ବନସଲଙ୍କୁ ‘ଡିଜିପି’ ଅଫର, ଡାର୍କ ହର୍ସ ହେବେ ଛାବ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତମାସ ୩୧ତାରିଖରେ ରାଜ୍ୟ ପୁଲିସ ଡିଜି ଅଭୟ ଅବସର ନେବାକୁ ଯାଉଥିବାବେଳେ ପରବର୍ତ୍ତୀ ପୁଲିସ ଡିଜି କିଏ ହେବେ ତାକୁ ନେଇ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ୟୁପିଏଏସି ମନୋନୟନ କମିଟି ୩ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କ ନାଁ ସର୍ଟଲିଷ୍ଟ କରି ରାଜ୍ୟ ସରକାରଙ୍କ ନିକଟକୁ ଶୁକ୍ରବାର ପଠାଇବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି । ଇତିମଧ୍ୟରେ ସର୍ଟଲିଷ୍ଟ ହୋଇଥିବା ଏହି ୩ଜଣଙ୍କ ମଧ୍ୟରୁ ବରିଷ୍ଠ ଆଇପିଏସ୍ ପ୍ରଦୀପ କାପୁର […]

Pradeep-kapoo

Pradeep-kapoo

Ordigital Desk
  • Published: Monday, 13 December 2021
  • Updated: 13 December 2021, 10:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତମାସ ୩୧ତାରିଖରେ ରାଜ୍ୟ ପୁଲିସ ଡିଜି ଅଭୟ ଅବସର ନେବାକୁ ଯାଉଥିବାବେଳେ ପରବର୍ତ୍ତୀ ପୁଲିସ ଡିଜି କିଏ ହେବେ ତାକୁ ନେଇ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ୟୁପିଏଏସି ମନୋନୟନ କମିଟି ୩ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କ ନାଁ ସର୍ଟଲିଷ୍ଟ କରି ରାଜ୍ୟ ସରକାରଙ୍କ ନିକଟକୁ ଶୁକ୍ରବାର ପଠାଇବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି । ଇତିମଧ୍ୟରେ ସର୍ଟଲିଷ୍ଟ ହୋଇଥିବା ଏହି ୩ଜଣଙ୍କ ମଧ୍ୟରୁ ବରିଷ୍ଠ ଆଇପିଏସ୍ ପ୍ରଦୀପ କାପୁର ଓ ଏସକେ ବନସଲଙ୍କୁ ‘ଡିଜିପି’ ପଦବୀ ନିମନ୍ତେ ବ୍ୟାକଡୋରରେ ଅଫର ଦିଆଯାଇଥିବାବେଳେ ଆଇପିଏସ୍ ମନୋଜ କୁମାର ଛାବ୍ରା ଡାର୍କ ହର୍ସ ଭାବେ ଏହି ପଦବୀରେ ଅବସ୍ଥାପିତ ହୋଇପାରନ୍ତି ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଗତ ୮ତାରିଖରେ ନୂଆଦିଲ୍ଲୀରେ ୟୁପିଏସସି ଚେୟାରମ୍ୟାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡିିଜିପି ମନୋୟନ କମିଟି ବୈଠକରେ ରାଜ୍ୟର ପୁଲିସ ଡିଜି ପଦବୀ ନିମନ୍ତେ ମୋଟ ୧୨ଜଣ ଯୋଗ୍ୟ ଆଇପିଏସଙ୍କ ନାମ ମଧ୍ୟରୁ ବରିଷ୍ଠତା ଓ ମେରିଟ୍ ଆଧାରରେ ୩ଜଣ ଆଇପିଏସଙ୍କ ନାଁ ସର୍ଟଲିଷ୍ଟ ହୋଇଛି । ଶୁକ୍ରବାର ଏହି ସର୍ଟଲିଷ୍ଟ ତାଲିକା ରାଜ୍ୟ ସରକାରଙ୍କୁ ମିଳିଛି । ତାଲିକାରେ ୧୯୮୬ ବ୍ୟାଚର ପ୍ରଦୀପ କାପୁର, ୧୯୮୭ ବ୍ୟାଚର ସୁନୀଲ କୁମାର ବନସଲ ଓ ୧୯୮୮ ବ୍ୟାଚର ମନୋଜ କୁମାର ଛାବ୍ରାଙ୍କ ନାମ ସର୍ଟଲିଷ୍ଟ ହୋଇଥିବାବେଳେ ଏବେ କେବଳ ଶ୍ରୀ ଛାବ୍ରା ହିଁ ଓଡ଼ିଶାରେ କାର୍ଯ୍ୟ କରୁଛନ୍ତି । ଶ୍ରୀ କାପୁର ଦୀର୍ଘ ୫ବର୍ଷରୁ ଅଧିକ ସମୟ ଧରି ଓ ଶ୍ରୀ ବନସଲ ୨୭ବର୍ଷରୁ ଊର୍ଦ୍ଧ୍ୱ ଅବଧି ଧରି କେନ୍ଦ୍ରୀୟ ଡେପୁଟେସନରେ ରହିଛନ୍ତି । ରାଜ୍ୟ ସରକାରଙ୍କ ସୂତ୍ର ଅନୁସାରେ, ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)ରେ ସ୍ପେଶାଲ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଥିବା ଶ୍ରୀ ବନସଲଙ୍କୁ ଓଡ଼ିଶାର ଡିଜି ଭାବେ କାର୍ଯ୍ୟ କରିବା ନିମନ୍ତେ ଅଫର ଦିଆଯାଇଛି । ଦିଲ୍ଲୀରେ କାର୍ଯ୍ୟରତ ଜଣେ ପ୍ରଭାବଶାଳୀ ଓଡ଼ିଶା କ୍ୟାଡ଼ର ଆଇପିଏସ ଅଫିସରଙ୍କ ମାଧ୍ୟମରେ ବ୍ୟାକଡୋରରେ ଏହି ଅଫର ଦିଆଯାଇଥିବାବେଳେ ଏନଟିଆରଓ ଡାଇରେକ୍ଟର ତଥା ଓଡ଼ିଶା କ୍ୟାଡ଼ରର ପ୍ରଦୀପ କାପୁରଙ୍କ ସହ ମଧ୍ୟ ଯୋଗାଯୋଗ କରାଯାଇଥିବା ଜଣାପଡ଼ିଛି । ଉଭୟ ଆଇପିଏସ୍ ଅଫିସର ନିଜର ମତାମତ ଏପର୍ଯ୍ୟନ୍ତ ଜଣାଇନଥିବାବେଳେ ଓଡ଼ିଶାରେ ଗତ କିଛିବର୍ଷର ପରିଦୃଶ୍ୟକୁ ଦେଖି ଆଇପିଏସ୍ ଶ୍ରୀ କାପୁର ଏହି ପଦବୀ ନିମନ୍ତେ ବିଶେଷ ଆଗ୍ରହ ଦେଖାଉନଥିବା ଜଣାପଡ଼ିଛି । ଯଦିଓ ଶ୍ରୀ କାପୁର ୨୦୨୨ ନଭେମ୍ବରରେ ସରକାରୀ ଚାକିରିରୁ ଅବସର ନେବେ ।

ତେବେ ୧୯୯୪ ସେପ୍ଟେମ୍ବର ମାସରୁ କେନ୍ଦ୍ରୀୟ ଡେପୁଟେସନରେ ଥିବା ଓଡ଼ିଶା କ୍ୟାଡ଼ର ଆଇପିଏସ୍ ଶ୍ରୀ ବନସଲ ଆସନ୍ତା ୨୦୨୨ ଜୁନ୍ ମାସରେ ଚାକିରିରୁ ଅବସର ନେବେ । ଦୀର୍ଘ ୨୭ବର୍ଷ ଧରି ସେ ଓଡ଼ିଶା ବାହାରେ ରହିଥିବାରୁ ରାଜ୍ୟର ପ୍ରଶାସନିକ ଓ ଶାସନ ପାଣିପାଗ ସହ ଖାପ୍ ଖୁଆଇବା ତାଙ୍କ ପକ୍ଷେ ଏତେଟା ସହଜ ହେବ ନାହିଁ । ତେବେ ରାଜ୍ୟର ଶାସନ ପାଣିପାଗ ପ୍ରତି ତାଙ୍କର ଅନଭିଜ୍ଞତା ହିଁ ତାଙ୍କ ଡିଜିପି ପଦ ନିମନ୍ତେ ମୁଖ୍ୟ ଯୋଗ୍ୟତା ପାଲଟିଛି । ଅବଶ୍ୟ ଆଗାମୀ ୬ମାସ ମଧ୍ୟରେ ପଂଚାୟତ ଓ ପୌର ନିର୍ବାଚନ ଏବଂ ୨୦୨୪ ମାର୍ଚ୍ଚ-ଏପ୍ରିଲରେ ବିଧାନସଭା ନିର୍ବାଚନ ଥିବାରୁ ଯିଏବି ପୁଲିସ ଡିଜି ହେବେ ସେ ରାଜ୍ୟ ସରକାରଙ୍କ ବିଶ୍ୱସ୍ତ ହେବା ଜରୁରୀ । ଯେହେତୁ ପୁଲିସ ଡିଜି ସର୍ବନିମ୍ନ ୨ବର୍ଷ ପାଇଁ ନିଯୁକ୍ତି ପାଇବେ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ବାଧ୍ୟବାଧକତା ମଧ୍ୟ ରହିଛି । ଯିଏବି ପୁଲିସ ଡିଜି ହେବେ ସେ ଆଗାମୀ ୨୦୨୪ ଜାନୁୟାରୀ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ।

