ବାଲେଶ୍ୱରରେ ଡେଙ୍ଗୁ ଆତଙ୍କ; ୨୦ ଚିହ୍ନଟ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱରରେ ବ୍ୟାପୁଛି ଡେଙ୍ଗୁ । ବିଶେଷ କରି ଜଳେଶ୍ୱର ଓ ବାଲିଆପାଳ ବ୍ଲକରେ ଏହାର ପ୍ରାଦ୍ରୁର୍ଭାବ ଦେଖିବାକୁ ମିଳିଛି  । ଏହାକୁ ନେଇ ଜିଲ୍ଲାବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ଜଳେଶ୍ୱର ବ୍ଲକ ମହମ୍ମଦ ନଗର ପାଟଣାରେ ୧୫ ଦିନ ଭିତରେ ୨୦ରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏମାନେ ସମସ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଆହୁରି ଅନେକ ଲୋକ ସଚେତନତା ଅଭାବରୁ ଗାଁରେ ରହିଯାଇଥିବା ସନ୍ଦେହ କରାଯାଉଛି।  […]

bls-1..1

Niharika Rout
  • Published: Monday, 30 September 2019
  • , Updated: 30 September 2019, 10:43 AM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱରରେ ବ୍ୟାପୁଛି ଡେଙ୍ଗୁ । ବିଶେଷ କରି ଜଳେଶ୍ୱର ଓ ବାଲିଆପାଳ ବ୍ଲକରେ ଏହାର ପ୍ରାଦ୍ରୁର୍ଭାବ ଦେଖିବାକୁ ମିଳିଛି  । ଏହାକୁ ନେଇ ଜିଲ୍ଲାବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ଜଳେଶ୍ୱର ବ୍ଲକ ମହମ୍ମଦ ନଗର ପାଟଣାରେ ୧୫ ଦିନ ଭିତରେ ୨୦ରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏମାନେ ସମସ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ଆହୁରି ଅନେକ ଲୋକ ସଚେତନତା ଅଭାବରୁ ଗାଁରେ ରହିଯାଇଥିବା ସନ୍ଦେହ କରାଯାଉଛି।  କିଛି ଆକ୍ରାନ୍ତ ରାଜ୍ୟ ବାହାରୁ ଆସିଥିବା ଅନୁମାନ କରାଯାଉଛି । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିବା କୁହାଯାଇଛି  ।

Related story