କରୋନା କଟକଣା ସତ୍ତ୍ୱେ  ରାଜ୍ୟରେ ୪୪୦୪ ସଡ଼କ ଦୁର୍ଘଟଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣଜନିତ ଲକଡାଉନ୍ ଓ ସଟଡାଉନ୍ ସତ୍ତ୍ୱେ ରାଜ୍ୟରେ ୬ମାସ ମଧ୍ୟରେ ୪୪୦୪ଟି ସଡ଼କ ଦୁର୍ଘଟଣା ହୋଇଛି। ୨୦୧୯ ଜାନୁୟାରୀରୁ ଜୁନ୍ ମାସ ମଧ୍ୟରେ ଏହି ଦୁର୍ଘଟଣା ସଂଖ୍ୟା ୫୮୦୨ ଥିଲା। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସଡ଼କ ନିରାପତ୍ତା ସଂକ୍ରାନ୍ତ ସୁପ୍ରିମକୋର୍ଟଙ୍କ କମିଟିର ସଚିବ ଏସଡି ବାଙ୍ଗାଙ୍କୁ ଏହି ସୂଚନା ଦିଆଯାଇଛି। ବିଭାଗର ଅନୁସଚିବ କେସି ମୁଦୁଲି ସୁପ୍ରିମକୋର୍ଟଙ୍କୁ ଜଣାଇଥିବା ସୂଚନା ଅନୁସାରେ, ୨୦୨୦ ଜାନୁୟାରୀରୁ ଜୁନ୍ ମାସ ମଧ୍ୟରେ ମୋଟ […]

accident

Tapas Behera
  • Published: Tuesday, 18 August 2020
  • , Updated: 18 August 2020, 09:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣଜନିତ ଲକଡାଉନ୍ ଓ ସଟଡାଉନ୍ ସତ୍ତ୍ୱେ ରାଜ୍ୟରେ ୬ମାସ ମଧ୍ୟରେ ୪୪୦୪ଟି ସଡ଼କ ଦୁର୍ଘଟଣା ହୋଇଛି। ୨୦୧୯ ଜାନୁୟାରୀରୁ ଜୁନ୍ ମାସ ମଧ୍ୟରେ ଏହି ଦୁର୍ଘଟଣା ସଂଖ୍ୟା ୫୮୦୨ ଥିଲା।
ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସଡ଼କ ନିରାପତ୍ତା ସଂକ୍ରାନ୍ତ ସୁପ୍ରିମକୋର୍ଟଙ୍କ କମିଟିର ସଚିବ ଏସଡି ବାଙ୍ଗାଙ୍କୁ ଏହି ସୂଚନା ଦିଆଯାଇଛି। ବିଭାଗର ଅନୁସଚିବ କେସି ମୁଦୁଲି ସୁପ୍ରିମକୋର୍ଟଙ୍କୁ ଜଣାଇଥିବା ସୂଚନା ଅନୁସାରେ, ୨୦୨୦ ଜାନୁୟାରୀରୁ ଜୁନ୍ ମାସ ମଧ୍ୟରେ ମୋଟ ୪୪୦୪ଟି ସଡ଼କ ଦୁର୍ଘଟଣା ହୋଇଛି। ଏଥିରେ ୨୦୬୨ଜଣ ପ୍ରାଣ ହରାଇଥିବାବେଳେ ୪୨୮୯ଜଣ ଆହତ ହୋଇଛନ୍ତି। ତେବେ ୨୦୧୯ ମସିହା ଜାନୁୟାରୀରୁ ଜୁନ୍ ମାସ ମଧ୍ୟରେ ୫୮୦୨ଟି ସଡ଼କ ଦୁର୍ଘଟଣାରେ ୩୦୧୩ଜଣ ପ୍ରାଣ ହରାଇଥିଲେ ଓ ୫୯୩୪ଜଣ ଆହତ ହୋଇଥିଲେ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୧ତାରିଖ ପରଠୁ ରାଜ୍ୟରେ ସଟଡାଉନ୍ ଓ ଲକଡାଉନ୍ ସତ୍ତ୍ୱେ ସଡ଼କ ଦୁର୍ଘଟଣା ଅନୁରୂପ ପରିମାଣର ହ୍ରାସ ପାଇପାରିନି।

Related story