୨୦୨୨-୨୩ରେ କମିବ ରାଜ୍ୟର ଅଭିବୃଦ୍ଧି ହାର, ବଜେଟ୍ ପ୍ରସ୍ତାବ ମାଗିଲା ଅର୍ଥ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୀତିକ ଅଭିବୃଦ୍ଧି ୯.୫ ପ୍ରତିଶତ ଆକଳନ କରାଯାଇଥିବା ବେଳେ ଆସନ୍ତା ୨୦୨୨-୨୩ ବର୍ଷରେ ଏହା ୯ ପ୍ରତିଶତ ମଧ୍ୟରେ ସୀମିତ ରହିବ ବୋଲି ରାଜ୍ୟ ସରକାର ଆଶା ବ୍ୟକ୍ତ କରିଛନ୍ତି। ଏହାସହିତ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଡିସେମ୍ବର ୧୫ତାରିଖ ସୁଦ୍ଧା ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ନିମନ୍ତେ ପ୍ରସ୍ତାବ ପଠାଇବାକୁ ପରାମର୍ଶ ଦିଆଯାଇଛି। ଅର୍ଥ ସଚିବ ବିଶାଳ କୁମାର ଦେବ ସମସ୍ତ ବିଭାଗର […]

budget1

budget1

Ordigital Desk
  • Published: Tuesday, 05 October 2021
  • Updated: 05 October 2021, 10:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୀତିକ ଅଭିବୃଦ୍ଧି ୯.୫ ପ୍ରତିଶତ ଆକଳନ କରାଯାଇଥିବା ବେଳେ ଆସନ୍ତା ୨୦୨୨-୨୩ ବର୍ଷରେ ଏହା ୯ ପ୍ରତିଶତ ମଧ୍ୟରେ ସୀମିତ ରହିବ ବୋଲି ରାଜ୍ୟ ସରକାର ଆଶା ବ୍ୟକ୍ତ କରିଛନ୍ତି। ଏହାସହିତ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଡିସେମ୍ବର ୧୫ତାରିଖ ସୁଦ୍ଧା ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ନିମନ୍ତେ ପ୍ରସ୍ତାବ ପଠାଇବାକୁ ପରାମର୍ଶ ଦିଆଯାଇଛି।

ଅର୍ଥ ସଚିବ ବିଶାଳ କୁମାର ଦେବ ସମସ୍ତ ବିଭାଗର ସଚିବଙ୍କୁ ଚିଠି ଲେଖି ୨୦୨୧-୨୨ ଆର୍ଥିକ ବର୍ଷର ସଂଶୋଧିତ ଅଟକଳ( ରିଭାଇଜଡ୍ ଏଷ୍ଟିମେଟ) ଏବଂ ୨୦୨୨-୨୩ର ବଜେଟ୍ ପ୍ରସ୍ତାବ ପଠାଇବାକୁ କହିଛନ୍ତି। ରାଜ୍ୟରେ ଚଳିତ ୨୦୨୧-୨୨ ଆର୍ଥିକ ବର୍ଷ ଶେଷ ବେଳକୁ ଋଣ ପରିମାଣ ମୋଟ ଘରୋଇ ଉତ୍ପାଦର ସର୍ବାଧିକ ୨୫ ପ୍ରତିଶତକୁ ଛୁଇଁବ ଓ ୨୦୨୨-୨୩ରେ ଏହା ସମାନ ପରିମାଣର ରହିବ ବୋଲି ଆକଳନ କରାଯାଇଛି। ୨୦୨୦-୨୧ ମସିହା ବର୍ଷ ଶେଷକୁ ଏହି ଋଣ ପରିମାଣ ମୋଟ ଜିଡିପିର ୧୮.୯୯% ରହିଥିବା ଅର୍ଥ ବିଭାଗର ଦର୍ଶାଇଛି। ତେଣୁ ୨୦୨୨-୨୩ ଆର୍ଥିକ ବର୍ଷର କାର୍ଯ୍ରକ୍ରମ ବ୍ୟୟ ପ୍ରସ୍ତୁତବେଳେ ରାଜ୍ୟ ଅର୍ଥ କମିଶନ କିମ୍ବା ବ୍ୟୟ ଅର୍ଥ କମିଟିଙ୍କ ଅନୁମୋଦନ ନଥିବା କୌଣସି ରାଜ୍ୟଭିତ୍ତିକ ଯୋଜନା ପାଇଁ ଅର୍ଥ ଆବଣ୍ଟନ ନକରିବାକୁ କୁହାଯାଇଛି ।

