ବୈଜୟନ୍ତ ପଣ୍ଡାଙ୍କ ଟିମ୍ ଛାଡିଲେ ସହଯୋଗୀ : କାରଣ ପଚାରିବାରୁ  ଝାଳନାଳ ହେଲେ, ଅଧାରୁ ଉଠି ପଳାଇଲେ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟିମ୍ ଛାଡିଲେ ସହଯୋଗୀ ଦେବାଶିଷ ମଲ୍ଲିକ। &nbsp;&nbsp;ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦେବାଶିଷ କହିଛନ୍ତି, ସେ ବୈଜୟନ୍ତଙ୍କ ସହ ୧୦/୧୨ ବର୍ଷ ଧରି ରାଜନୈତିକ ସଂଯୋଜକ ଭାବେ କାମ କରୁଥିଲେ। &nbsp;&nbsp;ତେବେ ଗତ କିଛି ଦିନ ହେଲା ବୈଜୟନ୍ତ ବିଜେପି ମୁହାଁ ହୋଇଛନ୍ତି । &nbsp;ପଞ୍ଚାୟତ ନିର୍ବାଚନ ଓ ବିଜେପୁରରେ ସେ ଦଳ ବିରୋଧରେ କାମ କରିଥିଲେ। &nbsp;&nbsp;ନବୀନ ତାଙ୍କୁ ପାର୍ଲାମେଣ୍ଚ ଅର୍ଥ ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ୍ ମନୋନୀତ ନ କରିବାରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ବସ୍ଥା ନେଇ ଗୁଜବ ପ୍ରଚାର କରିଛନ୍ତି ସେ ।&nbsp;ବ୍ୟାବସାୟିକ ସ୍ୱାର୍ଥ ପାଇଁ ସବୁବେଳେ ତୃତୀୟ ମହଲା ଓ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଛନ୍ତି ବୈଜୟନ୍ତ। ତେଣୁ ତାଙ୍କର ବିବେକ ବାଧିବାରୁ ବୈଜୟନ୍ତଙ୍କୁ ଛାଡ଼ିବାକୁ ମନସ୍ଥ କରିଥିବା ଦେବାଶିଷ କହିଛନ୍ତି। &nbsp;ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏତେଦିନ ଦିନ ଧରି ସହଯୋଗୀ ଭାବେ କାମ କରିବା ପରେ ଆଜି କାହିଁକି ଦେବାଶିଷଙ୍କ ବିବେକ ବାଧିଲା। ସାମ୍ବାଦିକମାନେ ଏନେଇ ପ୍ରଶ୍ନ ପଚାରିବା ବେଳେ ସେ ସନ୍ତୋଷଜନକ ଉତ୍ତର ଦେଇନପାରି ସାମ୍ବାଦିକ ସମ୍ମିଳନୀ ଅଧାରୁ ଉଠି ଚାଲିଯାଇଥିଲେ।</p> <p>ସେପଟେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବାବଦରେ ସହଯୋଗୀ ଦେବାଶିଷ ମଲ୍ଲିକଙ୍କ ଏଭଳି ମତ ପ୍ରସଙ୍ଗରେ ପ୍ରତିକ୍ରୀୟା ରଖିଛନ୍ତି ବୈଜୟନ୍ତଙ୍କ ରାଜନୈତିକ ସଚିବ ଜ୍ୟୋତି ଘୋଷ। &nbsp;ସେ କହିଛନ୍ତି ଯେ, ବୈଜୟନ୍ତଙ୍କ ବିରୋଧରେ ଦେବାଶିଷଙ୍କ ଆରୋପ ଭିତ୍ତିହୀନ । ଏଥିରେ &nbsp;କୌଣସି ସତ୍ୟତା ନାହିଁ । ଏଭଳି ସମ୍ବାଦ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଜ୍ୟୋତି ଘୋଷ। &nbsp;ଦେବାଶିଷଙ୍କୁ ଛାତ୍ର ଜୀବନରୁ ୧୦ ବର୍ଷ ହେଲା ପ୍ରୋତ୍ସାହନ ଦେଉଥିଲେ ବୈଜୟନ୍ତ। ସ୍ୱାର୍ଥ ପାଇଁ କାହା ଇଙ୍ଗିତରେ ଦେବାଶିଷ ଏଭଳି ନିଷ୍ପତ୍ତି ନେଲେ। &nbsp;ଆଗାମୀ ଦିନରେ ତାହା ସ୍ପଷ୍ଟ ହେବ । ଏଥିରେ ବିଚଳିତ ହେବାର କୌଣସି କାରଣ ନାହିଁ ବୋଲି ବୋଲି ଜ୍ୟୋତି ଘୋଷ କହିଛନ୍ତି ।</p>

Ordigital Desk
