Advertisment

ଭୋଟର୍ ତାଲିକାରେ ନାଁ ନାହିଁ, ଉଠାଇ ନେଲେ ଭୋଟ୍ ବାକ୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମଗ୍ର ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହୋଇଛି। ତେବେ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ସାଙ୍ଗକୁ ଭୋଟ୍ ବାକ୍ସ ଉଠାଇ ନେଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଭୋଟର ଲିଷ୍ଟରେ ନାଁ ନଥିବାରୁ ନିୟମଗିରିର ଡଙ୍ଗରିଆ କନ୍ଧ ପ୍ରତିବାଦ କରିବା ସହ ଭୋଟ ବାକ୍ସ ଉଠାଇନେଇଛନ୍ତି। କଲ୍ୟାଣସିଂହପୁର ଶୂନଖଣ୍ଡ ପଞ୍ଚାୟତର ଏଭଳି ଘଟଣା ଘଟିଛି। ଉକ୍ତ ପଞ୍ଚାୟତର ରାଇଲିମା ଗାଁ ୧୪ ନମ୍ବର ବୁଥରୁ ଭୋଟବାକ୍ସ ଉଠାଇ […]

author-image
Ranjit Kumar Jena
ଭୋଟର୍ ତାଲିକାରେ ନାଁ ନାହିଁ, ଉଠାଇ ନେଲେ ଭୋଟ୍ ବାକ୍ସ

dangaria

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମଗ୍ର ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହୋଇଛି। ତେବେ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ସାଙ୍ଗକୁ ଭୋଟ୍ ବାକ୍ସ ଉଠାଇ ନେଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଭୋଟର ଲିଷ୍ଟରେ ନାଁ ନଥିବାରୁ ନିୟମଗିରିର ଡଙ୍ଗରିଆ କନ୍ଧ ପ୍ରତିବାଦ କରିବା ସହ ଭୋଟ ବାକ୍ସ ଉଠାଇନେଇଛନ୍ତି। କଲ୍ୟାଣସିଂହପୁର ଶୂନଖଣ୍ଡ ପଞ୍ଚାୟତର ଏଭଳି ଘଟଣା ଘଟିଛି।

Advertisment

ଉକ୍ତ ପଞ୍ଚାୟତର ରାଇଲିମା ଗାଁ ୧୪ ନମ୍ବର ବୁଥରୁ ଭୋଟବାକ୍ସ ଉଠାଇ ନେଇଛନ୍ତି। ଉପର ଓ ତଳ ମୁଶୁଡ଼ିର ଶହେ ଲୋକଙ୍କ ନାଁ ଲିଷ୍ଟରେ ନଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଏସଡିପିଓ ଓ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି।

ସେହିପରି ଭଦ୍ରକ ଜିଲ୍ଲା ତିହିଡ ବ୍ଲକ୍ କୋହ୍ଲ ପଞ୍ଚାୟତରେ ମତଦାନ ଅଧାରୁ ବନ୍ଦ ରହିବାରୁ ଦୁର୍ବୃତ୍ତ ଭୋଟ୍ ବାକ୍ସ ଲୁଟି ଦେଇଛନ୍ତି। ବୁଥ୍‌ରୁ ୨ଟି ଭୋଟ୍ ବାକ୍ସ ଲୁଟି ନେଇ ପୋଖରୀରେ ଫିଙ୍ଗିଦେଲେ, ଯାହାକୁ ନେଇ ପଞ୍ଚାୟତର ୪ ଓ ୫ ନଂ ୱାର୍ଡରେ ଉତ୍ତେଜନା ଦେଖା ଦେଇଛି। ମତଦାନ ବେଳେ ବାଲାଟ ପେପର ଫୋଲଡିଂରେ ୩ଟି ଚିହ୍ନ ଦେଖାଯାଉଥିଲା। ତେବେ ଆଉଏକ ଚିହ୍ନ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଯେଉଁ କାରଣରୁ ବୁଥରେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା। ତେବେ ଏହି ଦୁଇ ୱାର୍ଡରେ ସରପଞ୍ଚ ଭୋଟ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଥିବା ବେଳେ ଅନ୍ୟ ପଦ ପାଇଁ ଭୋଟ ହେବ।

Advertisment

ଅନ୍ୟପକ୍ଷରେ ଫୁଲବାଣୀ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ତଳପଡ଼ା ପଞ୍ଚାୟତର ୫ ନମ୍ବର ବୁଥରେ ବାଲାଟ୍ ପେପର ଲୁଟି ନେଇଥିବା ଦେଖିବାକୁ ମିଳିଛି। ଏଠାରେ ଦୁଇଜଣ ବ୍ୟକ୍ତି ବୁଥ୍ ଭିତରେ ପଶି ପ୍ରିଜାଇଡିଂ ଅଫିସରଙ୍କ ଠାରୁ ବାଲାଟ ପେପର ନେଇ ଯାଇଥିଲେ। ତେବେ ପୁଲିସ୍ ୨ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ସେହିପରି ଜିଲ୍ଲାର ବିଞ୍ଝାରପୁର ବ୍ଲକ୍‌ର ବାଛୋଳ ପଞ୍ଚାୟତର ୪ ଓ ୬ ନମ୍ବର ବୁଥ୍‌ରୁ ଭୋଟ୍‌ ବାକ୍ସ ଉଠାଇ ନେଇଛନ୍ତି ଦୁର୍ବୃତ୍ତ। ୪ ଜଣ ଦୁର୍ବୃତ୍ତ ୪ ନମ୍ବର ବୁଥ୍‌ରୁ ଭୋଟ୍ ବାକ୍ସ ଧରି ପଳାଇଛନ୍ତି। ସେହିପରି ୬ ନମ୍ବର ବୁଥ୍‌ରୁ ଭୋଟ୍‌ ବାକ୍ସ ଉଠାଇ ଦୁର୍ବୃତ୍ତମାନେ ନିକଟସ୍ଥ ଏକ ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ସେଠାରେ ମତଦାନ ବନ୍ଦ ରହିଥିବା ବେଳେ ଉତ୍ତେଜନା ଦେଖା ଦେଇଛି। ଦୁର୍ବୃତ୍ତମାନେ ଅନ୍ୟ ଭୋଟ୍ ବାକ୍ସ ନେଇ କେଉଁଆଡ଼େ ଗଲେ, ତାହା ଜଣାପଡ଼ି ନାହିଁ।