ପୁଲିସ ପରେ ଡାକ୍ତର ପାଳି, ବନ୍ଧା ହେଲେ ଡାକ୍ତର ବାବୁ

ରାଉରକେଲା(ପୱନ ତିୱାରୀ): ବହୁଚର୍ଚ୍ଚିତ ବୀରମିତ୍ରପୁର ନାବାଳିକା ଗର୍ଭପାତ ଘଟଣାରେ ବେଆଇନ୍ ଗର୍ଭପାତ କରାଇଥିବା ଡାକ୍ତରକୁ  କ୍ରାଇମବ୍ରାଞ୍ଚ ଗିରଫ କରିଛି। କ୍ରାଇମବ୍ରାଞ୍ଚର ଏକ ସ୍ଵତନ୍ତ୍ର ଟିମ୍ ତାଙ୍କୁ ବୀରମିତ୍ରପୁର ଥାନାରେ ଦୀର୍ଘ ସମୟ ଧରି ଜେରା କରିବା ପରେ ଗିରଫ୍ କରି କୋର୍ଟ ଚାଲାଣ କରିଛି l ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ କହିଛନ୍ତି, ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଛି। ତେଣୁ କରି କିଛି କହିବା ଠିକ୍ ହେବ ନାହିଁ l ଆଇନ୍ ଅନୁଯାୟୀ ଡାକ୍ତରଙ୍କ ବିରୋଧରେ ପଦକ୍ଷେପ ନିଆଯିବ। […]

790-1

Tapas Behera
  • Published: Tuesday, 07 July 2020
  • , Updated: 07 July 2020, 04:12 PM IST

ରାଉରକେଲା(ପୱନ ତିୱାରୀ): ବହୁଚର୍ଚ୍ଚିତ ବୀରମିତ୍ରପୁର ନାବାଳିକା ଗର୍ଭପାତ ଘଟଣାରେ ବେଆଇନ୍ ଗର୍ଭପାତ କରାଇଥିବା ଡାକ୍ତରକୁ  କ୍ରାଇମବ୍ରାଞ୍ଚ ଗିରଫ କରିଛି। କ୍ରାଇମବ୍ରାଞ୍ଚର ଏକ ସ୍ଵତନ୍ତ୍ର ଟିମ୍ ତାଙ୍କୁ ବୀରମିତ୍ରପୁର ଥାନାରେ ଦୀର୍ଘ ସମୟ ଧରି ଜେରା କରିବା ପରେ ଗିରଫ୍ କରି କୋର୍ଟ ଚାଲାଣ କରିଛି l ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ କହିଛନ୍ତି, ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଛି। ତେଣୁ କରି କିଛି କହିବା ଠିକ୍ ହେବ ନାହିଁ l ଆଇନ୍ ଅନୁଯାୟୀ ଡାକ୍ତରଙ୍କ ବିରୋଧରେ ପଦକ୍ଷେପ ନିଆଯିବ। ଅଭିଯୋଗ ଅନୁଯାୟୀ, ବୀରମିତ୍ରପୁର ବସ୍‌ଷ୍ଟାଣ୍ଡରୁ ଗତ ମାର୍ଚ୍ଚ ୨୫ ତାରିଖରେ ଜଣେ ୧୩ ବର୍ଷର ନାବାଳିକାକୁ ଉଦ୍ଧାର କରାଯାଇଥିଲା। ତେବେ ସମ୍ପୃକ୍ତ ନାବାଳିକାଙ୍କୁ ଥାନାରେ ଦୁଷ୍କର୍ମ କରାଯାଇ ତାଙ୍କ ଆଇ ଘରେ ଛାଡ଼ି ଦିଆଯାଇ ଥିବା ଅଭିଯୋଗ ହୋଛି ।

ପୁଣିଥରେ ତାଙ୍କୁ ଡାକି ପୁଣି ଦୁଷ୍କର୍ମ କରାଯାଇଥିଲା। ନାବାଳିକା ଜଣଙ୍କର ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମା ଆଉ ଗୋଟିଏ ବିବାହ କରି ଉଭୟେ ଦିଲ୍ଲୀରେ ରହୁଥିଲେ। ପରେ ସମ୍ପୃକ୍ତ ନାବାଳିକାଙ୍କୁ ତାଙ୍କ ମା ଦିଲ୍ଲୀ ନେଇ ଯାଇଥିଲେ। ସେଠାରେ ପୁଣି ତାଙ୍କ ସାବତ ବାପା ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ତାଙ୍କ ମା ନାବାଳିକାକୁ ଆଣି ନିଜ ଗାଁରେ ଛାଡ଼ି ଦେଇଥିଲେ।

ଏଠାରେ ପୁଣିଥରେ ଦୁଇ ଜଣ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ନାବାଳିକାକୁ ୫ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ନାବାଳିକା ଗର୍ଭବତୀ ହେବା ପରେ ତାଙ୍କ ଗର୍ଭପାତ କରାଯାଇଥିବା ଅଭିଯୋଗ ହୋଇ ଥିଲା। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ତେବେ  ଯୌନକେଳେଙ୍କାରୀ କରି ଖସିଯାଇଥିବା ବୀରମିତ୍ରପୁର ଥାନାର ଆଇଆଇସି ଆନନ୍ଦ ମାଝୀଙ୍କୁ ଚାକିରିରୁ ବହିସ୍କାର ଓ ପରେ ଗିରଫ କରାଯାଇଛି।

Related story