ତେଣୁ ଏସବୁକୁ ଦୃଷ୍ଟିରେ ରଖି ଉଭୟ ଶ୍ରୀ କାପୁର ଓ ଶ୍ରୀ ବନସଲଙ୍କୁ ବ୍ୟାକଡୋରରେ ଡିଜିପି ହେବାର ‘ଅଫର’ ଦିଆଯାଇଛି । ସେମାନଙ୍କ ମୁଡକୁ ଆକଳନ କରି ସରକାର ନିଜର ନିଷ୍ପତ୍ତି ନେବାକୁ ରଣନୀତି ପ୍ରସ୍ତୁତ କରିଥିବାବେଳେ ଏଠାରେ ସ୍ପେଶାଲ ଡିଜି(ଓଏସଏପି) ଭାବେ କାର୍ଯ୍ୟରତ ଶ୍ରୀ ଛାବ୍ରା ପୁଲିସ ଡିଜି ପଦବୀରେ ଅବସ୍ଥାପିତ ହେବାର ସମ୍ଭାବନା ଅଧିକ ରହିଛି ।

ଶ୍ରୀ କାପୁର ଓ ଶ୍ରୀ ବନସଲଙ୍କ ସହ ଭବିଷ୍ୟତରେ ମତଭେଦର ଆଶଙ୍କା କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ ଶ୍ରୀ ଛାବ୍ରାଙ୍କୁ ଅଧିକ ଭରସା କରିଥିବା ଜଣାପଡ଼ିଛି । ଶ୍ରୀ ଛାବ୍ରାଙ୍କର କାର୍ଯ୍ୟକାଳ ୨୦୨୩ ଅକ୍ଟୋବର ପର୍ଯ୍ୟନ୍ତ ରହିଥିବାବେଳେ ତାଙ୍କୁ ନେଇ କାର୍ଯ୍ୟ କରିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ବିଶେଷ ସହଜ ହେବ । କାରଣ ସାଦାସିଧା ଓ ନରମ ମିଜାଜର ଆଇପିଏସ୍ ଶ୍ରୀ ଛାବ୍ରା ବର୍ତ୍ତମାନର ଓଡ଼ିଶାର ରାଜନୀତିକ ଓ ପ୍ରଶାସନିକ ପାଣିପାଗ ସହିତ ଖାପଖୁଆଇ ସାରିଛନ୍ତି । ଅତୀତର ରାଜ୍ୟ ପୁଲିସ ଡିଜିମାନଙ୍କର ପ୍ରଭାବ ଓ ଅବସ୍ଥାକୁ ମଧ୍ୟ ପାଖରୁ ଦେଖିବାର ସୁଯୋଗ ପାଇଛନ୍ତି । ତେଣୁ ସେ ରାଜ୍ୟର ପରବର୍ତ୍ତୀ ଡିଜି ପଦବୀ ପାଇଁ ଡାର୍କ ହର୍ସ ହେବାର ସମ୍ଭାବନା ଅଧିକ ରହିଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ୧୯୮୮ ବ୍ୟାଚ୍ ଆଇପିଏସ ସନ୍ତୋଷ କୁମାର ଉପାଧ୍ୟାୟ ପରବର୍ତ୍ତୀ ଡିଜିପି ପଦବୀରେ ଆସୀନ ହୋଇପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିଶେଷ ଆଗ୍ରହ ନଦେଖାଇବାରୁ ଶ୍ରୀ ଉପାଧ୍ୟାୟ ଏହି ଦୌଡ଼ରୁ ବାଦ୍ ପଡ଼ିଥିବାବେଳେ ବରିଷ୍ଠତା ଭିତ୍ତିରେ ଶ୍ରୀ ଛାବ୍ରାଙ୍କୁ ଡିଜିପି ପଦବୀରେ ଆସୀନ କରାଇ ପୁଲିସ ବାହିନୀର ‘ରିମୋଟ୍‌’ ଅନ୍ୟ ଜଣେ ଜୁନିୟର ଆଇପିଏସଙ୍କ ହାତରେ ରଖିବାକୁ ରଣନୀତି ପ୍ରସ୍ତୁତ ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story