ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ।  ରାଜ୍ୟରେ ଏବେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଆସନ୍ତା ୧୯ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟିହେବା ସଂଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ତେବେ ଜୁନ ୧ରୁ ଅଗଷ୍ଟ ୧୫ ମଧ୍ୟରେ ରାଜ୍ୟର ୨୨ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ଏହି […]

rain

Tapas Behera
  • Published: Saturday, 15 August 2020
  • , Updated: 15 August 2020, 03:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ।  ରାଜ୍ୟରେ ଏବେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଆସନ୍ତା ୧୯ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟିହେବା ସଂଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।

ତେବେ ଜୁନ ୧ରୁ ଅଗଷ୍ଟ ୧୫ ମଧ୍ୟରେ ରାଜ୍ୟର ୨୨ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ଏହି ସମୟରେ ମାଲକାନଗିରିରେ ସର୍ବାଧିକ୧୦୩୦ ମିଲିମିଟର ବର୍ଷା ରେକର୍ଡ ହୋଇଛି।  ଯାହା ସ୍ୱାଭାବିକ ଠାରୁ ୨୫ ପ୍ରତିଶତ ଅଧିକ।

ତେବେ ଏହି ସମୟ ମଧ୍ୟରେ ୭ ଜିଲ୍ଲା ବାଲେଶ୍ୱର, ସୋନପୁର, ଖୋର୍ଦ୍ଧା, ନବରଙ୍ଗପୁର, ମୟୂରଭଂଜ, ବଲାଙ୍ଗିର ଓ ପୁରୀରେ ସ୍ୱଭାବିଲକ ଠାରୁ କମ ବର୍ଷା ରେକର୍ଡ ହୋଇଛି।  ସାରା ରାଜ୍ୟରେ ଜୁନ ୧ ରୁ ଅଗଷ୍ଟ ୧୫ ମଧ୍ୟରେ ସ୍ୱାଭାବିକଠାରୁ ୯ ପ୍ରତିଶତ କମ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ  ଯାଜପୁରର ଚଣ୍ଡିଖୋଲରେ ସର୍ବାଧିକ ୩୪୦ ମିଲିମିଟର ବର୍ଷା ରେକର୍ଡ ହୋଇଛି।  ବିଂଝାରପୁରରେ ୩୨୩, ଯାଜପୁରରେ ୩୨୦, ବରିରେ ୩୦୩ ମିଲିମିଟର ବର୍ଷା ହୋଇଛି।

Related story