  • Published: Tuesday, 17 April 2018
  • Updated: 17 April 2018, 08:38 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟିମ୍ ଛାଡିଲେ ସହଯୋଗୀ ଦେବାଶିଷ ମଲ୍ଲିକ। &nbsp;&nbsp;ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦେବାଶିଷ କହିଛନ୍ତି, ସେ ବୈଜୟନ୍ତଙ୍କ ସହ ୧୦/୧୨ ବର୍ଷ ଧରି ରାଜନୈତିକ ସଂଯୋଜକ ଭାବେ କାମ କରୁଥିଲେ। &nbsp;&nbsp;ତେବେ ଗତ କିଛି ଦିନ ହେଲା ବୈଜୟନ୍ତ ବିଜେପି ମୁହାଁ ହୋଇଛନ୍ତି । &nbsp;ପଞ୍ଚାୟତ ନିର୍ବାଚନ ଓ ବିଜେପୁରରେ ସେ ଦଳ ବିରୋଧରେ କାମ କରିଥିଲେ। &nbsp;&nbsp;ନବୀନ ତାଙ୍କୁ ପାର୍ଲାମେଣ୍ଚ ଅର୍ଥ ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ୍ ମନୋନୀତ ନ କରିବାରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ବସ୍ଥା ନେଇ ଗୁଜବ ପ୍ରଚାର କରିଛନ୍ତି ସେ ।&nbsp;ବ୍ୟାବସାୟିକ ସ୍ୱାର୍ଥ ପାଇଁ ସବୁବେଳେ ତୃତୀୟ ମହଲା ଓ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଛନ୍ତି ବୈଜୟନ୍ତ। ତେଣୁ ତାଙ୍କର ବିବେକ ବାଧିବାରୁ ବୈଜୟନ୍ତଙ୍କୁ ଛାଡ଼ିବାକୁ ମନସ୍ଥ କରିଥିବା ଦେବାଶିଷ କହିଛନ୍ତି। &nbsp;ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏତେଦିନ ଦିନ ଧରି ସହଯୋଗୀ ଭାବେ କାମ କରିବା ପରେ ଆଜି କାହିଁକି ଦେବାଶିଷଙ୍କ ବିବେକ ବାଧିଲା। ସାମ୍ବାଦିକମାନେ ଏନେଇ ପ୍ରଶ୍ନ ପଚାରିବା ବେଳେ ସେ ସନ୍ତୋଷଜନକ ଉତ୍ତର ଦେଇନପାରି ସାମ୍ବାଦିକ ସମ୍ମିଳନୀ ଅଧାରୁ ଉଠି ଚାଲିଯାଇଥିଲେ।</p><p>ସେପଟେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବାବଦରେ ସହଯୋଗୀ ଦେବାଶିଷ ମଲ୍ଲିକଙ୍କ ଏଭଳି ମତ ପ୍ରସଙ୍ଗରେ ପ୍ରତିକ୍ରୀୟା ରଖିଛନ୍ତି ବୈଜୟନ୍ତଙ୍କ ରାଜନୈତିକ ସଚିବ ଜ୍ୟୋତି ଘୋଷ। &nbsp;ସେ କହିଛନ୍ତି ଯେ, ବୈଜୟନ୍ତଙ୍କ ବିରୋଧରେ ଦେବାଶିଷଙ୍କ ଆରୋପ ଭିତ୍ତିହୀନ । ଏଥିରେ &nbsp;କୌଣସି ସତ୍ୟତା ନାହିଁ । ଏଭଳି ସମ୍ବାଦ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଜ୍ୟୋତି ଘୋଷ। &nbsp;ଦେବାଶିଷଙ୍କୁ ଛାତ୍ର ଜୀବନରୁ ୧୦ ବର୍ଷ ହେଲା ପ୍ରୋତ୍ସାହନ ଦେଉଥିଲେ ବୈଜୟନ୍ତ। ସ୍ୱାର୍ଥ ପାଇଁ କାହା ଇଙ୍ଗିତରେ ଦେବାଶିଷ ଏଭଳି ନିଷ୍ପତ୍ତି ନେଲେ। &nbsp;ଆଗାମୀ ଦିନରେ ତାହା ସ୍ପଷ୍ଟ ହେବ । ଏଥିରେ ବିଚଳିତ ହେବାର କୌଣସି କାରଣ ନାହିଁ ବୋଲି ବୋଲି ଜ୍ୟୋତି ଘୋଷ କହିଛନ୍ତି ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos