Advertisment

ସାବଧାନ ମଦୁଆ ଡ୍ରାଇଭର! ଧରା ପଡ଼ିଲେ ଜରିମାନା ନୁହେଁ, ଜେଲ

ଧରାପଡ଼ିଲେ କେବଳ ଜରିମାନା ନୁହେଁ, ଜେଲ୍‌ ପଠାଯିବ। ଏନେଇ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି ବୋଲି ପରିବହନ ବିଭାଗର ଏନ୍‌ଫୋର୍ସମେଣ୍ଟ ଅତିରିକ୍ତ କମିଶନର କହିଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Drink

Drink

ସାବଧାନ ମଦୁଆ ଡ୍ରାଇଭର। ଆଜିଠାରୁ ଆରମ୍ଭ ହେବ ବଡ଼ ଧରଣର ଅଭିଯାନ। ସାରା ରାଜ୍ୟରେ ଆଜିଠାରୁ ୩ ଦିନ ଧରି ଚାଲିବ ଚେକିଂ। ଏନେଇ ସୂଚନା ଦେଲେ ପରିବହନ ବିଭାଗର ଏନ୍‌ଫୋର୍ସମେଣ୍ଟ ଅତିରିକ୍ତ କମିଶନର।

Advertisment

ସେ କହିଛନ୍ତି, ଆଜି ଅପରାହ୍ନ ୩ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଚେକିଂ କଡ଼ାକଡ଼ି ହେବ। ଧରାପଡ଼ିଲେ କେବଳ ଜରିମାନା ନୁହେଁ, ଜେଲ୍‌ ପଠାଯିବ। ଏନେଇ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି ବୋଲି ପରିବହନ ବିଭାଗର ଏନ୍‌ଫୋର୍ସମେଣ୍ଟ ଅତିରିକ୍ତ କମିଶନର କହିଛନ୍ତି।

ସୂଚନାରୁ ପ୍ରକାଶ ପରିବହନ ବିଭାଗର କଡ଼ା ତାଜିଦ ସତ୍ତ୍ୱେ କେତେକ ଅମାଜିକ ବ୍ୟକ୍ତି ମଦ ପିଇ ଗାଡ଼ି ଚଲାଉଛନ୍ତି। ଯାହାଫଳରେ ରାସ୍ତାରେ ଦୁର୍ଘଟଣା ଘଟୁଛି। ରକ୍ତ ରଞ୍ଜିତ ହେଉଛି ରାସ୍ତା। ଏଥିରେ ବହୁ ଲୋକଙ୍କ ଜୀବନ ଯାଉଛି। ଅନେକ ଲୋକ ପଙ୍ଗୁ ହୋଇଯାଉଛନ୍ତି। ମିଳିଥିବା ସୂଚନା ଅନୁସାରେ ୧୦ ବର୍ଷରେ ସଡ଼କ ଦୁର୍ଘଟଣାରେ ରାଜ୍ୟରେ ପ୍ରାୟ ୪୫ ହଜାର ଲୋକଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରେ ୭୦ ପ୍ରତିଶତ ହେଉଛନ୍ତି ଯୁବକ ଓ ଘରର ଉପାର୍ଜନକାରୀ ସଦସ୍ୟ।

Advertisment
Road Accident