ରାଜ୍ୟର ପ୍ରାଥମିକତା ଓ ଏସଡିଜି ପାଇଁ ଚିହ୍ନଟ ହୋଇଥିବା କ୍ଷେତ୍ରଗୁଡ଼ିକୁ ବଜେଟ୍ ପ୍ରସ୍ତୁତ ସମୟରେ ପ୍ରାଥମିକତା ଦେବାକୁ ପରାମର୍ଶ ଦିଆଯାଇଛି । କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଓ କେନ୍ଦ୍ରୀୟ ଯୋଜନାଗୁଡ଼ିକରେ ଗୋଟିଏ ଆର୍ଥିକ ବର୍ଷରେ ମିଳୁଥିବା କେନ୍ଦ୍ରୀୟ ସହାୟତାକୁ ଦୃଷ୍ଟିରେ ରଖି ବଜେଟରେ ଆବଶ୍ୟକ ବ୍ୟବସ୍ଥା କରିବାକୁ କୁହାଯାଇଛି । କେନ୍ଦ୍ର ସରକାର ୨୦୨୧ ମାର୍ଚ୍ଚ ୨୩ତାରିଖରେ ଦେଇଥିବା ଚିଠି ଆଧାରରେ କେନ୍ଦ୍ରୀୟ ସହାୟତା ଯୋଜନାର ପାଣ୍ଠି ଆବଣ୍ଟନ କରିବେ ବୋଲି ଜଣାଇଥିବାରୁ ବଜେଟ୍ ପ୍ରସ୍ତୁତ ସମୟରେ ପ୍ରତ୍ୟେକ କେନ୍ଦ୍ରୀୟ ସହାୟତା ଯୋଜନା ପାଇଁ କେନ୍ଦ୍ର ଓ ରାଜ୍ୟ ଅଂଶଧନ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରିବାକୁ କୁହାଯାଇଛି। ଯାହାଫଳରେ ରାଜ୍ୟକୁ ସହଜରେ କେନ୍ଦ୍ରୀୟ ସହାୟତା ଯୋଜନାର ଅଂଶଧନ ମିଳିପାରି ।

ସେହିପରି ରାଜ୍ୟ ସରକାର ଏବେ ୫ବର୍ଷିଆ ଯୋଜନାରେ ପ୍ରାଥମିକତା ଦେଉଥିବା କ୍ଷେତ୍ରଗୁଡ଼ିକ ନିମନ୍ତେ ବଜେଟରେ ଆବଶ୍ୟକ ବ୍ୟୟବରାଦ କରିବାକୁ ମଧ୍ୟ ଅର୍ଥ ବିଭାଗ ପରାମର୍ଶ ଦେଇଛି । ରାଜ୍ୟ ସରକାର ଏବେ ମିଶନ ମୋଡରେ ମହିଳାଙ୍କୁ ସବୁ ଅର୍ଥନୀତିକ କ୍ଷେତ୍ରରେ ସଶକ୍ତିକରଣ କରିବା ପାଇଁ ଚାହୁଁଛନ୍ତି। ସେହିପରି ରାଜ୍ୟର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରସ୍ତରରେ ଆଧୁନିକ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁବିଧା, ରାଜ୍ୟରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ସୁବିଧା, ଗ୍ରାମାଂଚଳରେ ପ୍ରାଥମିକ ସ୍କୁଲରେ ଆଇଟି ଭିତ୍ତିକ ଶିକ୍ଷା ନିମନ୍ତେ ବ୍ୟବସ୍ଥା ଆଦି ମାଧ୍ୟମରେ ରାଜ୍ୟର ସାମଗ୍ରିକ ଅଭିବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହା ସହିତ ଚାଷୀଙ୍କ ଆୟ ବୃଦ୍ଧି. ହିତାଧିକାରୀଙ୍କୁ ଡିବିଟି ସ୍କିମରେ ସହାୟତା, ସମସ୍ତଙ୍କୁ ପାଇପଯୋଗେ ପାନୀୟ ଜଳ ଯୋଗାଣ, ସମସ୍ତଙ୍କ ପାଇଁ ଗୁଣାତ୍ମକ ମାନର ଚିକିତ୍ସା ସୁବିଧା, ଅର୍ଥନୀତିକ ଗତିବିଧି ପାଇଁ ଉନ୍ନତମାନର ଭିତ୍ତିଭୂମି, ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ବିକାଶ ଆଦି ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇ ଦାରିଦ୍ର୍ୟ ହାରକୁ ଦ୍ରୁତ ହ୍ରାସ ନିମନ୍ତେ ଲକ୍ଷ୍ୟ ରଖିଛନ୍ତି ।

ତେଣୁ ବଜେଟ ପ୍ରସ୍ତୁତ ସମୟରେ ଏସବୁ ବିଷୟ ପ୍ରତି ଧ୍ୟାନ ଦେଇ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତି କାର୍ଯ୍ୟ ଡିସେମ୍ବର ୧୫ତାରିଖ ସୁଦ୍ଧା ଶେଷ କରି ଅର୍ଥ ବିଭାଗକୁ ପଠାଇବା, ଡିସେମ୍ବର ୧୬ରୁ ୩୧ତାରିଖ ମଧ୍ୟରେ ଅର୍ଥ ବିଭାଗ ଓ ଯୋଜନା ସଂଯୋଜନ ବିଭାଗ ଦ୍ୱାରା ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ, ୨୦୨୨ ଫେବୃୟାରୀ ୩ରେ ପ୍ରାକ୍ ବଜେଟ୍ ସଂଶୋଧିତ ଆକଳନ ଓ କେନ୍ଦ୍ରୀୟ ବଜେଟ୍ ଆଧାରରେ ବିଚାରବିମର୍ଶ, ଫେବୃୟାରୀ ୫ରେ ମୁଖ୍ୟ ସଚିବଙ୍କ ଦ୍ୱାରା ବିଭାଗୱାରି ବଜେଟ୍ ଖର୍ଚ୍ଚ ଉପରେ ଆଲୋଚନା, ଫେବୃୟାରୀ ୭ରୁ ୧୦ ତାରିଖ ମଧ୍ୟରେ ରାଜ୍ୟ ମନ୍ତ୍ରିପରିଷଦ ଦ୍ୱାରା ୨୦୨୨-୨୩ ବାର୍ଷିକ ଚିଠା ବଜେଟକୁ ଅନୁମୋଦନ, ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ବଜେଟ୍ ଦସ୍ତାବିଜ ପ୍ରସ୍ତୁତ, ତୃତୀୟ ସପ୍ତାହରେ ଅର୍ଥ ମନ୍ତ୍ରୀଙ୍କ ଦ୍ୱାରା ବିଧାନସଭାରେ ଉପସ୍ଥାପନ ସହ ମାର୍ଚ୍ଚ ଶେଷରେ ଏହି ବ୍ୟୟମଞ୍ଜୁରୀ ବିଲ ଆଗତ କାର୍ଯ୍ୟକ୍ରମ ଶେଷ ହେବ ବୋଲି ଅର୍ଥ ବିଭାଗ ପକ୍ଷରୁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି । ସମସ୍ତ ବିଭାଗ ନିଶ୍ଚିତ ଭାବେ ଏହି ସମୟସୀମାକୁ ପାଳନ କରିବାକୁ ଅର୍ଥ ବିଭାଗ ପରାମର୍ଶ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story