Advertisment

‘ବିଦ୍ୟାଭାରତୀଙ୍କୁ ଗିରଫ କରାଯାଉ, ଡିଏଫ୍‌ଓଙ୍କୁ ଅନ୍ୟତ୍ର ବଦଳି କରାଯାଉ’

କଟକ (ଓଡ଼ିଶା ରିପୋର୍ଟର): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ବୁଢ଼ିଆଣି ଜାଲ ପରି ଗୋଡ଼େଇ ହୋଇ ଯାଉଥିବା ବେଳେ ବିଦ୍ୟାଭାରତୀଙ୍କୁ ଗିରଫ କରାଯାଉ ବୋଲି ସୌମ୍ୟଙ୍କ ବାପା ଦାବି କରିଛନ୍ତି। ଆଜି କଟକରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଭେଟି ସେ ଲିଖିତ ଅଭିଯୋଗ କରିଛନ୍ତି। କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଭେଟିଲା ପରେ ସୌମ୍ୟଙ୍କ ବାପା କହିଛନ୍ତି, ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଉ। ବିଦ୍ୟାଭାରତୀଙ୍କୁ ଗିରଫ କରାଯାଉ। ସମଗ୍ର ମାମଲାକୁ ମୂଳରୁ ତଦନ୍ତ […]

author-image
Tapaswini Nayak
ଅଦ୍ୟତନ ହୋଇଛି
‘ବିଦ୍ୟାଭାରତୀଙ୍କୁ ଗିରଫ କରାଯାଉ, ଡିଏଫ୍‌ଓଙ୍କୁ ଅନ୍ୟତ୍ର ବଦଳି କରାଯାଉ’

acf somyaranjan

କଟକ (ଓଡ଼ିଶା ରିପୋର୍ଟର): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ବୁଢ଼ିଆଣି ଜାଲ ପରି ଗୋଡ଼େଇ ହୋଇ ଯାଉଥିବା ବେଳେ ବିଦ୍ୟାଭାରତୀଙ୍କୁ ଗିରଫ କରାଯାଉ ବୋଲି ସୌମ୍ୟଙ୍କ ବାପା ଦାବି କରିଛନ୍ତି। ଆଜି କଟକରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଭେଟି ସେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଭେଟିଲା ପରେ ସୌମ୍ୟଙ୍କ ବାପା କହିଛନ୍ତି, ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଉ। ବିଦ୍ୟାଭାରତୀଙ୍କୁ ଗିରଫ କରାଯାଉ। ସମଗ୍ର ମାମଲାକୁ ମୂଳରୁ ତଦନ୍ତ କରାଯାଉ।

ସେ ଆହୁରି କହିଛନ୍ତି, ପାରଳାଖେମୁଣ୍ଡିର ଏସିଏଫ୍‌ ଭାସ୍କର ରାଓ, ରୁଷିଆ ମନ୍ନଥ କୁମ୍ଭ, ପୂର୍ବତନ ସିକ୍ୟୁରିଟି ଗାର୍ଡ ଗଙ୍ଗା ପ୍ରଧାନ ଓ ମାଳି ଓ ଡ୍ରାଇଭର, ତହସିଲଦାର, ଓଆଇସି ମମତା ପଣ୍ଡା, ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କୁ ତଦନ୍ତ ପରିସରକୁ ଅଣାଯାଉ। ପାରଳାଖେମୁଣ୍ଡି ଫରେଷ୍ଟର ଡିଭିଜନ ଅଫିସରଙ୍କୁ ତଦନ୍ତ କରାଯାଉ ଏବଂ ମୋତେ ନ୍ୟାୟ ଦିଆଯାଉ।

Advertisment

Bidya-Bharati-Panda

ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ୭୫ ଦିନ ବିତି ଯାଇଥିବା ବେଳେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ। ସେପ୍ଟେମ୍ବର ୨୦ ତାରିଖରେ ବିଦ୍ୟାଭାରତୀଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା। ଦୀର୍ଘ ୪ ଘଣ୍ଟା ଧରି ତାଙ୍କର ଲାଇ ଡିଟେକ୍ସନ୍‌ ଚେଷ୍ଟ କରାଯାଇଥିଲା। ବିଦ୍ୟାଭାରତୀଙ୍କୁ ୧୦୦ରୁ ଅଧିକ ପ୍ରଶ୍ନ ପଚରା ଯାଇଥିଲା। ଯେମିତି-  ଡିଏଫ୍ଓଙ୍କୁ ସେ ଜାଣିଥିଲେ କି ନାହିଁ? ସୌମ୍ୟ କିପରି ଭାବେ ଜଳିଗଲେ? ଘଟଣା ସଂପର୍କରେ କିଏ ପ୍ରଥମେ ଜଣାଇଥିଲା? କାହାର ନିଷ୍ପତ୍ତି କ୍ରମେ ସୌମ୍ୟଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା? ବୈବାହିକ ଜୀବନରେ କିଛି ବିବାଦ ଥିଲା କି? ମିଳିଥିବା ରିଲେସନସିପ୍ ଏଗ୍ରିମେଣ୍ଟ ସତ ନା ମିଛ? କିଏ ଓ କେତେବେଳେ ସେହି ଏଗ୍ରିମେଣ୍ଟ କରିଥିଲା? ଏପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଡିଟେକ୍ସନ ଟେଷ୍ଟ ବେଳେ ପଚରାଯାଇଥିବା ସୂଚନା ମିଳିଛି।

ପୂର୍ବରୁ ଡିଏଫ୍ଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହୋଇସାରିଛି। ଏସିଏଫ୍‌ ସୌମ୍ୟ ରଂଜନଙ୍କ ମୃତ୍ୟୁକୁ ଦୁଇ ମାସ ବିତିଯାଇଥିଲେ ମଧ୍ୟ ତଦନ୍ତକାରୀ ସଂସ୍ଥାକୁ ସଫଳତା ମିଳିପାରିନି। ଆଜି ପର୍ଯ୍ୟନ୍ତ ପୁଲିସ ବା କ୍ରାଇମବ୍ରାଞ୍ଚ କାହାକୁ ଗିରଫ କରିପାରି ନାହିଁ। ଯାହାକୁ ନେଇ ମୃତ ସୌମ୍ୟଙ୍କ ପରିବାର ଲୋକଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ACFO Death