ଦିଲ୍ଲୀ ଗସ୍ତରୁ ଫେରିଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ଦିଲ୍ଲୀ ଗସ୍ତ ସାରି କଂଗ୍ରେସ ବିଧାୟକ ଦଳ ଓଡ଼ିଶା ଫେରିଛନ୍ତି। ଗସ୍ତ ବେଳେ ବିଧାୟକମାନେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭେଟି ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ ନିର୍ମାମରେ ହସ୍ତକ୍ଷେପ କରିବାକୁ ସ୍ମାରକପତ୍ର ଦେଇଥିଲେ। ଏହାସହ ଉପାଧ୍ୟକ୍ଷ ରାହୁଲ ଗାନ୍ଧି, ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପରାମର୍ଶଦାତ୍ତାଙ୍କୁ ଭେଟି ଦଳୀୟ ସ୍ଥିତିକୁ ନେଇ ଆଲୋଚନା କରିଥିଲେ। ହାଇକମାଣ୍ଡଙ୍କୁ ବିଧାୟକମାନେ ଭେଟିବାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଥିଲା। ନେତୃତ୍ୱ ପରିବର୍ତ୍ତନ ଲାଗି ବିଧାୟକମାନେ ହାଇକମାଣ୍ଡଙ୍କୁ ଭେଟିଥିବା ଶୁଣିବାକୁ ମିଳିଥିଲା। […]

congress

Rakesh Mallick
  • Published: Wednesday, 19 October 2016
  • , Updated: 19 October 2016, 12:53 PM IST

ଭୁବନେଶ୍ୱର: ଦିଲ୍ଲୀ ଗସ୍ତ ସାରି କଂଗ୍ରେସ ବିଧାୟକ ଦଳ ଓଡ଼ିଶା ଫେରିଛନ୍ତି। ଗସ୍ତ ବେଳେ ବିଧାୟକମାନେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭେଟି ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ ନିର୍ମାମରେ ହସ୍ତକ୍ଷେପ କରିବାକୁ ସ୍ମାରକପତ୍ର ଦେଇଥିଲେ। ଏହାସହ ଉପାଧ୍ୟକ୍ଷ ରାହୁଲ ଗାନ୍ଧି, ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପରାମର୍ଶଦାତ୍ତାଙ୍କୁ ଭେଟି ଦଳୀୟ ସ୍ଥିତିକୁ ନେଇ ଆଲୋଚନା କରିଥିଲେ।

ହାଇକମାଣ୍ଡଙ୍କୁ ବିଧାୟକମାନେ ଭେଟିବାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଥିଲା। ନେତୃତ୍ୱ ପରିବର୍ତ୍ତନ ଲାଗି ବିଧାୟକମାନେ ହାଇକମାଣ୍ଡଙ୍କୁ ଭେଟିଥିବା ଶୁଣିବାକୁ ମିଳିଥିଲା। ତେବେ ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚାକୁ ଦଳ ପକ୍ଷରୁ ଅସ୍ୱୀକାର କରାଯାଇଛି।

ବିଧାୟକ ପ୍ରକାଶ ବେହେରା କହିଛନ୍ତି,“ଆମେ ରାହୁଲ ଗାନ୍ଧିଙ୍କୁ ଭେଟି ଦଳର ସାଂଗଠନିକ ସ୍ଥିତି ନେଇ ଆଲୋଚନା କରିଥିଲୁ। ଦଳରେ କିଛି ଅନ୍ତର୍ଦ୍ୱନ୍ଦ୍ୱ ନାହିଁ। ନେତୃତ୍ୱ ପରିବର୍ତ୍ତନକୁ ନେଇ ହେଉଥିବା ଚର୍ଚ୍ଚାରେ କିଛି ସତ୍ୟତା ନାହିଁ।”

Related story