କାଠଯୋଡ଼ିକୁ ଡେଇଁଥିଲେ, ଦେବୀ ନଦୀରୁ ମିଳିଲେ ଦେବବ୍ରତ : ଟ୍ରାଜେଡ଼ି କାହାଣୀର ଦି ଏଣ୍ଡ

କଟକ/ଜଗତସିଂହପୁର(ଓଡ଼ିଶା ରିପୋର୍ଟର):୭ ଦିନ ଧରି ଚାଲିଥିବା ଆଶା ଆଶଙ୍କା ଓ କଳ୍ପନାଜଳ୍ପନାର ଘଟିଛି  ଅନ୍ତ। ଦାମ୍ପତ୍ୟ କଳହରୁ ସ୍ତ୍ରୀ ଓ ପୁଅଙ୍କ ଆଗରେ କାଠଯୋଡ଼ି ନଦୀକୁ ଡେଇଁ ପଡିଥିବା ନିଆଳି ଅଞ୍ଚଳର ଯୁବକ ଦେବବ୍ରତ ମହାପାତ୍ରଙ୍କର ମିଳିଛି ମୃତଦେହ। କଟକ ରହମ୍ବା ନିକଟ ଦେବୀ ନଦୀରୁ ଆଜି ତାଙ୍କ ମୃତଦେହ ଉଦ୍ଧାର ହେବା ପରେ ମ୍ରିୟମାଣ ହୋଇ ପଡିଛନ୍ତି ପରିବାର ଦେବବ୍ରତଙ୍କ ଶ୍ୱଶୁର ଘର ଲୋକେ। ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ବୁଢୀ ମା’ ଅଭିଯୋଗ […]

765

Tapas Behera
  • Published: Wednesday, 16 October 2019
  • , Updated: 16 October 2019, 07:51 PM IST

କଟକ/ଜଗତସିଂହପୁର(ଓଡ଼ିଶା ରିପୋର୍ଟର):୭ ଦିନ ଧରି ଚାଲିଥିବା ଆଶା ଆଶଙ୍କା ଓ କଳ୍ପନାଜଳ୍ପନାର ଘଟିଛି  ଅନ୍ତ। ଦାମ୍ପତ୍ୟ କଳହରୁ ସ୍ତ୍ରୀ ଓ ପୁଅଙ୍କ ଆଗରେ କାଠଯୋଡ଼ି ନଦୀକୁ ଡେଇଁ ପଡିଥିବା ନିଆଳି ଅଞ୍ଚଳର ଯୁବକ ଦେବବ୍ରତ ମହାପାତ୍ରଙ୍କର ମିଳିଛି ମୃତଦେହ। କଟକ ରହମ୍ବା ନିକଟ ଦେବୀ ନଦୀରୁ ଆଜି ତାଙ୍କ ମୃତଦେହ ଉଦ୍ଧାର ହେବା ପରେ ମ୍ରିୟମାଣ ହୋଇ ପଡିଛନ୍ତି ପରିବାର ଦେବବ୍ରତଙ୍କ ଶ୍ୱଶୁର ଘର ଲୋକେ। ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ବୁଢୀ ମା’ ଅଭିଯୋଗ ଆଣିଛନ୍ତି।

କିଏ କହୁଥିଲା, ଦେବବ୍ରତ ବଞ୍ଚିଛନ୍ତି ପୁଣି କିଏ କହୁଥିଲା ବୋଧହୁଏ ନଦୀର ପ୍ରଖର ସ୍ରୋତରେ ସମୁଦ୍ରକୁ ଭାସି ଯାଇଛନ୍ତି । ଗଲା ୯ ତାରିଖ ମଧ୍ୟାହ୍ନରୁ ଗତକାଲି  ଯାଏଁ ଏଭଳି ଯେଉଁ ଆଶା ଓ ଆଶଙ୍କା ଲାଗି ରହିଥିଲା, ଆଜି କିନ୍ତୁ ତାର ସମାପ୍ତି ଘଟିଛି । କାରଣ କଟକ ଗୋବିନ୍ଦପୁର ଥାନା ରହମ୍ବା ନିକଟ ଦେବୀ ନଦୀରୁ ମିଳିଛି ପାରିବାରିକ କଳହରୁ ହଠାତ୍ କାଠଯୋଡ଼ି ନଦୀକୁ ଡେଇଁ ପଡିଥିବା ନିଆଳି କରଞ୍ଜ ଗାଁର ଯୁବକ ଦେବବ୍ରତ ମହାପାତ୍ରଙ୍କର ମୃତଦେହ । ନଦୀ କୂଳରେ ଏକ ମୃତଦେହ ଭାସୁଥିବା ଖବର ପାଇ ପୋଲିସ ପହଞ୍ଚିଥିଲା । ସେ ହିଁ ଦେବବ୍ରତ ବୋଲି ଚିହ୍ନଟ କରାଯିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲ ପଠାଯାଇଥିବା ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସ୍‌ପି। ପୁଅ ଆଉ ଦୁନିଆରେ ନଥିବା ଜାଣି ବାହୁନି ବାହୁନି କାନ୍ଦୁଛନ୍ତି ମା’ ବିଳାସିନୀ। ତାଙ୍କ ପୁଅ ମରିନି ବରଂ ଶ୍ୱଶୁର ଘର ଲୋକେ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ସେ ଅଭିଯୋଗ ଆଣିଛନ୍ତି ।

ସେହିପରି ତାଙ୍କ ପଛପଟେ, ଘର ଦୁଆରେ ଛିଡ଼ା ହୋଇ ଦେବବ୍ରତଙ୍କ ପତ୍ନୀ ଶୁଭଲକ୍ଷ୍ମୀ କଇଁ କଇଁ ହୋଇ କାନ୍ଦୁଥିଲେ ବି କିଛି କହିନଥିଲେ। କୁହାଯାଉଛି, ଦାମ୍ପତ୍ୟ ଜୀବନର କଳି-ଝଗଡ଼ାରେ ଅତିଷ୍ଠ ହୋଇ ଗତ ୯ ତାରିଖରେ ଚରମ ନିଷ୍ପତ୍ତି ନେଇଥିଲେ ଦେବବ୍ରତ। କଟକ-ଭୁବନେଶ୍ୱର ଜାତୀୟ ରାଜପଥର କାଠଯୋଡ଼ି ପୋଲ ଉପରେ ହଠାତ୍ ମୋଟର ସାଇକେଲ ରଖି ସ୍ତ୍ରୀ ଓ ପୁଅଙ୍କ ଆଖି ସାମ୍ନାରେ  ଆଖି ପିଛୁଳାକେ ବଢ଼ନ୍ତା ନଇକୁ ଡେଇଁ ପଡ଼ିଥିଲେ । ବହୁ ଖୋଜାଖୋଜି ପରେ ବି ସେ ମିଳୁନଥିବାରୁ ତାଙ୍କ ମୃତ୍ୟୁ ନେଇ କଳ୍ପନାଜଳ୍ପାନାର ଲାଗି ରହିଥିଲା। ଯାହାର ଆଜି ଅନ୍ତ ଘଟିଛି।

Related story