ତାହାରି ଭିତରେ ବିତୁଥିଲା ଦମୟନ୍ତୀ, ମାଆ ସାରା ମାଝୀ ଓ ଦୁଇ ଭାଇ-ଭଉଣୀଙ୍କ ସଂଘର୍ଷର ଜୀବନ। ୫ ବର୍ଷ ତଳେ ବାପାଙ୍କୁ ହରାଇଥିଲା ବେଳେ ଦମୟନ୍ତୀ ରେଭେନ୍ସାରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ।

ବାପାଙ୍କ ଦେହାନ୍ତ ପରେ ଦୁଃଖ ଓ ଯନ୍ତ୍ରଣାକୁ ଅତି ପାଖରୁ ଦେଖିଥିଲେ। ସବୁ ଯନ୍ତ୍ରଣାକୁ ଛାତି ଭିତରେ ଚାପି ରଖି କାମଦାମ କରି ମାଆ ସାରା ପିଲାମାନଙ୍କୁ ପାଠ ପଢ଼ାଉ ଥିଲେ। ହେଷ୍ଟେଲ୍‌ରେ ରହୁଥିବା ଦମୟନ୍ତୀଙ୍କ ପାଖକୁ ପଇସା ମଧ୍ୟ ପଠାଉଥିଲେ। କିନ୍ତୁ ଦୟମୟନ୍ତୀ ଅସହାୟ। କିଛି କରିପାରୁନଥିଲେ। ଦିନ ମଜୁରିଆ ଭାବେ କାମ କରୁଥିବା ମାଆଙ୍କୁ ସହଯୋଗ କରିପାରୁ ନଥିଲେ।

ଯୁକ୍ତ ଦୁଇ ପାସ୍‌ କଲା ପରେ ଘରକୁ ଫେରିଲେ ଦମୟନ୍ତୀ। ଘରେ ରହି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏମ୍‌.କମ୍‌ ପଢ଼ିଲେ। ସାନ ଭାଇ ଓ ଭଉଣୀଙ୍କ ପାଠ ପଢ଼ା ଦେଖିବା ସହିତ ମାଆଙ୍କୁ କାମରେ ସାହାଯ୍ୟ କଲେ। ଘରକୁ ଘର ବୁଲି ଛୋଟ ପିଲାଙ୍କୁ ଟ୍ୟୁସନ୍‌ କରୁଥିଲେ। ସେଥିରୁ କିଛି ପଇସା ମିଳୁଥିଲା। ଏହାଛଡ଼ା ବସ୍ତିର ଲୋକଙ୍କ ସୁଖ ଓ ଦୁଃଖରେ ଛିଡ଼ା ହେଉଥିଲେ। କାହାର ଶ୍ରମ କାର୍ଡ କରିଦେଉଥିଲେ ତ ଆଉ କାହାର ଆଧାରକାର୍ଡ କରାଇବାରେ ସହଯୋଗ କରୁଥିଲେ। ଯେଉଁଥିପାଇଁ ବସ୍ତି ଲୋକଙ୍କ ନିକଟର ହୋଇଥିଲେ ଦମୟନ୍ତୀ।

ଦମୟନ୍ତୀଙ୍କ ଏପରି କାମ କରୁଥିବା ବେଳେ ତାଙ୍କ ଉପରେ ନଜର ପଡ଼ିଥିଲା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କର। ଚଳିତ ସିଏମ୍‌ସି ନିର୍ବାଚନରେ ସେ ତାଙ୍କୁ ବିଜେଡି ପ୍ରାର୍ଥୀ କରାଇଥିଲେ। ନିର୍ବାଚନରେ ବସ୍ତିବାସୀନ୍ଦା ଦିଲ୍‌ ଖୋଲି ଦମୟନ୍ତୀଙ୍କୁ ଭୋଟ୍‌ ଦେଇଥିଲେ। ଯାହାଫଳରେ ୧୩୫୯ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଥିଲେ।

ଡେପୁଟି ମୟର ହେବା ପରେ ଦମୟନ୍ତୀ କହିଛନ୍ତି, “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକ ପାଇଁ କିଛି କରିବା ଉଦ୍ଦେଶ୍ୟରେ ରାଜନୀତିରେ ପାଦ ଥାପିଥିଲି। ବସ୍ତିବାସିନ୍ଦାଙ୍କ ସହଯୋଗ ଯୋଗୁ ବିଜୟୀ ହୋଇଛି। ରାଜ୍ୟ ସରକାରଙ୍କ ସବୁ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବି। କଟକ ମହାନଗର ନିଗମର ସବୁ ସମସ୍ୟା ସମାଧାନ କରିବା ପାଇଁ ଉଦ୍ୟମ କରିବି। ଡେପୁଟି ମେୟାର ଭାବେ କାମ କରିବା ସହିତ ପାଠ ପଢ଼ିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story