ଲଘୁଚାପ ପ୍ରଭାବ: ସାରା ରାଜ୍ୟରେ ଲାଗି ରହିଛି ଝିପିଝିପି ବର୍ଷା

ଭୁବନେଶ୍ୱର: ଉତ୍ତର ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇତିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଝିପି ଝିପି ବର୍ଷା ସାଙ୍ଗକୁ କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହେଉଛି। ଏଭଳି ସ୍ଥିତି ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସମ୍ୱଲପୁରରେ ସର୍ବାଧିକ ୧୬୩ ମିମି ବର୍ଷା ରେକର୍ଡ କରାଯାଇଛି। ବଲାଙ୍ଗିରରେ […]

rain fall

Rakesh Mallick
  • Published: Friday, 05 August 2016
  • , Updated: 05 August 2016, 10:06 AM IST

ଭୁବନେଶ୍ୱର: ଉତ୍ତର ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇତିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଝିପି ଝିପି ବର୍ଷା ସାଙ୍ଗକୁ କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହେଉଛି। ଏଭଳି ସ୍ଥିତି ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ୱଲପୁରରେ ସର୍ବାଧିକ ୧୬୩ ମିମି ବର୍ଷା ରେକର୍ଡ କରାଯାଇଛି। ବଲାଙ୍ଗିରରେ ୧୨୩, ଅନୁଗୋଳରେ ୭୫.୨ ଓ ଭବାନୀପାଟଣାରେ ୭୧ ମିମି ବର୍ଷା ରେକର୍ଡ କରାଯାଇଛି।

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ମୁତାବକ ଲଘୁଚାପ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ହେଲେ ଏହାର ପ୍ରଭାବରେ ବର୍ଷା ହେବ। ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି କୋହଲା ପାଗ ଲାଗି ରହିବ। ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଲାଗି ରହିବ।

ସମୁଦ୍ର ଢେଉ ୨ରୁ ୩ ଫୁଟ୍‌ ଉଠିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତର ରହିବ। ଏହାସହ ପବନର ବେଗ ୩୫ରୁ ୪୫ କିଲୋମିଟର ରହିବ। ତେଣୁ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ବାରଣ କରାଯାଇଛି ।

Related story