ଗଣଦୁଷ୍କର୍ମ ପ୍ରତିବାଦରେ ବିଜେପିର ୧୨ ଘଣ୍ଟିଆ କୋଣାର୍କ ବନ୍ଦ

କୋଣାର୍କ(ସଞ୍ଜୟ ପତି): ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ କୋଣାର୍କ ବନ୍ଦ ଡାକାରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଦଳ। ଫଳରେ କୋଣାର୍କରୁ ବାହାରକୁ ଗାଡ଼ି ଚଳାଚଳ ବନ୍ଦ ରହିଛି। କୋଣାର୍କରୁ ପୁରୀ, କୋଣାର୍କ-ଭୁବନେଶ୍ୱର, କୋଣାର୍କରୁ କାକଟପୁର ରାସ୍ତା ଅବରୋଧ କରିଛନ୍ତି ବିଜେପି କର୍ମୀ। ବନ୍ଦ ଯୋଗୁ ସହର ମଧ୍ୟକୁ ଗାଡ଼ି ଆସିପାରୁନାହିଁ। ଫଳରେ ଦୂର ଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ […]

rttkkoo

Tapaswini Nayak
  • Published: Friday, 26 October 2018
  • , Updated: 26 October 2018, 01:40 PM IST

କୋଣାର୍କ(ସଞ୍ଜୟ ପତି): ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ କୋଣାର୍କ ବନ୍ଦ ଡାକାରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଦଳ।

ଫଳରେ କୋଣାର୍କରୁ ବାହାରକୁ ଗାଡ଼ି ଚଳାଚଳ ବନ୍ଦ ରହିଛି। କୋଣାର୍କରୁ ପୁରୀ, କୋଣାର୍କ-ଭୁବନେଶ୍ୱର, କୋଣାର୍କରୁ କାକଟପୁର ରାସ୍ତା ଅବରୋଧ କରିଛନ୍ତି ବିଜେପି କର୍ମୀ।

ବନ୍ଦ ଯୋଗୁ ସହର ମଧ୍ୟକୁ ଗାଡ଼ି ଆସିପାରୁନାହିଁ। ଫଳରେ ଦୂର ଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ନାହିଁ ନ ଥିବା ହଇରାଣ ହେଉଛନ୍ତି।

କୋଣାର୍କରେ ବଙ୍ଗୀୟ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିଥିବା ମୁଖ୍ୟ ଅଭିଯୁକ୍ତର ଗିରଫ ଦାବିରେ ଦଳ ଏହି ବନ୍ଦ ଡାକରା ଦେଇଛି। ଏହାସହ କୋଣାର୍କ ଭଳି ପର୍ଯ୍ୟଟନ କ୍ଷେତ୍ରରେ ସେକ୍ସ ରାକେଟର ମୂଳୋତ୍ପାଟନ ସହ ଦେହ ବ୍ୟବସାୟ ମୁକ୍ତ ସହର ଗଠନ ଦାବିରେ ବିଜେପି ମହିଳା ମୋର୍ଚ୍ଚା ବନ୍ଦ ପାଳୁଛି।

ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତି ପରିଡ଼ାଙ୍କ ନେତୃତ୍ୱରେ ଦଳୀୟ କର୍ମୀ ପିକେଟିଂ କରି ଦୋକାନ ବଜାର ବନ୍ଦ କରୁଛନ୍ତି।

https://youtu.be/LDMfCrh7Aek

Related story