Advertisment

ଦୋକାନୀ ଓ ସାମ୍ବାଦିକଙ୍କୁ ପୁଲିସ୍‌ ମାଡ଼ ମାରିବା ଘଟଣା: ଏସ୍‌ପି ନିଜେ କରିବେ ତଦନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀରେ ପରିବା ଦୋକାନୀ ଓ ସାମ୍ବାଦିକଙ୍କୁ ପୁଲିସ୍ ମାଡ଼ ମାରିଥିବା ଅଭିଯୋଗକୁ ଗୁରୁତର ସହିତ ନେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ଅଭୟ। ତୁରନ୍ତ ଏହାର ତଦନ୍ତ କରି ରାଜ୍ୟ ପୁଲିସ ମୁଖ୍ୟାଳୟକୁ ରିପୋର୍ଟ ପଠାଇବା ପାଇଁ ପୁରୀ ଏସ୍‌ପିଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ନିଜେ ତଦନ୍ତ କରିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ୍ ମହାନିର୍ଦ୍ଦେଶକ। ଗତକାଲି ପୁରୀ ବଡ଼ଶଙ୍ଖରେ କିଛି ପରିବା ଦୋକାନୀଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲା ପୁଲିସ୍। ଏହାକୁ ନେଇ ଉଭୟ ପକ୍ଷ […]

ଅଦ୍ୟତନ ହୋଇଛି
ଦୋକାନୀ ଓ ସାମ୍ବାଦିକଙ୍କୁ ପୁଲିସ୍‌ ମାଡ଼ ମାରିବା ଘଟଣା: ଏସ୍‌ପି ନିଜେ କରିବେ ତଦନ୍ତ

Police

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀରେ ପରିବା ଦୋକାନୀ ଓ ସାମ୍ବାଦିକଙ୍କୁ ପୁଲିସ୍ ମାଡ଼ ମାରିଥିବା ଅଭିଯୋଗକୁ ଗୁରୁତର ସହିତ ନେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ଅଭୟ। ତୁରନ୍ତ ଏହାର ତଦନ୍ତ କରି ରାଜ୍ୟ ପୁଲିସ ମୁଖ୍ୟାଳୟକୁ ରିପୋର୍ଟ ପଠାଇବା ପାଇଁ ପୁରୀ ଏସ୍‌ପିଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ନିଜେ ତଦନ୍ତ କରିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ୍ ମହାନିର୍ଦ୍ଦେଶକ।

Advertisment

ଗତକାଲି ପୁରୀ ବଡ଼ଶଙ୍ଖରେ କିଛି ପରିବା ଦୋକାନୀଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲା ପୁଲିସ୍। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ପୁଲିସ୍ ସେମାନଙ୍କୁ ମାଡ଼ ମାରିଥିବା ଦୋକାନୀମାନେ ଅଭିଯୋଗ କରିଥିଲେ। ସେଥିପାଇଁ ସେଠାରେ ପ୍ରବଳ ଉତ୍ତେଜନା ମଧ୍ୟ ଦେଖା ଦେଇଥିଲା। ରାସ୍ତା ଉପରେ ବସି ପୁଲିସର କାର୍ଯ୍ୟାନୁଷ୍ଠାନକୁ ଦୋକାନୀମାନେ ବିରୋଧ କରିଥିଲେ।

ସେହିପରି ଏହି ସମୟରେ ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ସାମ୍ବାଦିକଙ୍କୁ ମଧ୍ୟ ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୋଶାଲ୍ ମିଡିଆରେ ମଧ୍ୟ ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାକୁ ତୀବ୍ର ସମାଲୋଚନା କରାଯାଇଛି।

Advertisment
Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe