bbsr
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ସାରା ଦେଶରେ ୨୧ ଦିନର ଲକ୍ଡାଉନ୍ ଘୋଷଣା କରାଯାଇଛି। ଏଥିରେ କେବଳ ଜରୁରୀ ଆବଶ୍ୟକୀୟ ସାମଗ୍ରୀ ମିଳୁଥିବା ଦୋକାନଗୁଡ଼ିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏଥିସହ ଯାନବାହନ ଚଳାଚଳ ବନ୍ଦ ରହିଛି। ଘରେ ରଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏହାସହିତ ସାମଜିକ ଦୂରତ୍ୱ ରଖିବାକୁ କୁହାଯାଇଛି। ହେଲେ କିଛି ଲୋକ ଲକ୍ଡାଉନ୍କୁ ମାନୁ ନଥିବା ଦେଖିବାକୁ ମିଳୁଛି। କିଛି କାମ ନଥିଲେ ବି ସେମାନେ ବାହାରକୁ ଆସୁଛନ୍ତି ଓ ବୁଲାବୁଲି କରୁଛନ୍ତି। /odisha-reporter/media/post_attachments/wp-content/uploads/2020/03/bbsr-5500.jpg)
ଏହାକୁ ଦୃଷ୍ଟିରେ ରଖି ଆଜିଠୁ ପୁଲିସ୍ ଲକ୍ଡାଉନ୍ ଉଲ୍ଲଂଘନକାରୀଙ୍କ ଉପରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ବିନା କାରଣରେ ଯିଏ ବାହାରେ ବୁଲିବ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବ। ଏଥିସହ ସେମାନଙ୍କ ଗାଡ଼ିକୁ ସିଜ୍ କରିବ। ସେହିଭଳି ପରିବା କିଣିବାକୁ ଯିବା ବେଳେ ବାଇକ୍ ନ ନେବାକୁ ପୁଲିସ୍ କହିଛନ୍ତି। ଚାଲିକି ଯାଇ ଘର ପାଖରୁ ପରିବା କିଣିବାକୁ ପରାମର୍ଶ ଦେଇଛି। ଦୂରକୁ ବାଇକ୍ ନେଇ ପରିବା କିଣିବା ପାଇଁ ଗଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଅନେକ ଲୋକ ପରିବା ଓ ଔଷଧ କିଣିବା ବାହାନାରେ ବାହାରକୁ ଆସି ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/03/bbsr-123000.jpg)