Advertisment

ଚିତ୍ତରଞ୍ଜନ ମୃତ୍ୟୁ ମାମଲାର ଖିଅ ଖୋଜିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଂଜନ ପଲେଇଙ୍କ ମୃତ୍ୟୁ ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ। ପ୍ରେସ୍ ରିଲିଜ ଜାରି କରି ଡିଜିପି ଅଭୟ ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦିଷ୍ଟ ଟିମ୍‌ ଗଠନ କରାଯିବ। ଏହି ଟିମ୍‌ ଘଟଣାର ତଦନ୍ତ କରିବେ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ  […]

ଅଦ୍ୟତନ ହୋଇଛି
ଚିତ୍ତରଞ୍ଜନ ମୃତ୍ୟୁ ମାମଲାର ଖିଅ ଖୋଜିବ କ୍ରାଇମବ୍ରାଞ୍ଚ

Puri-murder (1)

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଂଜନ ପଲେଇଙ୍କ ମୃତ୍ୟୁ ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ। ପ୍ରେସ୍ ରିଲିଜ ଜାରି କରି ଡିଜିପି ଅଭୟ ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦିଷ୍ଟ ଟିମ୍‌ ଗଠନ କରାଯିବ। ଏହି ଟିମ୍‌ ଘଟଣାର ତଦନ୍ତ କରିବେ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ  ଡିଏସ୍‌ପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ଟିମ୍ ହୋଇଛି। ଟିମରେ ଜଣେ ଡିଏସ୍‌ପିଙ୍କ ସହ ଆଉ ୩ ଜଣ ଅଫିସର ମଧ୍ୟ ରହିଛନ୍ତି। ଟିମ୍ ଆଜି ପୁରୀ ଯାଇ ସ୍ଥାନୀୟ ପୁଲିସ ଠାରୁ କାଗଜାତ ସଂଗ୍ରହ କରିବ। ତଦନ୍ତ ପାଇଁ ଯାହା ଯାହା ଆବଶ୍ୟକ କରାଯିବ।

ଡିସେମ୍ବର ୧୩ ତାରିଖରେ ପୁରୀ ନୂଆନଈ ନିକଟରେ ଚିତ୍ତରଂଜନଙ୍କ ମୃତଦେହ ମିଳିଥିଲା।  ନଦୀରୁ ମୃତଦେହ ମିଳିବା ପରେ ପରିବାର ଲୋକଙ୍କ ସନ୍ଦେହ ବଢ଼ିଥିଲା। ଚିତ୍ତରଞ୍ଜନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏଥିରେ ଜଗନ୍ନାଥ ଷଡ଼ଙ୍ଗୀ ଓ ସଞ୍ଜୟ ଦାସବର୍ମାଙ୍କ ହାତ ଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।

Advertisment

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ସଦର ଥାନା ପୁଲିସ । ତେବେ ମାମଲାରେ ବିଜେଡି ନେତା ସଂଜୟ ଦାସ ବର୍ମାଙ୍କ ସଂପୃକ୍ତି ନେଇ ପରିବାର ଲୋକେ ଅଭିଯୋଗ ଆଣିବା ପରେ ସଂଜୟଙ୍କ ଅଡ଼ୁଆ ବଢିଛି।  ସଂଜୟ ଦାସ ବର୍ମା ଯୋଜନା ବୋର୍ଡ ଉପାଧ୍ୟକ୍ଷ ତୁରନ୍ତ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଗତକାଲି ବିଜେପି  ଦାବି କରିଥିଲା।  ନଚେତ ତଦନ୍ତ ନିରପେକ୍ଷ ହୋଇପାରିବନି ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା।

ସୂଚନାଯୋଗ୍ୟ, ଶନିବାର ରାତିରେ ପୁରୀ ମାଟିଆପଡ଼ା ଅଞ୍ଚଳର ଜଗନ୍ନାଥ ଷଡ଼ଙ୍ଗୀ ଓରଫ ଜଗା ଘରେ ଆୟୋଜିତ ହୋଇଥିଲା ଭୋଜି। ସେଠାକୁ ଯାଇଥିଲେ ଚିତ୍ତରଂଜନ। କିନ୍ତୁ ଘରକୁ ଆଉ ଫେରି ନଥିଲେ। ତାଙ୍କ ମୋବାଇଲ ବନ୍ଦ ରହିଥିଲା। ରବିବାର ଯାଏ କୌଣସି ପତ୍ତା ନମିଳିବାରୁ ସଦର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ଖୋଳତାଡ଼ ଭିତରେ ଗତକାଲି ନୂଆନଈରୁ ମିଳିଥିଲା ମୃତଦେହ।

Murder SIT Investigation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe