Advertisment

ଧାନ ଜଗିଥିଲେ ଯୁବକ, ଦଳି ଦେଲା ଦନ୍ତା

ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କୁରୁମ ଟାଙ୍ଗର ଗାଁରେ ଆଜି ଭୋରରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି।

DeadBody

DeadBody

Advertisment

ହାତୀ ଆକ୍ରମଣରେ ଗଲା ପୁଣି ଏକ ଜୀବନ। ଆଜି ଭୋରରେ ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କୁରୁମ ଟାଙ୍ଗର ଗାଁରେ ଘଟିଛି ଏହି ଘଟଣା। ମୃତକଙ୍କ ନାଁ ଶ୍ରୀକାନ୍ତ ପରିଡ଼ା।

Advertisment

ଗାଁ ନିକଟ ଜମିରେ ତାଙ୍କ ପରିବାର ଲୋକେ ଡାଳୁଅ ଧାନ ଚାଷ କରିଛନ୍ତି। ଗତକାଲି ରାତିରେ ସେ ଧାନ ଜଗିବା ପାଇଁ ଯାଇଥିଲେ। ଚାଷ ଜମି ନିକଟସ୍ଥ ପୋଖରୀ କୂଳରେ ଥିବା ମଣ୍ଡପରେ ଶୋଇଥିଲେ ଶ୍ରୀକାନ୍ତ।

ଭୋର ସମୟରେ ପୋଖରୀକୁ ପାଣି ପିଇବାକୁ ଆସିଥିବା ଦନ୍ତା ତାଙ୍କୁ ଆକ୍ରମଣ କରିଥିଲା। ହାତୀଟି ଶ୍ରୀକାନ୍ତଙ୍କୁ କଚାଡ଼ି ଦଳି ଦେଇଥିବା ଜଣାପଡ଼ିଛି। ଖବରପାଇ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

Advertisment

ଗତକାଲି ଅନୁଗୋଳ ବନଖଣ୍ଡ ମରଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ସେହି ଅନୁଗୋଳ ବନଖଣ୍ଡରେ ଗତ ୨୪ ତାରିଖରେ ହାତୀ ଆକ୍ରମଣରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା। ବଡ଼କନ୍ତକୁଳ ଗାଁରେ ଏହି ଘଟଣା ଘଟିଥିଲା।

ସେହିପରି ଗତ ୨୭ ତାରିଖ ରାତିରେ କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ସାନ୍ତରାପୁର ମେଣ୍ଢାମୁଣ୍ଡି ସାହିରେ ହାତୀ ଜଣଙ୍କ ଘର ଭାଙ୍ଗି ଦେବାରୁ କାନ୍ଥ ପଡ଼ି ଏକ ବର୍ଷକର ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ବେଳେ ତା’ ବାପାମା’ ଓ ଭଉଣୀ ଆହତ ହୋଇଛନ୍ତି।

୨୦୧୨ରୁ ୨୦୨୨ ମସିହା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାତୀ ଆକ୍ରମଣରେ ୯୨୫ ଜଣ ଜୀବନ ଯାଇଥିଲା। ଗତ ମାର୍ଚ୍ଚ ମାସରେ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଧାନସଭାରେ ଏହି ତଥ୍ୟ ଦେଇଥିଲେ।

Elephant Attack Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe