ଦୁଇଦିନ ହେବ ଅଧିଆ ପଡ଼ିଥିଲେ; କୂଅରୁ ମିଳିଲା ମୃତଦେହ

ଅନୁଗୋଳ(ବିରଜା ଦାଶ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ସନ୍ତରାବନ୍ଧ ବନଦୁର୍ଗା ମନ୍ଦିର କୂଅ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣଙ୍କ ହେଉଛନ୍ତି କେନ୍ଦୁପଶି ଗାଁର ପ୍ରଦ୍‌ମିନ୍ ପ୍ରଧାନ( ୩୫)। ଗତ ଦୁଇ ଦିନ ହେବ ମାନସିକ ଥିବା କାରଣରୁ ସେ ମନ୍ଦିରରେ ଅଧିଆ ପଡ଼ିଥିଲେ। ଆଜି ସକାଳେ କୂଅରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

କୂଅରୁ ପାଣି ଆଣିବାକୁ ଯାଇଥିବା ବେଳେ ଖସିପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ପୋଲିସ୍‌ ଘଟଣା ତଦନ୍ତ କରୁଛି।

 

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More