ଟ୍ରେଲରକୁ ପଛପଟୁ ପିଟିଲା ଡମ୍ପର, ଆଖି ବୁଜିଲେ ଡ୍ରାଇଭର

ସୁନ୍ଦରଗଡ଼ (ବିଜୟ ବରୁଆଁ): ସୁନ୍ଦରଗଡ ଜିଲ୍ଲା ସ୍ଥିତ ବ୍ରାହ୍ମଣୀ ରାସ୍ତାଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। କୋଇଲା ବୋଝେଇ ଏକ ଟ୍ରେଲରକୁ ପଛ ପଟୁ ଏକ ଡମ୍ଫର ପିଟି ଦେବା ଫଳରେ ଘଟଣାସ୍ଥଳରେ ଡମ୍ପର ଚାଳକଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ଦାବିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରି ଦେଇଥିବା ଜଣାଯାଇଛି। ମିଳିଥିବା ସୁଚନା ଅନୁସାରେ,  ଆଜି ଭୋର ପ୍ରାୟ […]

accident

  • Published: Tuesday, 27 September 2022
  • , Updated: 27 September 2022, 06:26 PM IST

ସୁନ୍ଦରଗଡ଼ (ବିଜୟ ବରୁଆଁ): ସୁନ୍ଦରଗଡ ଜିଲ୍ଲା ସ୍ଥିତ ବ୍ରାହ୍ମଣୀ ରାସ୍ତାଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। କୋଇଲା ବୋଝେଇ ଏକ ଟ୍ରେଲରକୁ ପଛ ପଟୁ ଏକ ଡମ୍ଫର ପିଟି ଦେବା ଫଳରେ ଘଟଣାସ୍ଥଳରେ ଡମ୍ପର ଚାଳକଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ଦାବିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରି ଦେଇଥିବା ଜଣାଯାଇଛି।

ମିଳିଥିବା ସୁଚନା ଅନୁସାରେ,  ଆଜି ଭୋର ପ୍ରାୟ ୪ଟା ବେଳେ ହେମଗିରି ପଟରୁ କନିକା ରେଳ ସାଇଡକୁ ଏକ ଟ୍ରେଲର କୋଇଲା ନେଇ ଯାଉଥିଲା। ଏହି ସମୟରେ ପଛପଟୁ ଆସୁଥିବା ଏକ ୧୨ ଚକିଆ ଡମ୍ଫର ଟ୍ରେଲରଟିକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ଘଟଣାସ୍ଥଳରେ ଡମ୍ପର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ମୃତ ଡ୍ରାଇଭର ଜଣକ ହେଲେ  ଝାରଖଣ୍ଡର ଯୁଗଳ କିଶୋର ମହାତୋ।

ମୃତକଙ୍କ ପରିବାରକୁ ୧୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ଦାବିରେ ଅନ୍ୟ ଡ୍ରାଇଭରମାନେ ପ୍ରାୟ ୪ ଘଣ୍ଟା କାଳ ରାସ୍ତାରୋକ କରିଥିଲେ । ପୁଲିସ୍‌ ସମେତ ପ୍ରଶାସନିକ ଅଧିକାରୀ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଫଳରେ ଏକ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। ମାତ୍ର କ୍ଷତିପୂରଣ ପ୍ରଦାନ କରା ନ ଯିବା ପର୍ଯ୍ୟନ୍ତ କୋଇଲା ସାଇଡକୁ ମାଲ୍‌ ପରିବହନ କରିବେନି ବୋଲି ନିଜ ଜିଦ୍‌ରେ ଅଟଳ ରହିଛନ୍ତି ଡ୍ରାଇଭରମାନେ। ଫଳରେ କୋଇଲା ପରିବହନ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି।

Related story