ବୈଜୟନ୍ତ, କୁନ୍ଦୁଲି ଓ ଟଙ୍କିକିଆ ଚାଉଳକୁ ନେଇ ବର୍ଷିଲେ

Ordigital Desk
  • Published: Friday, 02 February 2018
  • , Updated: 02 February 2018, 05:19 PM IST
<p>ସାଲେପୁର (ଓଡ଼ିଶା ରିପୋର୍ଟର): ମାହାଙ୍ଗା ମାଟିରେ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍&zwnj;ଘାଟନ କରିବାକୁ ଯାଉଥିଲେ। ତାଙ୍କୁ ମାର୍&zwnj;ପିଟ୍&zwnj; କରାଗଲା। ଏପରିକି ଅଣ୍ଡା ମାଡ଼ କରାଗଲା। ତାଙ୍କର ଭୁଲ ଏତିକି ଥିଲା ସେ ନିଜର ସାଂସଦ ପାଣ୍ଠି କର୍ମୀଙ୍କୁ ଦେଲେ ନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି, ସାଂସଦ ପାଣ୍ଠି କାହାର? ଦଳୀୟ କର୍ମୀ ନା ସାଧାରଣ ଲୋକଙ୍କର। ଗରିବଙ୍କ ପରିଶ୍ରମର କର ଖଜଣାରେ ସରକାରଙ୍କ ପାଣ୍ଠି ତିଆରି ହେଉଛି। ଜନ ସାଧାରଣଙ୍କ କଲ୍ୟାଣ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯାଉଛି। ଏହାର ଚାବି ସାଂସଦଙ୍କୁ ଦିଆଯାଉଛି। କିନ୍ତୁ ବିଜେଡି ଆରୋପ ଲଗାଉଛି ଆମକୁ କ&rsquo;ଣ ପାଇଁ ସାଂସଦ ପାଣ୍ଠି ମିଳୁନି? ଆଜି ଏପରି ଢ଼ଙ୍ଗରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।</p> <p>କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା ନେଇ ସେ କହିଛନ୍ତି-&ldquo;୧୪ ବର୍ଷର ଜଣେ ନାବାଳିକାକୁ ପୋଷାକଧାରୀ ଲୋକେ ଗଣ ବଳାତ୍କାର କରିଥିଲେ। ଏ ସମ୍ପର୍କରେ ସେ ମୁହଁ ଖୋଲିବାରୁ କୁହାଗଲା ପାଗିଳି ହୋଇ ଗଲାଣି। କଟକର ନିର୍ଲଜ ବିଧାୟକ କହିବେ ଲଭ୍&zwnj; ଟ୍ରାଙ୍ଗଲ ଯୋଗୁଁ ଆତ୍ମହତ୍ୟା କଲେ। ଏଥିରୁ ଜଣାପଡ଼ୁଛି, ନବୀନ ବାବୁଙ୍କର ଓଡ଼ିଶା ମାଆ ଓ ଭଉଣୀଙ୍କ ଭାବାବେଗ ଜଣାନାହିଁ। ସେପଟେ ପୋଲିସ ଡିଜି ମୁହଁ ବନ୍ଦ କରିବାକୁ ୯୦,୦୦୦ ଟଙ୍କା ପୀଡ଼ିତାଙ୍କୁ ଜାଚି ଥିଲେ। ଏହି ଅଭିଯୋଗ ଗଣମାଧ୍ୟମ ବା କୌଣସି ରାଜନୈତିକ ଦଳ କରିନଥିଲେ। ଖୋଦ୍&zwnj; ପୀଡ଼ିତା ମୃତ୍ୟୁ ପୂର୍ବରୁ ଏପରି ବୟାନ ଦେଇଥିଲେ। ଏହାର ପ୍ରତିବାଦ କରିବାରୁ ମାମଲା ରୁଜୁ କରିବାକୁ ଧମକ ଦିଆଯାଉଛି। ଯଦି ଭୁବନେଶ୍ୱର ପୋଲିସ କମିଶନର ଯୋଗେଶ ବାହାଦୂର ଖୁରାନିଆଙ୍କର ସତ୍&zwnj; ସାହସ ଅଛି, ତାହାହେଲେ ସମସ୍ତଙ୍କୁ ମଧ୍ୟ ଦଣ୍ଡ ମିଳିବା ଦରକାର। କୁନ୍ଦୁଲି ଗଣବଳାତ୍କାଳ ଅଭିଯୁକ୍ତଙ୍କୁ ଗିରଫ କରନ୍ତୁ।&rdquo;</p> <p>ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍&zwnj;ରେ ମିଳୁଥିବା ଚାଉଳ ହଡପ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ ଧର୍ମେନ୍ଦ୍ର। ସେ କହିଥିଲେ-&ldquo;ଟଙ୍କିକିଆ ଚାଉଳ ପାଇଁ କେନ୍ଦ୍ର ସରକାର ଦେଲେ ଚାଉଳ ୨୯ ଟଙ୍କା। ଖାଉଟି ଦେଲେ ୧ ଟଙ୍କା। ରାଜ୍ୟ ସରକାର ଦେଲେ ୨ ଟଙ୍କା। ବାଣ୍ଟିବାର ଦାୟିତ୍ୱ ନେଇ ନବୀନ ବାବୁ କହିଲେ ମୁଁ ଟଙ୍କିକିଆ ଚାଉଳ ଦେଉଛି। ଏହି ଟଙ୍କିକିଆ ଚାଉଳ ଗରିବଙ୍କ ପାଇଁ ଥିଲା। ମାତ୍ର ଏହି ଚାଉଳ ବିଜେଡି କର୍ମୀ ହାତେଇ ନେଉଥିଲେ।&rdquo;</p> <p>ଧର୍ମେନ୍ଦ୍ରଙ୍କ ଆରୋପ ନେଇ ବିଜେଡିର ମତାମତ ମିଳିପାରିନାହିଁ।</p>

Related story