Advertisment

ବୈଜୟନ୍ତଙ୍କ ଉଦ୍ୟମରେ ଆମେରିକାରୁ ଫେରିଲା ସୁଜିତଙ୍କ ମରଶରୀର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ସିକାଗୋରୁ ସୁଜିତ ରଞ୍ଜନ ପ୍ରଧାନଙ୍କ ମରଶରୀର ଗତକାଲି ବିଳମ୍ବିତ ରାତିରେ ଭୂବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି। ପରିବାର ଲୋକଙ୍କ ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଗତ ଅକ୍ଟୋବର ୧୯ ତାରିଖରେ ଏକ ପତ୍ର ଲେଖି ମରଶରୀରଙ୍କୁ ତୁରନ୍ତ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ। ସୂଚନା ଅନୁଯାୟୀ, ଭୂବନେଶ୍ୱର ସହିଦ ନଗର ଅଞ୍ଚଳର ସୁଜିତ […]

ଅଦ୍ୟତନ ହୋଇଛି
ବୈଜୟନ୍ତଙ୍କ ଉଦ୍ୟମରେ ଆମେରିକାରୁ ଫେରିଲା ସୁଜିତଙ୍କ ମରଶରୀର

BaijayantaPanda

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ସିକାଗୋରୁ ସୁଜିତ ରଞ୍ଜନ ପ୍ରଧାନଙ୍କ ମରଶରୀର ଗତକାଲି ବିଳମ୍ବିତ ରାତିରେ ଭୂବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି। ପରିବାର ଲୋକଙ୍କ ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଗତ ଅକ୍ଟୋବର ୧୯ ତାରିଖରେ ଏକ ପତ୍ର ଲେଖି ମରଶରୀରଙ୍କୁ ତୁରନ୍ତ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ।

Advertisment

ସୂଚନା ଅନୁଯାୟୀ, ଭୂବନେଶ୍ୱର ସହିଦ ନଗର ଅଞ୍ଚଳର ସୁଜିତ ରଞ୍ଜନ ପ୍ରଧାନ ଗତ ଅକ୍ଟୋବର ୪ ତାରିଖରେ ଏକ ସେମିନାରରେ ଯୋଗଦେବାପାଇଁ ସିକାଗୋ ଗସ୍ତ କରିଥିଲେ। ମାତ୍ର ଦୁର୍ଭାଗ୍ୟଜନକ ଭାବେ ଗତ ଅକ୍ଟୋବର ୧୪ ତାରିଖରେ ଏକ ଘରୋଇ ହସ୍ପିଟାଲରେ ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ। ସୁଜିତଙ୍କ ପୁଅ ଶାସ୍ୱତ ପ୍ରଧାନ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। ଶ୍ରୀ ମୋକିମ ଏନେଇ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ। ଗତକାଲି ମରଶରୀର ପହଞ୍ଚିଥିବା ପରେ ଆଜି ସ୍ୱର୍ଗତ ସୁଜିତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପରିବାର ଲୋକ ଶ୍ରୀ ପଣ୍ଡାଙ୍କୁ କୃତଜ୍ଞତା ଜଣାଇବା ସହ  ଜଣେ ପ୍ରକୃତ ସୁଖ ଦୁଃଖର ବନ୍ଧୁ ବୋଲି କହିଛନ୍ତି।

Baijayanta Panda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe