ପୋଖରୀରେ ହାତୀ ଛୁଆର ମୃତଦେହ

କଟକ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ବଡ଼ମ୍ବା ରେଞ୍ଜରେ ଏକ ଛୁଆ ହାତୀର ମୃତଦେହ ଠାବ କରାଯାଇଛି। ହାତୀଟିର ବୟସ ପ୍ରାୟ ୧ବର୍ଷ ହେବ।

ଛାଞ୍ଚୁଣିଆ ନିକଟ ଏକ ପୋଖରୀରେ ଆଜି ଛୁଆ ହାତୀଟି ମରି ଭାସୁଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ମୃତ ଛୁଆହାତୀକୁ ଉଦ୍ଧାର କରିଥିଲା।

ଶବ ବ୍ୟବଚ୍ଛେଦ ପରେ ହାତୀ ଛୁଆଟିକୁ ପୋତି ଦିଆଯାଇଛି।