୭ ଘଣ୍ଟା ଛକାପଞ୍ଝା ପରେ ଭୁବନେଶ୍ୱର ବିମାନବନ୍ଦରରୁ ଧରା ହେଲା ମାଙ୍କଡ଼

ଭୁବନେଶ୍ୱର: ଶେଷରେ ଭୁବନେଶ୍ୱର ଏୟାରପୋର୍ଟ ନୂଆ ଟରମିନାଲରେ ପଶି ଥିବା ମାଙ୍କଡ଼କୁ ଧରାଗଲା। ନନ୍ଦନକାନନରୁ ପ୍ରାଣୀ ଉଦ୍ୟାନ କର୍ମଚାରୀ ଆସି ଟ୍ରାଙ୍କୁଲାଇଜର ମାରି ମାଙ୍କଡ଼କୁ ଧରିବାକୁ ସକ୍ଷମ ହୋଇଥିଲେ। ହେଲେ ଏଥିପାଇଁ ଏୟାରପୋର୍ଟ କର୍ତ୍ତୃପକ୍ଷ ଓ ବନ ବିଭାଗ ଓ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ୭ ଘଣ୍ଟା ନାକେଦମ ହେବାକୁ ପଡିଥିଲା। ନୂଆ ଟରମିନାଲରେ ମାଙ୍କଡ଼ ପଶି ଥିବା ଜଣାପଡିବା ପରେ ତାକୁ ଧରିବାକୁ ଏୟାରପୋର୍ଟ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ ଓ ଖୋର୍ଦ୍ଧା ଅନରାରୀ ୱାର୍ଡନଙ୍କୁ ନେଇ […]

monky

Rakesh Mallick
  • Published: Friday, 08 April 2016
  • , Updated: 09 April 2016, 04:12 AM IST

ଭୁବନେଶ୍ୱର: ଶେଷରେ ଭୁବନେଶ୍ୱର ଏୟାରପୋର୍ଟ ନୂଆ ଟରମିନାଲରେ ପଶି ଥିବା ମାଙ୍କଡ଼କୁ ଧରାଗଲା। ନନ୍ଦନକାନନରୁ ପ୍ରାଣୀ ଉଦ୍ୟାନ କର୍ମଚାରୀ ଆସି ଟ୍ରାଙ୍କୁଲାଇଜର ମାରି ମାଙ୍କଡ଼କୁ ଧରିବାକୁ ସକ୍ଷମ ହୋଇଥିଲେ। ହେଲେ ଏଥିପାଇଁ ଏୟାରପୋର୍ଟ କର୍ତ୍ତୃପକ୍ଷ ଓ ବନ ବିଭାଗ ଓ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ୭ ଘଣ୍ଟା ନାକେଦମ ହେବାକୁ ପଡିଥିଲା।

ନୂଆ ଟରମିନାଲରେ ମାଙ୍କଡ଼ ପଶି ଥିବା ଜଣାପଡିବା ପରେ ତାକୁ ଧରିବାକୁ ଏୟାରପୋର୍ଟ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ ଓ ଖୋର୍ଦ୍ଧା ଅନରାରୀ ୱାର୍ଡନଙ୍କୁ ନେଇ ଗଠିତ ଟିମ୍‌ ଗଠନ ହୋଇଥିଲା। ଜାଲ ବିଛାଇବାଠାରୁ ଆରମ୍ଭ କରି କଦଳୀରେ ନିଶା ବଟିକା ଦେଇ ମାଙ୍କଡ଼କୁ କାବୁ କରାଯିବାକୁ ସବୁ ପ୍ରକାର ପ୍ରୟାସ କରାଗଲା। ହେଲେ କିଛି ଲାଭ ହେଲାନାହିଁ। ଶେଷରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଖବର ଦିଆଗଲା। ଖବର ପାଇବା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ମଚାରୀମାନେ ବିମାନବନ୍ଦରେ ପହଞ୍ଚି ମାଙ୍କଡ଼କୁ ବାକୁ କରିଥିଲେ।

Related story