ଧାର୍ଯ୍ୟ ସମୟ ବିତି ଗଲାଣି, ଶେଷ ହେଉନି ତ୍ରିଶୁଳିଆ କାଠଯୋଡ଼ି ସେତୁ

ଭୁବନେଶ୍ୱର: କଟକ-ଭୁବନେଶ୍ୱର ଟ୍ୱଇନ୍‌ ସିଟିର ଲାଇଫଲାଇନ କୁହାଯାଉଥିବା ତ୍ରିଶୁଳିଆ ସେତୁ ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ନିର୍ଦ୍ଧାରିତ ସମୟ ଠାରୁ ଅଧିକ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଧା କାମ ଶେଷ ହୋଇପାରୁନାହିଁ। ଏହି ସେତୁର ନିର୍ମାଣ ପାଇଁ ଟାର୍ଗେଟ ଥିଲା ୨୦୧୪। ଏ ଅବସ୍ଥା ତ୍ରିଶୁଳିଆ ଠାରେ ନିର୍ମାଣାଧୀନ କାଠଯୋଡ଼ି ସେତୁର। ଜାତୀୟ ରାଜପଥରେ ଭିଡ଼ କମାଇବା ଓ କଟକ-ଭୁବନେଶ୍ୱର ମଧ୍ୟରେ ଗମନାଗମନକୁ ସହଜ କରିବା ଲାଗି ଏହି ସେତୁ ନିର୍ମାଣ […]

trisulia-brize

Rakesh Mallick
  • Published: Monday, 15 February 2016
  • , Updated: 15 February 2016, 05:00 PM IST

ଭୁବନେଶ୍ୱର: କଟକ-ଭୁବନେଶ୍ୱର ଟ୍ୱଇନ୍‌ ସିଟିର ଲାଇଫଲାଇନ କୁହାଯାଉଥିବା ତ୍ରିଶୁଳିଆ ସେତୁ ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ନିର୍ଦ୍ଧାରିତ ସମୟ ଠାରୁ ଅଧିକ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଧା କାମ ଶେଷ ହୋଇପାରୁନାହିଁ। ଏହି ସେତୁର ନିର୍ମାଣ ପାଇଁ ଟାର୍ଗେଟ ଥିଲା ୨୦୧୪। ଏ ଅବସ୍ଥା ତ୍ରିଶୁଳିଆ ଠାରେ ନିର୍ମାଣାଧୀନ କାଠଯୋଡ଼ି ସେତୁର। ଜାତୀୟ ରାଜପଥରେ ଭିଡ଼ କମାଇବା ଓ କଟକ-ଭୁବନେଶ୍ୱର ମଧ୍ୟରେ ଗମନାଗମନକୁ ସହଜ କରିବା ଲାଗି ଏହି ସେତୁ ନିର୍ମାଣ କରାଯାଉଛି। ଠିକ୍‌ ସମୟରେ କାମ ସରି ନପାରିବାରୁ ଠିକା କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ହୋଇଥିଲା। ଏହାପରେ କମ୍ପାନୀ ଡିଜାଇନ ପରିବର୍ତ୍ତନ ଆଳରେ ଚଞ୍ଚକତା କରି ଅଧିକ ବର୍ଷେ ସମୟ ନେଇଥିବା କୁହାଯାଉଛି। ଏବେ ୨୫ଟି ସ୍ପାନ୍‌ ଉପରେ ବିମ୍‌ ପଡ଼ିଥିବା ବେଳେ ୩୫ଟି ମୁକୁଳା ପଡ଼ିଛି। ତେଣୁ ଅବଶିଷ୍ଟ ୧୧ ମାସ ଭିତରେ କେମିତି କାମ ସରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏନେଇ ଅବସରପ୍ରାପ୍ତ ଚିଫ୍‌ ଇଞ୍ଜିନିୟର ଲଳିତମୋହନ ପଟ୍ଟନାୟକ କହିଛନ୍ତି ଯେ କ’ଣ ପାଇଁ ଏହି ସେତୁର ପ୍ରିକାଷ୍ଟକୁ ପରିବର୍ତ୍ତନ କଲେ ଏ କଥା କେବଳ ସେମାନେ କହିପାରିବେ। ଏହାଯୋଗୁଁ ଲୋକମାନେ ବହୁ ହଇରାଣର ସମ୍ମୁଖୀନ ହେବେ। ଏଥିପାଇଁ ବ୍ୟୟବରାଦ ହୋଇଥିବା ଅର୍ଥ ମଧ୍ୟ ବଢ଼ିଯାଇଛି। ପୂର୍ବରୁ ୯୫ କୋଟି ଟଙ୍କା ବ୍ୟବବରାଦ ଥିଲା। ଏବେ ଏହା ବଢ଼ି ୧୦୮ କୋଟି ହୋଇଛି। କେଉଁ କାରଣରୁ ଏହି ଅର୍ଥ ବୃଦ୍ଧି ପାଇଲା ସେ ନେଇ ସମ୍ପୃକ୍ତ ଠିକା ସଂସ୍ଥା ଉତ୍ତର ଦେବା ଦରକାର ବୋଲି ସେ କହିଛନ୍ତି।

ଡିଜାଇନ୍‌ ପରିବର୍ତ୍ତନ ବାବଦକୁ ଠିକା କମ୍ପାନୀ ମଧ୍ୟ ଅଧିକ ୧୦ କୋଟି ଟଙ୍କାର ଏଷ୍ଟିମେସନ୍ ଦେଇଛି। ତେବେ ଡିଜାଇନ୍ କଲେ ସେ ବାବଦକୁ କୌଣସି ଅର୍ଥ ନେବ ନାହିଁ ବୋଲି କମ୍ପାନୀ ସହ ଚୁକ୍ତି ହୋଇଥିଲା। ପ୍ରାଇସ୍ ଏସ୍କାଲେସନ ବାବଦକୁ ମଧ୍ୟ କମ୍ପାନୀ ୯ କୋଟି ଟଙ୍କା ଅଧିକ ନେବାକୁ ବିଲ୍ ଦେଇଛି।

ସରକାରୀ ରିପୋର୍ଟ ଅନୁସାରେ ୨୫ ମାସରେ କମ୍ପାନୀ ମାତ୍ର ୨୮ ଭାଗ କାମ ଶେଷ କରିଥିବା ବେଳେ ୬୨ କୋଟିରୁ ଅଧିକ ଟଙ୍କାର କାମ ବାକି ପଡ଼ିଥିଲା। ଠିକ୍‌ ସମୟରେ କାମ ସରି ନ ଥିବାରୁ ଠିକା କମ୍ପାନୀକୁ ୧୨ କୋଟି ଟଙ୍କାର ଜରିମାନା ପଡ଼ିବା କଥା। ଏପରି ସ୍ଥଳେ କମ୍ପାନୀ କେମିତି ଅଧିକ ଅର୍ଥ ମାଗିଛି ତାକୁ ନେଇ ପ୍ରଶ୍ନ ଉଠିଛି।

Related story