Advertisment

‘ନଡ଼ିଆ ବାଉଙ୍ଗାର ହେବ ଡିଏନ୍‌ଏ ଟେଷ୍ଟ’

କଟକ(ଓଡ଼ିଶା ରିପୋର୍ଟର): ପରୀକୁ ହତ୍ୟା ପରେ ମୃତଦେହ ସହ ହୋଇଥିଲା ଦୁଷ୍କର୍ମ। ସରୋଜ ସେଠୀ ହିଁ ଘଟଣାର ମୁଖ୍ୟ ଅଭିଯୁକ୍ତ। ମୋର ୨୨ ବର୍ଷର ପୋଲିସ ଚାକିରିରେ ଏହା ଏକ ବୀଭତ୍ସ ଘଟଣା ବୋଲି ଆଜି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଗଣମାଧ୍ୟମ ସମ୍ମୁଖରେ ପରୀ ହତ୍ୟା ଘଟଣା ବଖାଣିବାକୁ ଯାଇ ଏସ୍‌ଆଇଟି ମୁଖ୍ୟ କହିଛନ୍ତି, ହତ୍ୟା ପରେ ମୃତଦେହକୁ ଏକ ବସ୍ତା ଭିତରେ ପୂରାଇ ସରୋଜ ତା’ ଘରଠୁ ୧୦ ମିଟର […]

ଅଦ୍ୟତନ ହୋଇଛି
‘ନଡ଼ିଆ ବାଉଙ୍ଗାର ହେବ ଡିଏନ୍‌ଏ ଟେଷ୍ଟ’  

sit

Advertisment

କଟକ(ଓଡ଼ିଶା ରିପୋର୍ଟର): ପରୀକୁ ହତ୍ୟା ପରେ ମୃତଦେହ ସହ ହୋଇଥିଲା ଦୁଷ୍କର୍ମ। ସରୋଜ ସେଠୀ ହିଁ ଘଟଣାର ମୁଖ୍ୟ ଅଭିଯୁକ୍ତ। ମୋର ୨୨ ବର୍ଷର ପୋଲିସ ଚାକିରିରେ ଏହା ଏକ ବୀଭତ୍ସ ଘଟଣା ବୋଲି ଆଜି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା।

Advertisment

ଗଣମାଧ୍ୟମ ସମ୍ମୁଖରେ ପରୀ ହତ୍ୟା ଘଟଣା ବଖାଣିବାକୁ ଯାଇ ଏସ୍‌ଆଇଟି ମୁଖ୍ୟ କହିଛନ୍ତି, ହତ୍ୟା ପରେ ମୃତଦେହକୁ ଏକ ବସ୍ତା ଭିତରେ ପୂରାଇ ସରୋଜ ତା’ ଘରଠୁ ୧୦ ମିଟର ଦୂରରେ ଥିବା ପୋଖରୀରେ ଫୋପାଡ଼ି ଦେଇଥିଲା।  ହେଲେ ମୃତଦେହକୁ ନେବା ବେଳେ ଯେପରି ଅନ୍ୟ କେହି ସନ୍ଦେହ ନ କରନ୍ତି, ସେଥିନିମନ୍ତେ ସେ ନିଜ ବାଡ଼ିରେ ପଡ଼ିଥିବା କିଛି ନଡ଼ିଆ ବାଉଙ୍ଗାକୁ ମଧ୍ୟ ସାଥିରେ ନେଇଥିଲା। ଭାବିଥିଲା, ଯଦି କିଏ ଦେଖିବ ନଡ଼ିଆ ବାଉଙ୍ଗା ଫୋପାଡ଼ିବାକୁ ଯାଉଥିବା କହିଦେବ।

ଏହାପରେ ଘଟଣାର ଖୋଳତାଡ଼ ବେଳେ ପୋଖରୀରୁ ବସ୍ତା ନିକଟରୁ କିଛି ନଡ଼ିଆ ବାଉଙ୍ଗା ମଧ୍ୟ ମିଳିଥିବା କହିଛନ୍ତି ଅରୁଣ ବୋଥ୍ରା। ଉକ୍ତ ଅଞ୍ଚଳରେ ପାଖାପାଖି ବେଶି ନଡ଼ିଆ ଗଛ ନ ଥିବା ବେଳେ ସରୋଜ ଘରେ କିନ୍ତୁ ଏହି ଗଛ ରହିଛି।

Advertisment

ତେଣୁ ଉକ୍ତ ବାଉଙ୍ଗା ସରୋଜ ଘର ନଡ଼ିଆ ଗଛର ବାଉଙ୍ଗା ନା ଅନ୍ୟ କେଉଁ ଗଛର ତାହାର ହେବ ଡିଏନ୍‌ଏ ଟେଷ୍ଟ। ଏଥିନିମନ୍ତେ ଓଡ଼ିଶାରେ କିଛି ବ୍ୟବସ୍ଥା ନ ଥିବା ବେଳେ ହାଇଦ୍ରାବାଦ ଓ ନୂଆଦିଲ୍ଲୀରେ ୨ଟି ସଂସ୍ଥାକୁ ଏଥିନିମନ୍ତେ କାମ କରୁଛନ୍ତି।  ଆମେ ଉକ୍ତ ୨ ସଂସ୍ଥାକୁ ନିବେଦନ କରିଛୁ ବୋଲି କହିଛନ୍ତି ଅରୁଣ ବୋଥ୍ରା ।

ନଡ଼ିଆ ବାଉଙ୍ଗାର ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ଏହା ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଧରାଇବାରେ ସାହାଯ୍ୟ କରିପାରେ ବୋଲି କହିଛନ୍ତି ଏସ୍‌ଆଇଟି ମୁଖ୍ୟ।

ଅଧିକ ପଢ଼ନ୍ତୁ : ପରୀକୁ ମାରି ଦୁଷ୍କର୍ମ କରିଥିଲା ଅଭିଯୁକ୍ତ, ଅରୁଣ ବୋଥ୍ରା ବର୍ଣ୍ଣନା କଲେ ପୂରା ଘଟଣା

Pari Murder Case SIT Investigation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe