Advertisment

Accident: ବାଇକ୍‌କୁ ପଛରୁ ପିଟିଦେଲା ଟ୍ରକ୍‌; ବାପା, ମା’, ଝିଅ ଓ ଝିଆରୀ ମୃତ

ଘଟଣାସ୍ଥଳରେ ଭାବଗ୍ରାହୀ, ତାଙ୍କ ଝିଅ ଓ ଝିଆରୀଙ୍କ ମୃତ୍ୟୁ ଘଟିଥିଲା। ଭାବଗ୍ରାହୀଙ୍କ ପତ୍ନୀଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନା ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

Accident

ଦୁର୍ଘଟଣାଗ୍ରସ୍ତ ବାଇକ୍

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥର ମାଳପୁରା ଓଭରବ୍ରିଜ ନିକଟରେ ଏକ ବାଇକ୍‌କୁ ଟ୍ରକ୍‌ଟିଏ ପଛରୁ ଧକ୍କା ଦେବା ଫଳରେ ଦୁଇ ଶିଶୁ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି।

Advertisment

କାମାକ୍ଷାନଗର ଏସଡିପିଓ ରଜନୀକାନ୍ତ ସାମଲଙ୍କ ସୂଚନା ଅନୁଯାୟୀ, ମୃତକମାନେ ହେଉଛନ୍ତି, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଭାବଗ୍ରାହୀ କାରୁଆଁ, ତାଙ୍କ ପତ୍ନୀ, ତାଙ୍କର ୬ ବର୍ଷର ଝିଅ ଓ ୮ ବର୍ଷର ଝିଆରୀ (ତାଙ୍କ ଶାଳକଙ୍କ ଝିଅ)। ଭାବଗ୍ରାହୀ ଯାଜପୁର ଜିଲ୍ଲା କାଳିଆପାଣିରେ ଇମ୍ଫାରେ କାର୍ଯ୍ୟ କରୁଥିଲେ ବୋଲି ସୂଚନା ମିଳିଛି।

ପତ୍ନୀ, ଝିଅ ଓ ଝିଆରୀଙ୍କୁ ବାଇକରେ ନେଇ ଭାବଗ୍ରାହୀ ଭୁବନ ପଟରୁ କାମାକ୍ଷାନଗର ଆଡ଼କୁ ଆସୁଥିବା ବେଳେ ଏକ ଟ୍ରକ୍ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ବାଇକ୍‌ଟିକୁ ଧକ୍କା ଦେବା ପରେ ପ୍ରାୟ ଦେଢ଼ ଶହ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା ଟ୍ରକ୍‌। ବାଇକ୍‌ର ଆଗ ଚକା ଗୋଟିଏ ସ୍ଥାନରେ ପଡ଼ିଥିବା ବେଳେ ବାଇକ୍‌ ଅନ୍ୟ ସ୍ଥାନରେ ପଡ଼ିଥିଲା। 

Advertisment

ଘଟଣାସ୍ଥଳରେ ଭାବଗ୍ରାହୀ, ତାଙ୍କ ଝିଅ ଓ ଝିଆରୀଙ୍କ ମୃତ୍ୟୁ ଘଟିଥିଲା। ଭାବଗ୍ରାହୀଙ୍କ ପତ୍ନୀଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ଫେରାର ହୋଇଯାଇଥିବା ବେଳେ ପୁଲିସ ମୃତଦେହଗୁଡ଼ିକୁ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ଗୁରୁବାର ବିଳମ୍ବିତ ରାତିରେ ବରଗଡ଼ ସହରରେ ବାଏପାସରେ ୫୩ ନମ୍ବର ଜାତୀୟ ରାଜପଥରେ ଡିଭାଇଡରକୁ ପିଟି ଏକ କାର ଓଲଟି ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆହତ ମହିଳାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକମାନେ ଏକ ରଙ୍ଗ କମ୍ପାନୀର କର୍ମଚାରୀ ବୋଲି ଜଣାପଡ଼ିଛି। ମୃତକମାନେ ହେଉଛନ୍ତି, ବରଗଡ଼ର ସୌରଭ ଅଗ୍ରୱାଲ, ଡୁଙ୍ଗୁରିପାଲିର ଲୋସେନେରୀ ସୁଦରେ ଓ ବିଦ୍ୟାଧରପୁରର ଜ୍ଞାନପ୍ରକାଶ ସାହୁ। ଦ୍ରୁତଗତି ଯୋଗୁ କାରଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା ବୋଲି କୁହାଯାଉଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe