ହକି ଇଣ୍ଡିଆ ସଭାପତି ପଦବୀ ପାଇଁ ନାମାଙ୍କନ ଭରିଲେ ଦିଲ୍ଲୀପ ତିର୍କି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହକି ଇଣ୍ଡିଆ ସଭାପତି ପଦବୀ ପାଇଁ ନାମାଙ୍କନ ଭରିଲେ ଓଡ଼ିଆ ହକି ଲିଜେଣ୍ଡ ଦିଲ୍ଲୀପ ତିର୍କି। ଆସନ୍ତା ୧ ତାରିଖରେ ହେବ ହକି ଇଣ୍ଡିଆର ନିର୍ବାଚନ। ଆଜି ଏଥିପାଇଁ ନାମାଙ୍କନ ଭରିଥିବା ନେଇ ଟୁଇଟରରେ ସୂଚନା ଦେଲେ ଦିଲୀପ ତିର୍କୀ। ଭାରତୀୟ ଦଳର ପୂର୍ବତନ ଅଧିନାୟକ ଭାବେ ଅନେକ ରେକର୍ଡ କରିଛନ୍ତି ଦିଲୀପ। ତେଣୁ ତାଙ୍କ ନାମାଙ୍କନକୁ ନେଇ ଅଲୋଚନା ଜୋର ଧରିଛି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ଆଜି ଶେଷ ତାରିଖରେ ନାମାଙ୍କନ […]

dilip

  • Published: Sunday, 18 September 2022
  • , Updated: 18 September 2022, 10:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହକି ଇଣ୍ଡିଆ ସଭାପତି ପଦବୀ ପାଇଁ ନାମାଙ୍କନ ଭରିଲେ ଓଡ଼ିଆ ହକି ଲିଜେଣ୍ଡ ଦିଲ୍ଲୀପ ତିର୍କି। ଆସନ୍ତା ୧ ତାରିଖରେ ହେବ ହକି ଇଣ୍ଡିଆର ନିର୍ବାଚନ। ଆଜି ଏଥିପାଇଁ ନାମାଙ୍କନ ଭରିଥିବା ନେଇ ଟୁଇଟରରେ ସୂଚନା ଦେଲେ ଦିଲୀପ ତିର୍କୀ। ଭାରତୀୟ ଦଳର ପୂର୍ବତନ ଅଧିନାୟକ ଭାବେ ଅନେକ ରେକର୍ଡ କରିଛନ୍ତି ଦିଲୀପ। ତେଣୁ ତାଙ୍କ ନାମାଙ୍କନକୁ ନେଇ ଅଲୋଚନା ଜୋର ଧରିଛି।

ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ଆଜି ଶେଷ ତାରିଖରେ ନାମାଙ୍କନ କରିଛି। ହକି ଇଣ୍ଡିଆର ସଭାପତି ହେଲେ ସେ ଭାରତୀୟ ହକିକୁ ଅଧିକ ମଜଭୂତ କରିବେ। ବିଶ୍ୱରେ ଭାରତୀୟ ହକି ଦଳର ଆଗକୁ ନେବାକୁ ପ୍ରୟାଶ କରିବେ। ଜୁନିଅର ଓ ସବ୍‌ଜୁନିଅର ହକି ଦଳର ଟ୍ରେନିଂକୁ ଅଧିକ ମଜଭୂତ କରିବେ। ହକି ସିନିୟର ଟିମ୍ ଓ ମହିଳା ଟିମ୍‌ର ପରଫରମାନ୍ସ ଅଧିକ ଭଲ କରିବାକୁ ଚେଷ୍ଟା କରିବେ।

ଅନ୍ୟମାନେ ହକି ଇଣ୍ଡିଆ ସଭାପତି ପଦ ପାଇଁ ନାମାଙ୍କନ ଫାଇଲ କରିଛନ୍ତି। ତେବେ ସେ ଏ ବାବଦରେ ବିସ୍ତୃତ ଭାବେ ଜାଣି ନାହାନ୍ତି। ଆଶା ରହିଛି, ନିର୍ବାଚନରେ ନର୍ଥ-ଇଷ୍ଟ ଭାରତୀୟ ହକି ସଂଘ ଯଥା ଆସାମ, ମିଜୋରାମ, ପଶ୍ଚିମବଙ୍ଗ ପ୍ରମୁଖ ତାଙ୍କ ସପକ୍ଷରେ ଭୋଟ ଦେବେ। କାରଣ ଭାରତୀୟ ହକି ପାଇଁ ଓଡ଼ିଶା ହକିର ଅବଦାନ ଅଧିକ ରହିଥିବା ସମସ୍ତେ ଜାଣିଛନ୍ତି।

ସେପଟେ, ‘ସମସ୍ତଙ୍କ ଆଶୀର୍ବାଦ ସହିତ ହକି ଇଣ୍ଡିଆ ସଭାପତି ପଦ ପାଇଁ ମୋର ନାମାଙ୍କନପତ୍ର ଦାଖଲ କରିଛି ଏବଂ ମୁଁ ଭାରତୀୟ ହକିକୁ ନୂତନ ଉଚ୍ଚତାକୁ ନେବାକୁ ପ୍ରତିଶ୍ରୁତିବଦ୍ଧ’ ବୋଲି ର୍ତିକି ଟୁଇଟ କରିଛନ୍ତି।

ସୂଚନା ଥାଉକି, ୪୪ ବର୍ଷିୟ ଦିଲ୍ଲୀପ ଏବେ ଓଡିଶା ହକି ପ୍ରମୋସନ କାଉନସିଲ୍ ଅଧ୍ୟକ୍ଷ ଅଛନ୍ତି। ତେଣୁ ଗୋଟିଏ କଦମ ଆଗକୁ ଯାଇ ସେ ହକି ଇଣ୍ଡିଆ ସଭାପତି ପଦବୀ ପାଇଁ ନିର୍ବାଚନ ଲଢ଼ୁଛନ୍ତି। ଅକ୍ଟୋବର ୯ ସୁଦ୍ଧା ହକି ଇଣ୍ଡିଆ ନିର୍ବାଚନ ପ୍ରକ୍ରିୟା ଶେଷ ହେବାର ଅଛି। ବିହାର ସରକାରର ପୂର୍ବତନ ର୍ନିବାଚନ ଅଧିକାରୀ ଅଜୟ ନାୟକଙ୍କୁ ଏହି ର୍ନିବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବରେ ନିଯୁକ୍ତ କରାଯାଇଛି।

https://twitter.com/DilipTirkey/status/1571393761715814401?s=20&t=KAxUY8fsch8mF36g3f7BiQ

Related story